Advertisment

Shri Hanuman Jayanti in England: ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ

ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା ।

ଅଦ୍ୟତନ ହୋଇଛି
ଇଂଲଣ୍ଡରେ ବଣ୍ଟାହେଲା ପଣା ।

ଇଂଲଣ୍ଡରେ ବଣ୍ଟାହେଲା ପଣା ।

Advertisment

ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା । ଭଗବାନ ହନୁମାନଙ୍କ ଜନ୍ମ ଦିବସ ପାଳନ ପୂର୍ବକ, ମନ୍ଦିରରେ ଚାରିଦିନ ବ୍ୟାପି ଚାଲୁଥିବା ଉତ୍ସବରେ ପ୍ରଭୁ ମହାବୀରଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା ।

Advertisment

ଏହି ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ମହାବିଷୁବ ସଂକ୍ରାନ୍ତିକୁ ଓଡିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଓଡିଶାର ପାରମ୍ପରିକ ପର୍ବ ମହାବିଷୁବ ସଂକ୍ରାନ୍ତିର ପବିତ୍ର ଦିବସକୁ ଓଡିଆ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହି ଅବସରରେ ନୂଆ ଚାଉଳରେ ପ୍ରସ୍ତୁତ ଅନ୍ନ ଓ ଖେଚୁଡି ପ୍ରସାଦ ଭୋଗ କରାଯାଇଥିଲା ।

ଏହାସହ ଓଡିଆଙ୍କ ପ୍ରିୟ ସୁସ୍ୱାଦୁ ଦହି ପଖାଳ ପ୍ରସ୍ତୁତ ହୋଇଥିଲା । ବିଶେଷ ଭାବେ ପ୍ରସ୍ତୁତ ଛୁଁଙ୍କ ଦିଆଯାଇଥିବା ଦହି ପଖାଳ ସମସ୍ତଙ୍କ ମନ ଛୁଇଁଯାଇଥିଲା । ସେହିପରି ଓଡିଆମାନେ ଏହି ପବିତ୍ର ଦିନରେ ଭଗବାନଙ୍କୁ ଏକ ପାନୀୟ ସମର୍ପଣ କରିଛନ୍ତି । ଯାହାକୁ ପଣା ବୋଲି କୁହାଯାଏ । ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ପ୍ରକାରର ପଣା ପିଇ ବିଦେଶୀମାନେ ବେଶ୍ ଆନନ୍ଦିତ ହୋଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ଘୋଷଣା କଲେ ପୁଟିନ, ଜେଲେନସ୍କି କହିଲେ...

ମନ୍ଦିର ପରିସର ଶ୍ରୀରାମ ଜୟରାମ ମନ୍ତ୍ର ଧ୍ୱନିରେ ଗୁଂଜରିତ ହୋଇ ଉଠିଥିଲା । ହନୁମାନ ଜୟନ୍ତୀ ଉପଲକ୍ଷେ ମନ୍ଦିରରେ ତିନି ଦିନ ବ୍ୟାପି ଶ୍ରୀହନୁମାନ ଚାଳିଶା ପାଠ ଓ ଏହାର ପରଦିନ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ପ୍ରଭୁ ସୀତାରାମ ଓ ହନୁମାନଙ୍କୁ ଦର୍ଶନ କରିବା ସହ ଭୋଗ କରିଥିଲେ ।

ଏହି ଅବସରରେ ମନ୍ଦିର ପରିସରକୁ ଭିନ୍ନ ଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଥିଲା । ଶହ ଶହ ପ୍ରବାସୀ ଭାରତୀୟ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ପ୍ରସାଦ ସେବନ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପରିସର ହୋଇଥିଲା ଭକ୍ତି ଏବଂ ଭାବମୟ ।

Advertisment

ସିଟି ଅଫ୍ ବାଥ ସହରରେ ଏହି ପରି ସମସ୍ତ ହିନ୍ଦୁ ଉତ୍ସବ ଓ ପର୍ବ ପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ରାମରାଜ୍ୟ ପ୍ରତିଷ୍ଠା ସହ ଶ୍ରୀଜଗନ୍ନାଥ ସଂସ୍କତି ପ୍ରଚାର ପ୍ରସାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଏହି କାର୍ଯ୍ୟକ୍ରମକୁ ନେଇ ମତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

England Pana Sankranti Prabasi Odias Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ