• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିମାନରେ ଥିଲେ ଯାତ୍ରୀ, ହଠାତ ଖରାପ ହୋଇଗଲା ଏସି । ଯାହାଫଳରେ ଅସହ୍ୟ ଗରମରେ ଯାତ୍ରୀମାନଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଲା । ଗ୍ରୀସରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ସୂଚନା ଅନୁସାରେ ଗ୍ରୀସର କାତାର ଏୟାରୱେଜ୍ ବିମାନରେ ଯାଉଥିବା ଯାତ୍ରୀମାନଙ୍କୁ ଏସି ଖରାପ ହେତୁ ତିନି ଘଣ୍ଟାରୁ ଅଧିକ ସମୟ ଗରମରେ ବସିବାକୁ ପଡିଲା ।

ବିମାନର ଏୟାର କଣ୍ଡିସନର ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଯାତ୍ରୀମାନେ ଓଦା ୱାଇପ୍ ବ୍ୟବହାର କରୁଥିଲେ ଏବଂ ଉତ୍ତାପରୁ ରକ୍ଷା ପାଇବା ପାଇଁ ଫ୍ୟାନ୍‌ ବ୍ୟବହାର କରିବାକୁ ପଡ଼ିଥିଲା । ଏମିତିକି କେତେକ ଯାତ୍ରୀ ସେମାନଙ୍କ ପୋଷାକ ମଧ୍ୟ ଖୋଲିବାକୁ ବାଧ୍ୟ ହୋଇଥିଲେ । ସେହିପରି ଅସହ୍ୟ ଗରମ ହେତୁ ଅନେକ ଅଚେତ ମଧ୍ୟ ହୋଇଥିଲେ ।

ଏହି ବିମାନରେ IMFA ୱାର୍ଲ୍ଡ ମୁଏଥାଇ ଚାମ୍ପିଅନସିପ୍‌ରେ ପ୍ରତିଯୋଗୀତା କରୁଥିବା ଅନେକ ଆଥଲେଟ୍ ମଧ୍ୟ ରହିଥିଲେ। ସୂଚନାନୁସାରେ, ଦୋହା ଯିବାକୁ ଥିବା କାତାର ଏୟାରୱେଜ୍ ବିମାନ ଏଥେନ୍ସ ବିମାନ ବନ୍ଦରର ରନୱେରେ ପ୍ରାୟ ୩ ଘଣ୍ଟା ଛିଡ଼ା ହୋଇରହିଥିଲା । ତେବେ ଏହି ସମୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ରୀଡ଼ା ଡାକ୍ତର ଗାର୍ଥ କୋଲିନ୍ସ ସୋସିଆଲ ମିଡିଆରେ ଘଟଣାର ଭିଡିଓ ସେୟାର କରିଛନ୍ତି ।

ସେ କହିଛନ୍ତି ଯେ, ବିମାନରେ ସମସ୍ତ ଯାତ୍ରୀ ଅସହ୍ୟ ଗରମରେ ଚିନ୍ତିତ ଥିଲେ ଏବଂ ବିମାନରେ ଅଚେତ ହୋଇପଡ଼ିଥିଲେ । କୋଲିନ୍ସ କହିଛନ୍ତି ଯେ ଏହି ଘଟଣାରେ ଆମେ ବିମାନ କମ୍ପାନୀ ପକ୍ଷରୁ କୌଣସି ସମର୍ଥନ ପାଇ ନାହୁଁ । ବିମାନ କର୍ମଚାରୀମାନେ କେବଳ ଆମକୁ ଏକ ଛୋଟ ଥଣ୍ଡା ପାନୀୟ ଦେଇଥିଲେ । ଯେତେବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବିମାନଟି ଉଡ଼ି ନଥିଲା, ଯାତ୍ରୀମାନଙ୍କୁ ଏଥେନ୍ସ ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂକୁ ଫେରିବାକୁ ଅନୁମତି ଦିଆଯାଇଥିଲା। ସେଠାରେ ସମସ୍ୟାର ସମାଧାନ ହୋଇନଥିଲା, କାରଣ ସେଠାରେ ମଧ୍ୟ ଲମ୍ବା ଲାଇନ ଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now