• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲିଥିଲା ଯୋଗ କ୍ଲାସ । ଚଟାଣରେ ନିସ୍ତେଜ ହୋଇ ପଡ଼ିରହିଥିଲେ ସମସ୍ତେ । ଶୁଭୁନଥିଲା କୌଣସି ଶବ୍ଦ କି ନଥିଲା କିଛି ଆବାଜ । ହେଲେ ହଠାତ୍‌ ଖେଳିଗଲା ଖବର...ଗଣହତ୍ୟା ହୋଇଛି । ଏଭଳି ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଗଲା । ଆଉ ଦେଖିଲା ଯାହା, ହୋଇଗଲା ତାଜୁବ୍‌ । ନଥିଲା କୌଣସି ମୃତ ଦେହ କି କାହାର କିଛି ହୋଇନଥିଲା । ବରଂ ସମସ୍ତ ଲୋକ ଯୋଗ କରିବାରେ ବ୍ୟସ୍ତ ଥିଲେ । ପୋଲିସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂରା କଥା ଜାଣି ଫେରିଛନ୍ତି । ବ୍ରିଟେନ୍‌ର ଏକ ଅଞ୍ଚଳରେ ଏହି ଘଟଣା ଘଟିଛି । ଗୋଟିଏ ସ୍ଥାନରେ ସାମୂହିକ ଭାବେ ଲୋକମାନେ ଯୋଗ କରିବା ସମୟରେ ଏହା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସେହି ସ୍ଥାନରେ ଗଣହତ୍ୟା ହୋଇଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ।

ଖବର ପାଇବାପରେ ପୋଲିସ ସହି ସ୍ଥାନରେ ପହଞ୍ଚିଥିଲା । ହେଲେ ପୋଲିସର ଗାଡ଼ି ସାଇରନ୍‌ ଶୁଣି ସେଠାରେ ଯୋଗ କରୁଥିବା ସମସ୍ତ ଲୋକ ହଠାତ୍‌ ଉଠିପଡ଼ି ପୋଲିସ ନିକଟକୁ ଚାଲିଯାଇଥିଲେ । କ’ଣ ହୋଇଛି ବୋଲି ଯୋଗ କରୁଥିବା ସମସ୍ତ ଲୋକ ଜାଣିବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ସେଠାରେ ସମସ୍ତଙ୍କୁ ସୁସ୍ଥ ଥିବା ଦେଖି ଚକିତ ହୋଇଯାଇଥିଲା । ଆଉ ଘଟଣା ସମ୍ପର୍କରେ ସବୁ କହିଥିଲା ।

ଏହି କଥା ମିଥ୍ୟା ହେବା ପରେ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ଏପରି ଏକ ଗୁଜବ ସୃଷ୍ଟି ହେଲା ସେନେଇ ପୋଲିସ ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ଏହି ଘଟଣାର କାରଣ ଜଣାପଡ଼ିନାହିଁ ।