/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665823190.jpg)
US President Joe Biden Says Pakistan One Of The Most Dangerous Nation
ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ। ପ୍ରଥମ ଥର ପାଇଁ ପାକିସ୍ତାନ ବିରୋଧରେ ଆମେରିକାର ଅତି ସଂଗୀନ ଅଭିଯୋଗ ଆଣିଛି। ବିଶ୍ୱରେ ବିପଜ୍ଜନକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ପାକିସ୍ତାନ ଗୋଟିଏ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଖୋଲାଖୋଲି କହିଛନ୍ତି।
କୌଣସି କାରଣ ନଥାଇ ଆଣବିକ ଅସ୍ତ୍ର ରଖିଥିବାରୁ ପାକିସ୍ତାନ ଗୋଟିଏ ବିପଜ୍ଜନକ ରାଷ୍ଟ୍ର ବୋଲି ବାଇଡେନ୍ କହିଛନ୍ତି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍ସରେ ଆୟୋଜିତ ଡେମୋକ୍ରାଟିକ କଂଗ୍ରେସର ପ୍ରଚାର କମିଟି ବୈଠକରେ ସେ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି । ବାଇଡେନଙ୍କ ଏଭଳି ମନ୍ତବ୍ୟ ପାକିସ୍ତାନର ଶାହବାଜ ସରିଫଙ୍କ ସରକାର ପ୍ରତି ବଡ଼ ଝଟକା ବୋଲି ବିବେଚନା କରାଯାଉଛି
ଏହାସହ ଚୀନ୍ ଓ ରୁଷକୁ ମଧ୍ୟ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଚୀନ ରାରଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ସମ୍ପର୍କରେ ବାଇଡେନ୍ କହିଛନ୍ତି ଯେ, ଦୁନିଆରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି । ହେଲେ ଜିଙ୍ଗପିଙ୍ଗ ଯାହା ଚିନ୍ତା କରନ୍ତି ଓ ତାଙ୍କ ପାଇଁ ଯାହା ସମସ୍ୟା ହୋଇଥାଏ, ସେ ସେଇଟାକୁ ହିଁ ଗୁରୁତ୍ୱ ଦେଇଥାନ୍ତି ।
ବାଇଡେନଙ୍କ ଏପରି ବୟାନରେ ତୀବ୍ର ପ୍ରତକ୍ରିୟା ପ୍ରକାଶ କରିଛି ପାକିସ୍ତାନ। ଏପରିକି ଇମ୍ରାନ ଖାଁଙ୍କ ସମର୍ଥକମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଇମ୍ରାନଙ୍କ ପାଖ ଲୋକ କୁହାଯାଉଥିବା ପିଟିଆଇ ନେତା ତଥା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶିରୀନ ମଜାରୀ କହିଛନ୍ତି ଏପରି ବୟାନ ପାଇଁ ବାଇଡେନ ପାକିସ୍ତାନକୁ କ୍ଷମା ମାଗିବା ଉଚିତ।
ସେ କହିଛନ୍ତି, ଆମେରିକା ବିଶ୍ୱ ପାଇଁ ବିପଦ। କାରଣ ତାଙ୍କର ପରମାଣୁ ଅସ୍ତ୍ର ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସେ ଆହୁରି କହିଛନ୍ତି,୨୦୦୭ରେ ସେ B52 ବାମ୍ବରରେ ୭ଟି ପରମାଣୁ ବୋମା ସହ ବିମାନ ଯାତ୍ରା କରୁଥିଲେ। ଘଣ୍ଟା ଘଣ୍ଟା ଧରି ସେ ଉଡୁଥିଲେ ମଧ୍ୟ କାହାକୁ ଏ ବିଷୟରେ ଜଣା ନ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)