Advertisment

କାଙ୍ଗାଳ ହେଲାଣି ପାକିସ୍ତାନ: ଅଟା, ଚିନି ପାଇଁ ଗାଡ଼ି ପଛରେ ଦୌଡୁଛନ୍ତି ଲୋକ

ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।

ଅଦ୍ୟତନ ହୋଇଛି
Pakistan Financial Crisis

Pakistan Crisis

Advertisment

ଅତି ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରୁ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ଦୃଶ୍ୟ। ଜୀବନ ପାଇଁ ସଂଗ୍ରାମ କରୁଥିବା ଦେଶର କିଛି ଜନତା ଖାଦ୍ୟ ପାଇଁ କେତେ ଆତୁର ତାର ଚିତ୍ର ସାମ୍ନାକୁ ଆସିଛି। କୌଣସି ମୋଟର ସାଇକେଲ ରାଲି ଚାଲିଛି, କିନ୍ତୁ ବାସ୍ତବରେ ଏ ଚିତ୍ର ହେଉଛି, ଅଟା ନେଇ ଯାଉଥିବା ଟ୍ରକ୍ ପଛରେ ମହୁମାଛି ଭଳି ଲୋକ ଗୋଡାଇଛନ୍ତି। ଲୋକେ ଡ୍ରାଇଭରକୁ ଟଙ୍କା ବି ଯାଚୁଛନ୍ତି, ନେହୁରା ବି ହେଉଛନ୍ତି, କିଛି ଅଟା ଦେଇଯିବାକୁ।

Advertisment

ପାକିସ୍ତାନରେ ଏବେ ଅଟା ଓ ଚିନିଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥର ଘୋର ଅଭାବ ସୃଷ୍ଟି ହୋଇଛି। ଅଟା ପ୍ୟାକେଟ୍ ପିଛା ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଏହାସତ୍ତ୍ୱେ ଅଧିକାଂଶ ସ୍ଥାନରେ ଅଟା ମିଳୁନାହିଁ। ଫଳରେ ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଏହାର କିଛି ଦିନ ପୂର୍ବରୁ ଖାଇବର ପଖତୁନୱା ପ୍ରଦେଶର ଏକ ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା। 

ଅଧିକ ପଢ଼ନ୍ତୁ: ପିଆଜ କିଲୋ ୨୨୦, ଅଟା ୧୫୦ : ପାକିସ୍ତାନରେ କାଙ୍ଗାଳ ସରକାର, ବିକଳ ଜନତା

Advertisment

ଜାଳେଣୀ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକେ ଅତି ବିପଦଜନକ ଭାବେ ପଲିଥିନ୍ ବ୍ୟାଗରେ ଅଳ୍ପ ପରିମାଣର ଗ୍ୟାସ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏମିତିକି ଏଭଳି ଗ୍ୟାସ ନେବା ଦ୍ୱାରା ବିସ୍ଫୋରଣ ଘଟି ବହୁ ଲୋକ ଆହତ ବି ହୋଇଥିବା କୁହାଯାଇଥିଲା।

Pakistan Crisis Pak PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ