Advertisment

Pakistan Army Chief: ଗଣହତ୍ୟାକାରୀ ଅସୀମ ମୁନିର, ଆମେରିକାରେ ଶୁଭିଲା ଲଜ୍ଜା ଲଜ୍ଜା....

ତାଙ୍କ କାର୍ ହୋଟେଲ୍ ଭିତରକୁ ପଶିବା ମାତ୍ରେ କିଛି ଲୋକ ‘ଶେମ୍ ଅନ୍ ୟୁ, ଶେମ୍ ଅନ୍ ୟୁ’ କହି ଚିତ୍କାର କରିଥିଲେ । ଚିତ୍କାର କରିଥିବା ଲୋକମାନେ ମଧ୍ୟ ପାକିସ୍ତାନ ବଂଶୋଦ୍ଭବ । ଜଣେ ମାନବାଧିକାର କର୍ମୀ ଚିତ୍କାର କରି କହିଥିଲେ, ତୁମେ ଭୀରୁ… । ଏହି ବିରୋଧ ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Asim Munir

Asim Munir

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ଆମେରିକା ଯାଇ ହଟହଟା ହୋଇଛନ୍ତି । ସାଧାରଣ ଲୋକଙ୍କର ତାଙ୍କ ଉପରେ କେତେ ରାଗ, ତାହା ପ୍ରତିଫଳିତ ହୋଇଛି। ଆମେରିକା ମାଟିରେ ତାଙ୍କ ବିରୋଧରେ ଉଠିଛି ପ୍ରତିବାଦର ସ୍ୱର । ଗତ ସପ୍ତାହରେ ସେ ଆମେରିକାର ୱାଶିଂଟନ୍ ଡିସି ଯାଇଥିଲା ବେଳେ ଫୋର୍ ସିଜନ୍ସ ହୋଟେଲରେ ରହିଥିଲେ । ତାଙ୍କ କାର୍ ହୋଟେଲ୍ ଭିତରକୁ ପଶିବା ମାତ୍ରେ କିଛି ଲୋକ ‘ଶେମ୍ ଅନ୍ ୟୁ, ଶେମ୍ ଅନ୍ ୟୁ’ କହି ଚିତ୍କାର କରିଥିଲେ । ଚିତ୍କାର କରିଥିବା ଲୋକମାନେ ମଧ୍ୟ ପାକିସ୍ତାନ ବଂଶୋଦ୍ଭବ । ଜଣେ ମାନବାଧିକାର କର୍ମୀ ଚିତ୍କାର କରି କହିଥିଲେ, ତୁମେ ଭୀରୁ… । ଏହି ବିରୋଧ ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Advertisment

ପାଟିତୁଣ୍ଡ କରୁଥିବା ଜଣେ ବ୍ୟକ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ବୋଲି କୁହାଯାଉଛି । ଏହି ହୋଟେଲ୍ ନିକଟରେ ଲଗାଯାଇଥିବା ଏକ ଡିଜିଟାଲ୍ ଡିସ୍ଲେ ବୋର୍ଡରେ ଲେଖାଯାଇଥିଲା । ‘Asim Munir : Mass Murderer’ ଓ ‘Democracy dies when guns speak !’ । ଏହାର ଅର୍ଥ ଅସୀମ ମୁନିର ଜଣେ ଗଣହତ୍ୟାକାରୀ । ବନ୍ଧୁକ ଗର୍ଜିଲେ ଗଣତନ୍ତ୍ର ମରିଯାଏ । ଏମିତି କହି ଜୋରରେ ଚିଲାଉଥିଲେ ପ୍ରତିବାଦକାରୀ ।

ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ 

Advertisment

ଲଜ୍ଜା ଲଜ୍ଜା ବୋଲି କହୁଥିଲେ । ପାକିସ୍ତାନକୁ ମୁକ୍ତ କରିବାକୁ ଆହ୍ୱାନ ଦେଉଥିଲେ । ପାଖରେ ସୁରକ୍ଷା କର୍ମୀ ଛିଡା ହୋଇଥିଲେ ମଧ୍ୟ ମୁନିରଙ୍କୁ ଭର୍ତ୍ସନା କରି ଚାଲିଥିଲେ ପ୍ରତିବାଦକାରୀ । ମୋର କହିବାର ଅଧିକାର ଅଛି । ମୁଁ ସର୍ବସାଧାରଣ ସ୍ଥାନରେ ଛିଡା ହୋଇଛି । ତୁମେ ଭିତରେ ଲୁଚିଛ । ତୁମେ ଭୀରୁ …. । ମୁନିରଙ୍କୁ ଏମିତି କହି ଚାଲିଥିଲେ ସେ । ବିରୋଧୀଙ୍କୁ ଦବେଇବାକୁ ଉଦ୍ୟମ କରିବା ବିଶେଷ କରି ଇମ୍ରାନ ଖାନଙ୍କୁ ଜେଲରେ ପୂରାଇବା ଓ ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଥିବା ଘଟଣାରେ ମୁନିରଙ୍କ ବିରୋଧରେ ଅସନ୍ତୋଷ ତେଜୁଛି ।

ପାକିସ୍ତାନରେ ସେ ଜୁଲୁମ୍ ଚଳାଇଥିବାର ଅଭିଯୋଗ କରୁଛନ୍ତି ପ୍ରତିବାଦକାରୀ । ଏପରିକି ଇମ୍ରାନ ଖାନଙ୍କ ଦଳ ଏହି ଜୁଲୁମ୍ ବିରୋଧରେ ଦେଶବ୍ୟାପୀ ଜନ ସଚେତନତା କରିବ ବୋଲି ସୂଚନା ଦିଆଯାଇଛି । ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ମିଳିବା ପରେ ଏହା ଥିଲା ତାଙ୍କର ପ୍ରଥମ ଆମେରିକା ଗସ୍ତ । ତାଙ୍କୁ ଆନୁଷ୍ଠାନିକ ଭାବେ ଡକାଯାଇନଥିବା କହିଥିଲେ ଆମେରିକା ସରକାର ।

ଅଧିକ ପଢ଼ନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

Pakistan USA Pak Army
Advertisment
Advertisment