• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସବୁଠୁ ଶକ୍ତିଶାଳି ଦେଶର ରକ୍ଷା ବିଭାଗ ବି ସୁରକ୍ଷିତ ନୁହେଁ । ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ର ଡାଟା ଲିକ୍ ପରେ ସାରା ବିଶ୍ୱରେ ହଇଚଇ । ଗୁପ୍ତ ଦସ୍ତାବିଜରେ ରୁଷ୍, ଚୀନ୍ ଏବଂ ୟୁକ୍ରେନ୍ ସମେତ ଅନେକ ଦେଶ ସଂପର୍କରେ ଏଭଳି ତଥ୍ୟ ରହିଛି ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ଯାହା ଦିନେ ଟପ୍ ସିକ୍ରେଟ୍ ଥିଲା ତାହା ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି ।

ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ । ଟପ୍ ସିକ୍ରେଟ୍ ଫାଇଲକୁ ସାର୍ବଜନୀନ କରିଦେଲା ୨୧ ବର୍ଷୀୟ ଯୁବକ । ପେଣ୍ଟାଗନରୁ ଲିକ୍ ହୋଇଥିବା ଗୁପ୍ତ ଦସ୍ତାବିଜରେ ରୁଷ୍, ଚୀନ୍, ୟୁକ୍ରେନ୍ ସମେତ ବହୁ ଦେଶ ସଂପର୍କରେ ଏମିତି ଅନେକ ସମ୍ବେଦନଶୀଳ ତଥ୍ୟ ରହିଛି, ଯାହାକି ଏଯାଏଁ ଟପ୍ ସିକ୍ରେଟ୍ ବା କ୍ଲାସିଫାଏଡ୍ ଫାଇଲ୍ ଭାବେ ଲୁଚାଇ ରଖିଥିଲା ଆମେରିକା । ସେସବୁ ଫାଇଲ୍ ଲିକ୍ ହେବା ଫଳରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆମେରିକାର ବହୁ ଚକିତ କଲା ଭଳି ଆଭିମୁଖ୍ୟ ପଦାରେ ପଡ଼ିଯାଇଛି ।

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୧: ରୁଷ୍ ପ୍ରସଙ୍ଗରେ ମିଳିତ ଜାତିସଂଘର ଆଭିମୁଖ୍ୟ ନରମ

ଦସ୍ତାବିଜକୁ ଦେଖିଲେ ଆମେରିକା ନଜରରେ ମିଳିତ ଜାତିସଂଘ ରୁଷ୍ ପ୍ରସଙ୍ଗରେ କୌଣସି କଠୋର ପଦକ୍ଷେପ ନେଇନାହିଁ । ରୁଷ ସହ ଗହମ କାରବାର ନେଇ ମିଳିତ ଜାତିସଂଘ ମହାସଚିବଙ୍କୁ ମଧ୍ୟ ଆମେରିକା ଟାର୍ଗେଟ୍ କରିଛି । ଏହି ଚୁକ୍ତି ଦ୍ୱାରା ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷିଆକୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ ହେବ । ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ ରୁଷିଆର ହିତ ପାଇଁ କାମ କରୁଥିବା ନେଇ ଦସ୍ତାବିଜରେ ଉଲ୍ଲେଖ କରିଛି ଆମେରିକା ।...

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୨: ୟୁକ୍ରେନରେ ରୁଷ୍ ସୈନ୍ୟ ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

  • ୟୁକ୍ରେନରେ ଯୁଦ୍ଧରେ କେତେ ସଂଖ୍ୟାରେ ରୁଷୀୟ ସୈନ୍ୟ ମୃତାହତ ହୋଇଛନ୍ତି, ରୁଷ୍ ଅଧିକାରୀ ନିଜ ନିଜ ମଧ୍ୟରେ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ସେହିପରି ରୁଷ୍ ସହ ଯୁଦ୍ଧରେ ୟୁକ୍ରେନକୁ ବହୁତ କମ ସଫଳତା ମିଳୁଥିବା ନେଇ ଦସ୍ତାବିଜ୍ ରେ ଦାବି କରାଯାଇଛି । ଏଥିସହ ଆକାଶ ମାର୍ଗରୁ ୟୁକ୍ରେନ ସୁରକ୍ଷିତ ନୁହେଁ ଏବଂ ଖୁବ୍ ଶୀଘ୍ର ୟୁକ୍ରେନର ମିଜାଇଲ୍ ଶେଷ ହୋଇପାରେ ବୋଲି ଲିକ୍ ହୋଇଥିବା ସିକ୍ରେଟ ଫାଇଲରେ ଉଲ୍ଲେଖ ରହିଛି । ରୁଷ-ୟୁକ୍ରେନ୍ ଯୁଦ୍ଧରେ ମୃତାହାତଙ୍କ ସଂଖ୍ୟା ନେଇ ମଧ୍ୟ ଦସ୍ତାବିଜରେ ଉଲ୍ଲେଖ ରହିଛି।...

ପେଣ୍ଟାଗନ୍ ଟପ୍ ସିକ୍ରେଟ୍ ୩: ରୁଷକୁ ଗୁପ୍ତଭାବେ ରକେଟ୍ ବିକିପାରେ ଇଜିପ୍ଟ

  • ଫେବୃଆରୀରେ ଲିକ୍ ହୋଇଥିବା ଏକ ଦସ୍ତାବିଜ୍ ଆଧାରରେ ପେଣ୍ଟାଗନ୍ ପୋଷ୍ଟ ବାହାର କରିଥିବା ରିପୋର୍ଟ ଅନୁଯାୟୀ, ଇଜିପ୍ଟ ଗୁପ୍ତ ଭାବେ ରୁଷ୍ ପାଇଁ ୪୦ ହଜାର ରକେଟ୍ ନିର୍ମାଣ ଉପରେ କାମ କରୁଛି । ପଶ୍ଚିମ ଦେଶ ସହ ବିବାଦରୁ ବର୍ତ୍ତିବା ଲାଗି ନିଜର ଉତ୍ପାଦନ ଏବଂ ସିପମେଣ୍ଟକୁ ଗୁପ୍ତ ରଖିବା ପାଇଁ ଇଜିପ୍ଟର ରାଷ୍ଟ୍ରପତି ନିଜ ଅଧିକାରୀମାନଙ୍କୁ କହିଥିବା ନେଇ ଦସ୍ତାବିଜ୍ ରେ ଉଲ୍ଲେଖ ରହିଛି।... 

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୪: ଆମେରିକା ଉପରେ ଖପ୍ପା ଦକ୍ଷିଣ କୋରିଆ

  • ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ଆମେରିକା ଉପରେ ଦକ୍ଷିଣ କୋରିଆ ନାରାଜ ଥିବା ଏହି ଦସ୍ତାବିଜରେ ଦେଖିବାକୁ ମିଳିଛି । ବିବିସି ରିପୋର୍ଟ ଆଧାରରେ ଏହି ଆଶଙ୍କା କରୁଛି ପେଣ୍ଟାଗନ୍ । ଏଥିସହ ଏହି ଡାଟା ଲିକ୍ ପରେ ଦକ୍ଷଣ କୋରିଆ ସମେତ ନିଜ ସହଯୋଗୀ ଦେଶ ଉପରେ ଆମେରିକା ଗୁପ୍ତଚରୀ କରୁଥିବା ମଧ୍ୟ ଅଭିଯୋଗ ଉଠିଛି । 

 ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୫: ମହାଶକ୍ତିଶାଳୀ ଅସ୍ତ୍ରର ପରୀକ୍ଷଣ କରିଛି ଚୀନ 

  • ପେଣ୍ଟାଗନ୍ ପୋଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏକ ଟପ୍ ସିକ୍ରେଟ୍ ଦସ୍ତାବିଜ୍ ରେ ଚୀନ୍ ର ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଉପରେ ଉଲ୍ଲେଖ ରହିଛି । ଫେବୃଆରୀ ୨୫ରେ ଚୀନ୍ DF-27 ହାଇପରସୋନିକ୍ ଗ୍ଲାଇଡ୍ ବାହାନର ପରୀକ୍ଷଣ କରିଛି। ଏହାର ବ୍ୟବହାର ହାଇପରସୋନିକ୍ ମିଜାଇଲ୍ ଲଞ୍ଚ୍ କରିବାରେ କରାଯିବ। ଏହି ତଥ୍ୟ ଲିକ୍ ହେବା ପରେ ଚୀନ୍ ଉପରେ ଆମେରିକା ଯେ କେତେ ତୀକ୍ଷ୍ଣ ଦୃଷ୍ଟି ରଖିଛି ତାହା ସ୍ପଷ୍ଟ ହୋଇଛି । 

 

 

ଖାଲି ଏତିକି ନୁହେଁ, ପ୍ରତିରକ୍ଷା ବିଭାଗର ଟ୍ରାଭେଲ୍ ରେକର୍ଡ ସହ ଅନେକ ବ୍ୟକ୍ତିଗତ ତଥ୍ୟ ଏବଂ ପ୍ରାୟ ୩୦ ହଜାର ୟୁଏସ୍ ସେନାଧିକାରୀ ଓ ସାଧାରଣ ଲୋକଙ୍କ କ୍ରେଡିଟ୍ କାର୍ଡ ଡାଟା ମଧ୍ୟ ଲିକ୍ ହୋଇଥିବା କୁହାଯାଉଛି। ତେବେ ପଦାକୁ ଆସିଥିବା ଏହି ସବୁ ଡକ୍ୟୁମେଣ୍ଟ ସତ ନା ତାକୁ ବଦଳାଯାଇଛି, ସେନେଇ ମଧ୍ୟ ଆଶଙ୍କା ଲାଗିରହିଛି ।...