• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଦୁଇ ଜଣ ଅତିଥିଙ୍କ ମଧ୍ୟରେ ହାତାହାତିର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାକିସ୍ତାନ ମୁସଲିମ୍ ଲିଗ-ନୱାଜ୍‌ର ସିନେଟର ଅଫନାନ୍ ଉଲ୍ଲା ଖାନ୍ ଓ ପାକିସ୍ତାନ ତେହରିକ୍ ଏ ଇନସାଫ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଓକିଲ ସେର୍ ଅଫଜଲ୍ ଖାନ୍ ।

ପାକିସ୍ତାନର ପ୍ରସିଦ୍ଧ ଟିଭି ଆଙ୍କର ଜାଭେଦ୍ ଚୌଧୁରୀଙ୍କ ‘କଲ୍ ତକ୍’ ଶୋ’ରେ ଉଭୟ ଆସିଥିଲେ । ପାକିସ୍ତାନୀ ସେନା ଓ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ବିତର୍କ ହୋଇଥିଲା । ଆଉ ଏଥିରେ ରାଗି ଯାଇ ଇମ୍ରାନ୍ ଖାନଙ୍କ ଓକିଲ ସେର୍ ଅଫଜଲ୍ ଖାନ୍ ସିନେଟର ଅଫନାନ୍ ଉଲ୍ଲା ଖାନ୍‌ଙ୍କୁ ମାଡ଼ ମାରିଥିଲେ । ଷ୍ଟୁଡିଓ ଭିତରେ ହିଁ ଉଭୟେ ଗଡ଼ାଗଡ଼ି ହୋଇ ଗଣ୍ଡଗୋଳ କରିଥିଲେ । ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।