Advertisment

Video: ତ୍ରିଶକ୍ତିଙ୍କ ବନ୍ଧୁତା ଆଗରେ ଫିକା ପଡିଲେ ଶରିଫ, ଏକୁଟିଆ ଠିଆ ହୋଇ ଅନେଇ ରହିଲେ

ମୋଦି, ପୁଟିନ ଏବଂ ଜିନପିଙ୍ଗ ତିଆନଜିନରେ ଏସସିଓ ଶିଖର ସମ୍ମିଳନୀରେ ପହଞ୍ଚିବା ପରେ ସେମାନେ ପରସ୍ପରକୁ ଆଲିଙ୍ଗନ କରିବା ସହ ହାତ ମିଳାଇଥିଲେ ଏବଂ କିଛି କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା। କିନ୍ତୁ ଗୋଟିଏ ସ୍ଥାନରେ ରହି ଶେହବାଜ ମୋଦି ଏବଂ ପୁଟିନଙ୍କୁ ଅନାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
PM, Putin, Xi camaraderie

PM, Putin, Xi camaraderie

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚୀନରେ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ଶିଖର ସମ୍ମେଳନରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, ରୁଷର ରାଷ୍ଟ୍ରପତି ଏବଂ ଚୀନର ରାଷ୍ଟ୍ରପତିଙ୍କ ଏହି ଭେଟଘାଟ ଉପରେ ସାରା ବିଶ୍ୱର ନଜର ରହିଥିଲା। ଏହି ସମୟରେ ଏକ ବେଶ୍ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ମଧ୍ୟ ଏସସିଓର ଏକ ଅଂଶ। ତେଣୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଏହି ଶିଖର ସମ୍ମେଳନରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ସେ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ଏହି ସମୟରେ କିଛି ଏପରି ଘଟିଥିଲା ଯାହାର ସେ ମଧ୍ୟ ଆଶା କରିନଥିଲେ।

Advertisment

ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ସହ କଥା ହୋଇ ମୋଦି ଓ ପୁଟିନ୍ ଆଗକୁ ବଢୁଥିଲେ। ଏହି ସମୟରେ ଶେହବାଜ ଶରିଫ ଏକ କୋଣରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲେ। ସବୁଠାରୁ ଧ୍ୟାନ ଦେବା ଯୋଗ୍ୟ କଥା ହେଉଛି, ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ କେହି କଥା ହେଉନଥିଲେ କି ତାଙ୍କ ଆଖପାଖରେ କେହି ଠିଆ ହୋଇନଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗକୁ ବଢୁଥିଲେ, ପାକିସ୍ତାନର ପ୍ରଧାନମନ୍ତ୍ରୀ କେବଳ ଏକଦୃଷ୍ଟିରେ ଚାହିଁ ରହିଥିଲେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମିତ୍ରତା ଉପରେ ସାରା ବିଶ୍ବର ନଜର ରହିଛି। କିନ୍ତୁ ଶେହବାଜଙ୍କ ଏଭଳି ସାଇଡଲାଇନରେ ଦେଖାଯାଇଛି। ଫଟୋ ସେସନ ଚାଲିଥିବା ବେଳେ ମୋଦି ଏବଂ ସରିଫଙ୍କ ମଧ୍ୟରେ ବି ଦୂରତା ଥିବା ଦେଖା ଯାଇଥିଲା।

Advertisment

ମୋଦି ସୋସିଆଲ ମିଡିଆ ସାଇଟ ଏକ୍ସରେ ମଧ୍ୟ ଏହି ଆଦାନପ୍ରଦାନ ସମୟର ଫଟୋ ସେୟାର କରିଛନ୍ତି। ଗୋଟିଏ ପଟେ ଭାରତ, ରୁଷିଆ ଓ ଚୀନ୍ ସହିତ ଆମେରିକାର ଟାରିଫ ନିଷ୍ପତ୍ତିକୁ ନେଇ ତିକ୍ତତା ଲାଗି ରହିଛି ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ଅଛି। ଏହି ସମୟରେ ମୋଦି, ଜିନପିଙ୍ଗ ଓ ପୁଟିନଙ୍କ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି।

Pakistan PM Shehbaz Sharif India Pakistan Relationship Russian President Vladimir Putin Prime Minister Narendra Modi India China Relations SCO Summit China Chinese President Xi Jinping
Advertisment
Advertisment