• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାକିସ୍ତାନରେ ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ସାଧାରଣ ନିର୍ବାଚନ । ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭି ଓ ପାକିସ୍ତାନ ନିର୍ବାଚନ କମିଶନ ୨୦୨୪ ଫେବୃଆରୀ ୮ତାରିଖରେ ନିର୍ବାଚନ କରିବା ଲାଗି ରାଜି ହୋଇଛନ୍ତି । ଏ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ ମଧ୍ୟ ପାକିସ୍ତାନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ପାକିସ୍ତାନ ରାଷ୍ଟ୍ରପତିଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଆଲୋଚନା ପରେ ପରେ ଏହି ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି । ଏହାସହ ଘୋର ଆର୍ଥିକ ସଙ୍କଟ ସହ ଜୁଝୁଥିବା ପାକିସ୍ତାନରେ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି ।

ଆସନ୍ତା ଫେବୃଆରୀ ୧୧ ତାରିଖରେ ପାକିସ୍ତାନରେ ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ ସହ ବୈଠକର କିଛି ଘଣ୍ଟା ପୂର୍ବରୁ, ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ ନିର୍ବାଚନ ଆୟୋଗଙ୍କ ଓକିଲ । ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନ ରାଜା, ଆଟର୍ଣ୍ଣି ଜେନେରାଲ ମନସୁର ଉସ୍ମାନ ଅବାନ ଓ ନିର୍ବାଚନ ଆୟୋଗଙ୍କ ଅନ୍ୟ ୪ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ଆଲୋଚନାରେ ସର୍ବସମ୍ମତି କ୍ରମେ ଫେବୃଆରୀ ୮ ତାରିଖରେ ନିର୍ବାଚନ ପାଇଁ ସ୍ଥିର କରାଯାଇଛି । ଗତ ଅଗଷ୍ଟ ୯ ତାରିଖରେ ପାକିସ୍ତାନ ରାଷ୍ଟ୍ରପତି ନାସନାଲ ଆସେମ୍ଲି ଭାଙ୍ଗି ଦେଇଥିଲେ । ଏହା ପରଠାରୁ ପାକିସ୍ତାନବାସୀ ନିର୍ବାଚନ ଅପେକ୍ଷାରେ ରହିଥିଲେ ।