Advertisment

ଭାରତରେ ଏହିସବୁ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କଲେ ସରକାର

ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ସରକାର ଦେଶରେ ଆଉ ୬୩ଟି ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କରିଛନ୍ତି। ଏହିସବୁ ସାଇଟ୍‌କୁ ବ୍ଲକ୍‌ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India Bans These 63 Porn Sites

India Bans These 63 Porn Sites

ପର୍ଯ୍ୟାୟକ୍ରମେ ଭାରତ ସରକାର ପର୍ଣ୍ଣୋଗ୍ରାଫିକ୍‌ ୱେବ୍‌ସାଇଟ୍‌ ବ୍ୟାନ୍‌ କରିବାରେ ଲାଗିଛନ୍ତି। ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ସରକାର ଦେଶରେ ଆଉ ୬୩ଟି ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କରିଛନ୍ତି। ଏହିସବୁ ସାଇଟ୍‌କୁ ବ୍ଲକ୍‌ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୬୩ ପର୍ଣ୍ଣ ସାଇଟ୍‌କୁ ବ୍ଲକ୍‌ କରିବା ଲାଗି ଗୁରୁବାର ଦିନ ଟେଲିକମ୍‌ ବିଭାଗ(DoT) ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

୨୦୨୧ ମସିହାରେ ଜାରି ହୋଇଥିବା ନୂଆ ଆଇଟି ନିୟମ ଅନୁସାରେ, ଏହିସବୁ ପର୍ଣ୍ଣ ସାଇଟ୍‌କୁ ବ୍ଲକ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଏହିସବୁ ସାଇଟ୍‌କୁ ବ୍ଲକ୍‌ କରିବା ଲାଗି ମନ୍ତ୍ରାଳୟ ପକ୍ଷରୁ ଇଣ୍ଟରନେଟ୍‌ ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକୁ କୁହାଯାଇଛି। ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ, ‘କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଇଣ୍ଟରନେଟ୍‌  ସର୍ଭିସ୍‌ ପ୍ରଦାନକାରୀ(ଲାଇସେନ୍ସ) ସଂସ୍ଥା ଗୁଡ଼ିକୁ ତୁରନ୍ତ ଏହିସବୁ ପର୍ଣ୍ଣ ୱେବ୍‌ସାଇଟ୍‌/Urlର ଆକ୍ସେସ୍‌କୁ ବ୍ଲକ୍‌ କରିବା ପାଇଁ କୁହାଯାଇଛି’। ଯଦି ଇଣ୍ଟରନେଟ୍‌ ପ୍ରଦାନକାରୀ ସଂସ୍ଥା ଏସବୁ  ପର୍ଣ୍ଣୋଗ୍ରାଫିକ୍‌ ୱେବ୍‌ସାଇଟ୍‌କୁ ବ୍ଲକ୍‌ କରି ଦିଅନ୍ତି ତା’ହେଲେ ସମସ୍ତ ପ୍ଲାଟ୍‌ଫର୍ମ ଯଥା- ଫୋନ୍‌, ଲାପ୍‌ଟପ୍‌, ଡେସ୍କଟପ୍‌ରୁ ଏହାକୁ ଆଉ ଆକ୍ସେସ୍‌ କରିପାରିବେନି।

ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହାରେ ଭାରତ ସରକାର ୮୦୦ରୁ ଅଧିକ ପର୍ଣ୍ଣୋଗ୍ରାଫିକ୍‌ ୱେବ୍‌ସାଇଟ୍‌ ବ୍ୟାନ୍‌ କରିଥିଲେ। 

Advertisment

ଜାଣନ୍ତୁ, ବ୍ୟାନ୍‌ ହୋଇଥିବା ୬୩ଟି ପର୍ଣ୍ଣ ସାଇଟ୍‌କୁ ଗୁଡ଼ିକ କ’ଣ କ’ଣ...

Porn Sites Bans
 
Porn Sites Ban
Porn Sites Ban
Porn Sites Ban
Advertisment
Advertisment