Advertisment

Asim Munir Warning: ପୁଣି ଧମକ ଦେଲେ ମୁନୀର, 'ସିନ୍ଧୁ ଚୁକ୍ତି ଆମ ପାଇଁ ଲକ୍ଷ୍ମଣ ରେଖା, ପାକିସ୍ତାନ କେବେ ମୁଣ୍ଡ ନୁଆଁଇବନି'

ପ୍ରଧାନମନ୍ତ୍ରୀ ଭାରତ ସହ ଆଲୋଚନା ପାଇଁ ଗୁହାରି କରୁଛନ୍ତି, କିନ୍ତୁ ସେନା ମୁଖିଆଙ୍କ କମୁନି ମୁହଁ ଫୁଟାଣି । ସିନ୍ଧୁ ଜଳଚୁକ୍ତି ଆମ ପାଇଁ ଲକ୍ଷ୍ମଣ ରେଖା । ପାକିସ୍ତାନ କେବେ ବି ମୁଣ୍ଡ ନୁଆଁଇବନି କହି ଭାରତକୁ ଫମ୍ପା ଧମକ ଦେଲେ ଅସୀମ ମୁନୀର ।

author-image
Namita Biswal
ଅଦ୍ୟତନ ହୋଇଛି
Asim Munir

Asim Munir

ଅପରେସରନ ସିନ୍ଦୂରରେ ଭାରତର ଭୟଙ୍କର ପ୍ରହାର ପରେ ବି କମୁନି ପାକିସ୍ତାନର ଆତ୍ମଗର୍ବ । ଭାରତକୁ ଦେଉଛି ଫାଙ୍କା ଧମକ । ଭାରତର ଅପରେସନ୍ ସିନ୍ଦୂର ପ୍ରହାରରେ ଧୂଳି ଚାଟିଥିବା ପାକିସ୍ତାନ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କାକୁତି ମିନତି ହେଉଥିଲେ । ଏବେ ତାଙ୍କ ସେନା ମୁଖ୍ୟ ଅସୀମ ମୁନିର ଦେଖାଉଛନ୍ତି ମୁହଁ ଫୁଟାଣି। ଭାରତ ବିରୋଧରେ ପୁଣି ଓଗାଳିଛନ୍ତି ବିଷ। କହିଛନ୍ତି ଭାରତ ଆଗରେ ମୁଣ୍ଡ ନୁଆଁଇବନି ପାକିସ୍ତାନ । ଦକ୍ଷିଣ ଏସୀୟ କ୍ଷେତ୍ରରେ ଇସଲାମାବାଦ କେବେବି ଭାରତୀୟ ଆଧିପତ୍ୟକୁ ଗ୍ରହଣ କରିବ ନାହିଁ । 

Advertisment

ଅଧିକ ପଢ଼ନ୍ତୁ: ଭାରତର ଶରଣ ପଶିଲା ପାକିସ୍ତାନ; ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଶେହବାଜ

ଖାଲି ସେତିକି ନୁହେଁ, ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ରଡି ଛାଡିଛନ୍ତି ଅସୀମ ମୁନୀର । ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତି ହେଉଛି ପାକିସ୍ତାନର ଲକ୍ଷ୍ମଣ ରେଖା । ଏ ପ୍ରସଙ୍ଗରେ ଆମେ କେବେବି ସାଲିସ୍ କରିବୁ ନାହିଁ କି ଇସ୍‌ଲାମାବାଦ କେବେ ମୁଣ୍ଡ ନୁଆଁଇବ ନାହିଁ । ପାଣି ହେଉଛି ପାକିସ୍ତାନର ରେଡ୍ ଲାଇନ୍ । ଏହା ଦେଶର ୨୪୦ ନିୟୁତ ନାଗରିକଙ୍କ ମୌଳିକ ଅଧିକାର ସହିତ ସିଧାସଳଖ ଜଡିତ । ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଅନୁଯାୟୀ, ଗୁରୁବାର ଦିନ ଅସୀମ ମୁନୀର ବିଭିନ୍ନ ବିଶ୍ୱବିଦ୍ୟାଳୟର ଭାଇସ୍-ଚାନ୍ସଲର, ପ୍ରିନ୍ସିପାଲ, ବରିଷ୍ଠ ଶିକ୍ଷକ ଏବଂ ଶିକ୍ଷାବିତ୍‌ଙ୍କ ସହିତ ଆଲୋଚନା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । 

Advertisment

ପହଲଗାମ ଆକ୍ରମଣର ଦିନକ ପରେ ଆକ୍ସନ ମୁଡ୍‌କୁ ଆସିଥିଲେ ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟି (CCS) ବୈଠକ ବସିଥିଲା । ଏଥିରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହା ପରଠାରୁ ବିଳିବିଳାଉଛି ଶତ୍ରୁ ଦେଶ । ଭୋକ ବିକଳରେ ତାଟିଆ କାମୁଡିଛି । 

ଗୋଟିଏ ପଟେ ପାକ୍ ପ୍ରଧାନମନ୍ତ୍ରୀ ସରିଫ୍ ଭାରତ ସହ ଆଲୋଚନା ପାଇଁ ଗୁହାରି କରୁଥିବାବେଳେ ସେନା ମୁଖ୍ୟ କିନ୍ତୁ ବାରମ୍ବାର ଭାରତ ବିରୋଧରେ ବିଷ ଓଗାଳୁଛନ୍ତି । ନିଜ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ବିରୋଧରେ ଫାଙ୍କା ଧମକ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ହଜିଲା ନିଦ, ପୁଣି ବାଜିବ ଯୁଦ୍ଧ ସାଇରନ୍‌

Pakistan Indus Waters Treaty India Pakistan
Advertisment
Advertisment