• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ ଲଜ୍ଜିତ ହେଲା ପାକିସ୍ତାନ । ବିଶ୍ୱ ଦରବାରରେ ପାକିସ୍ତାନର ପାରିବା ପଣିଆ ପୁଣି ପଦାରେ ପଡ଼ିଛି । ନିଜ ଦେଶରେ ପାକିସ୍ତାନର ମଜାକ୍‌ ଉଡ଼ିଲା । ଆଉ ଖୋଦ୍‌ ପାକିସ୍ତାନୀ ହିଁ ପାକିସ୍ତାନର ମଜାକ୍ ଉଡ଼ାଇଲେ । ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଗୁରୁବାର ଏକ ମିସାଇଲ୍‌ର ପରୀକ୍ଷଣ କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ମିସାଇଲ୍‌ଟି ନିଜ ଲକ୍ଷ ସ୍ଥଳ ଭେଦ କରିପାରିନଥିଲା ବରଂ ଅଧା ରାସ୍ତାରେ ଅଟକି ଯାଇଥିଲା ।

ଏଏନ୍‌ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ । ଏହା ଦେଖିବାକୁ ରକେଟ୍ କିମ୍ବା ମିସାଇଲ ସଦୃଶ ଥିଲା । ପରେ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ମିସାଇଲ ବୋଲି ଜଣାପଡ଼ିଛି । ଯାହାକୁ ପାକିସ୍ତାନର ସିଂଘ ଫାୟାରିଂ ରେଞ୍ଜରୁ ଟେଷ୍ଟିଂ କରାଯାଇଥିଲା । ପ୍ରଥମେ ଏହାର ଟେଷ୍ଟିଂ ସକାଳ ୧୧ଟା ସମୟରେ ହେବାର ଥିଲା । କିନ୍ତୁ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ପରୀକ୍ଷଣ ଏକ ଘଣ୍ଟା ବିଳମ୍ବରେ କରାଗଲା ।

ତେବେ ମାତ୍ର କେଇ ସେକେଣ୍ଡ ଭିତରେ ମିସାଇଲ ନିଜ ରାସ୍ତା ଭୁଲି ସିଂଘ ଅଞ୍ଚଳର ଥାନା ବୁଲା ଖାନ୍‌ ଉପରେ ପଡ଼ିଥିଲା । ତେବେ ସବୁଠାରୁ ବଡ଼ କଥା ହେଲା, ଅନେକ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲ ଏହି ଖବର ପ୍ରସାରଣ କରିଥିଲେ ବି ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରକାର ସ୍ପଷ୍ଟି କରଣ ଦିଆଯାଇ ନାହିଁ ।

ପାକିସ୍ତାନର ଏଭଳି ପରୀକ୍ଷଣକୁ ନେଇ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ମିସାଇଲ ପରୀକ୍ଷଣ ଫେଲ୍‌ ହୋଇଯାଇଛି । ଏମିତିକି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ଆକାଶରୁ ଏକ ମିସାଇଲ ଖସୁଥିବା ଦେଖାଯାଇଛି । ଏତେ ସବୁ ହେବା ପରେ ବି ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ବିବୃତ୍ତି ଜାରି କରାଯାଇ ନାହିଁ । କିନ୍ତୁ କିଛି ଅଧିକାରୀ ମିସାଇଲ ପରୀକ୍ଷଣକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନର କହିବାନୁଯାୟୀ ଏହା ଏକ ନିୟମିତ ମୋର୍ଟାର ଟ୍ରେସର ରାଉଣ୍ଡ ଥିଲା ।