/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676809361.jpg)
Pakistan- Turkey
ସାରା ବିଶ୍ୱରେ ନିନ୍ଦିତ ହେଲା ପାକିସ୍ତାନ । ବର୍ଷେ ତଳେ ସହାୟତା ଆକାରରେ ପାଇଥିବା ପୁରୁଣା ରିଲିଫ ସାମଗ୍ରୀକୁ ନୂଆ ପ୍ୟାକେଟରେ ଭର୍ତ୍ତି କରି ପୁଣି ସେହି ଦେଶକୁ ସାହାଯ୍ୟ ଆକାରରେ ପଠାଇ ନିନ୍ଦିତ ହେଲା ପାକିସ୍ତାନ । ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।
ସି-୧୩୦ ବିମାନ ସହାୟତାରେ ତୁର୍କୀ ରାଜଧାନୀ ଅଙ୍କାରାରେ ଏହି ରିଲିଫ୍ ସାମଗ୍ରୀ ପହଞ୍ଚିଥିଲା । ଯେଉଁଥିରେ ତୁର୍କୀ ଜନସାଧାରଣ ଓ ସରକାରଙ୍କ ପାଇଁ ପାକିସ୍ତାନ ଜନସାଧାରଣ ଓ ସରକାରଙ୍କ ତରଫରୁ ସହାୟତା ସାମଗ୍ରୀ ବୋଲି ଲେଖା ଯାଇଥିଲା । ତେବେ ପ୍ୟାକେଟ୍ ଭିତରେ କିନ୍ତୁ ଥିଲା ପୁରୁଣା ଜିନିଷ ।ପାକିସ୍ତାନକୁ ଗତବର୍ଷ ବନ୍ୟା ବେଳେ ତୁର୍କୀ ଦେଇଥିବା ରିଲିଫ୍ ସାମଗ୍ରୀ ସେହି ପ୍ୟାକେଟ୍ ଭିତରେ ରହିଥିଲା । ପାକ୍ କର୍ତ୍ତୃପକ୍ଷ ଚାଲାକି କରି ପ୍ୟାକେଟ ଉପର ଭାଗକୁ ରିଂ ପ୍ୟାକେଜିଂ କରିଥିଲେ ବି ଭିତର ପ୍ୟାକେଟରେ କିନ୍ତୁ ଏହା ପାକିସ୍ତାନ ପାଇଁ ତୁର୍କୀ ତରଫରୁ ବନ୍ୟା ସହାୟତା ବୋଲି ଉଲ୍ଲେଖ ରହିଥିଲା ।
ଏକଥା ଜଣେ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ ଖୁଲାସା କରିବା ପରେ ସାମ୍ନାକୁ ଆସିଛି । ଏ ଘଟଣାକୁ ନେଇ ପାକିସ୍ତାନ ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ସେପଟେ ପାକିସ୍ତାନର ବିରୋଧୀ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ସେହୱାଜ୍ ସରିଫଙ୍କୁ ଟାର୍ଗେଟ୍ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)