Advertisment

ପାକିସ୍ତାନ କ୍ଷମତା ଖେଳରେ ଇମ୍ରାନଙ୍କ ମାଷ୍ଟରଷ୍ଟ୍ରୋକ୍: ବାଜି ଜିତୁ ଜିତୁ ବିରୋଧୀ ଅଲଆଉଟ

ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା।

author-image
Chandan Shishu
Imran Masterstroke

Imran Masterstroke

ଅନ୍ତିମ ଓଭର୍‌ରେ କପ୍ତାନ୍ ଇମ୍ରାନ୍‌ଙ୍କ ପଲିଟିକାଲ୍ ଗୁଗ୍‌ଲି। ବାଜି ଜିତୁ ଜିତୁ ଶେଷ ମୁହୂର୍ତ୍ତରେ ବିରୋଧୀ ଅଲଆଉଟ। ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ଭୋଟ୍ ହେବାକୁ ଥିବା ବେଳେ, ତାର ମାତ୍ର କେଇ ମିନିଟ୍ ପୂର୍ବରୁ ଏହାକୁ ଅସାମ୍ବିଧାନିକ ତଥା ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଖାରଜ କରିଦେଇଛନ୍ତି ଉପବାଚସ୍ପତି କାସିମ୍ ସୁରି। ଏଥିସହ ଇମ୍ରାନ୍‌ଙ୍କ ସୁପାରିଶ ପରେ ରାଷ୍ଟ୍ରପତି ଆରିଫ୍ ଅଲଭି ମଧ୍ୟ ନ୍ୟାସନାଲ ଆସେମ୍ଲି ବା ପାକିସ୍ତାନ ସଂସଦକୁ ଭଙ୍ଗ କରିଛନ୍ତି। ଫଳରେ ପୁଣି ନିର୍ବାଚନ ଲାଗି ବାଟ ଫିଟିଛି। ଆସନ୍ତା ୯୦ ଦିନ ଭିତରେ ନିର୍ବାଚନ ହେବାକୁ ଥିବା ବେଳେ, ସେପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ରହିବେ ଇମ୍ରାନ୍। ଆଜି ସେ ଦେଶକୁ ସମ୍ବୋଧନ କରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେବା ସହ, ତାଙ୍କ ସରକାରକୁ ହଟାଇବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ବିଫଳ ହୋଇଥିବା କହିଛନ୍ତି।

Advertisment

ଆଜି ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ସେ ଶେଷ ବଲ୍ ଯାଏଁ ଖେଳ ଜାରି ରଖିବେ ଏବଂ ତାଙ୍କ ପାଖରେ ଏବେବି ଶେଷ ଟ୍ରମ୍ପ୍ କାର୍ଡ ଅଛି ବୋଲି ପୂର୍ବରୁ କହି ଆସୁଥିଲେ ଇମ୍ରାନ୍। ଆଜି ଶେଷରେ ସେଇ ଟ୍ରମ୍ପକାର୍ଡ ଖେଳିଛନ୍ତି ଇମ୍ରାନ।  ସେପଟେ ପାର୍ଲାମେଣ୍ଟ ଭଙ୍ଗ ଘୋଷଣା ପରେ, ପାକିସ୍ତାନ ନ୍ୟାସନାଲ ଆସେମ୍ଲି ବାହାରେ ଇମ୍ରାନ୍ ସମର୍ଥକ ନାରାବାଜି କରିଥିବା ବେଳେ, ଭିତରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହାଇ-ଡ୍ରାମା।

ମିଳିତ ବିରୋଧୀ ନିଜେ ନିଜେ ଗୃହକାର୍ଯ୍ୟ ଆଗେଇ ନେବା ସହ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିଛନ୍ତି।  ଆଜିର ଦିନକୁ କଳା ଦିବସ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା। ପ୍ରଧାନମନ୍ତ୍ରୀ ପଦ ଆଶାୟୀ ଶେହବାଜ ଶରିଫ୍ ପିପିପି ନେତା ବିଲାଓ୍ୱଲ୍ ଭୁଟୋ ଜର୍ଦ୍ଦାରୀ ମଧ୍ୟ ଯେପର୍ଯ୍ୟନ୍ତ ଅନାସ୍ଥା ଭୋଟିଂ ନହୋଇଛି ସେପର୍ଯ୍ୟନ୍ତ ମିଳିତ ବିରୋଧୀ ଦଳ ସଂସଦ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ସଂସଦ ଭଙ୍ଗ ନିଷ୍ପତ୍ତିର ଯଥାର୍ଥତା ଯାଞ୍ଚ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ବିଚାରକୁ ନେଇଛନ୍ତି। ତାସହ ବିରୋଧୀଙ୍କ ଅଭିଯୋଗର ଶୁଣାଣି ପାଇଁ ସ୍ପେଶାଲ୍ ବେଞ୍ଚ ଗଠନ ହୋଇଥିବା ମଧ୍ୟ ସୂଚନା ମିଳିଛି। ତେଣେ ଆଉ ଏକ ରାଜନୈତିକ ଗୋଟିଚାଳନା କରିଛନ୍ତି ଇମ୍ରାନ୍। ତାଙ୍କ ସୁପାରିଶ କ୍ରମେ ମହମ୍ମଦ ସରଓ୍ୱାରଙ୍କ ସ୍ଥାନରେ ନୂଆ ପଞ୍ଜାବ ଗଭର୍ଣ୍ଣର ଭାବେ ଓମାର୍ ସର୍ଫରାଜ୍ ଚିମାଙ୍କୁ ନିଯୁକ୍ତ କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି।

Pak PM Imran Khan Pakistan
Advertisment
Advertisment