Advertisment

Nuclear Threat by Pakistan: ଛାନିଆ ପାକିସ୍ତାନ; ପରମାଣୁର ଧମକ ଦେଲେ ପାକ ପ୍ରତିରକ୍ଷା ମନ୍ତ୍ରୀ...

ପାକିସ୍ତାନର ଅସ୍ଥିତ୍ବକୁ କ୍ଷତି ପହଞ୍ଚାଇବା ଭଳି ଭାରତ ଯଦି କିଛି ସିଧାସଳଖ ପଦକ୍ଷେପ ନିଏ, ତେବେ ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ କରିବ ବୋଲି ଧମକ ଦେଇଛନ୍ତି ପାକ ପ୍ରତିରକ୍ଷା ମନ୍ତ୍ରୀ।

ଅଦ୍ୟତନ ହୋଇଛି
Nuclear Threat by Pakistan:

Nuclear Threat by Pakistan:

Advertisment

ପହଲଗାମ୍ ଆକ୍ରମଣ ଘଟଣାର ପ୍ରଭାବୀ ଜବାବ ଦେବାକୁ ନୂଆଦିଲ୍ଲୀର ତୟାରି ଦେଖି ଛାନିଆ ପାକିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏଭଳି ଆଶଙ୍କା ବ୍ୟକ୍ତ କରିବା ସହ ଭାରତର ସାମରିକ ଆକ୍ରମଣ ଆସନ୍ନ ବୋଲି କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ଏହାର ସାମରିକ ବଳକୁ ଏକଜୁଟ କରୁଥିବା ନେଇ ଖବର ସରବରାହ ସଂସ୍ଥା ରଏଟରକୁ ଏକ ସାକ୍ଷାତକାର ଦେଇ ଖ୍ବାଜା ଆସିଫ୍ ଏଭଳି କହିଛନ୍ତି। 

Advertisment

ସେ କହିଛନ୍ତି, ଯେ ଏଭଳି ସ୍ଥିତିରେ ଏବେ ଇସଲାମାବାଦରେ ହାଇ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାକିସ୍ତାନର ଅସ୍ଥିତ୍ବକୁ କ୍ଷତି ପହଞ୍ଚାଇବା ଭଳି ଭାରତ ଯଦି କିଛି ସିଧାସଳଖ ପଦକ୍ଷେପ ନିଏ, ତେବେ ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ କରିବ ବୋଲି ଧମକ ଦେଇଛନ୍ତି ପାକ ପ୍ରତିରକ୍ଷା ମନ୍ତ୍ରୀ। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ବଡ଼ ଧରଣର ବଦଲା ନେବାକୁ ଭାରତର ବଡ଼ ଧରଣର ପ୍ରସ୍ତୁତି ଭିତରେ ଆଜି ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି ବୟାନ ଆସିଛି।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ଏପଟେ ପୁଣିଥରେ ଭାରତର ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି। ପହଲଗାମ୍ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ, ଏପରି କିଛି କହିଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ରକ୍ତକୁ ଗରମ କରିଦେବ। ଏକ ପାକିସ୍ତାନୀ ଗଣମାଧ୍ୟମ ଚ୍ୟାନେଲକୁ ବାଇଟ ଦେବା ସମୟରେ ଆଫ୍ରିଦି ଏତେ ତଳ ସ୍ତରକୁ ଚାଲିଗଲେ ଯେ ଏପରି ବିବାଦୀୟ ବୟାନ ଦେବାକୁ ପଛାଇଲେ ନାହିଁ।

ପହଲଗାମ୍ ଆକ୍ରମଣ ସମ୍ପର୍କରେ ତାଙ୍କ ମନ୍ତବ୍ୟ ରଖି ଆଫ୍ରିଦି କହିଥିଲେ, 'ଯଦି ଭାରତରେ ଗୋଟିଏ ବି ବାଣ ଫୁଟେ, ତେବେ ସେମାନେ ପାକିସ୍ତାନକୁ ଦୋଷ ଦିଅନ୍ତି। ପହଲଗାମ ଆକ୍ରମଣର ୧୦ ମିନିଟ୍ ଭିତରେ ପାକିସ୍ତାନକୁ ଦୋଷ ଦିଆଗଲା। ଆଫ୍ରିଦି ଆତଙ୍କବାଦୀଙ୍କ କାର୍ଯ୍ୟକୁ ନିନ୍ଦା ନକରି ଭାରତ ଉପରେ ନିଜ ଲୋକଙ୍କୁ ହତ୍ୟା କରିବା ଏବଂ ପାକିସ୍ତାନ ଉପରେ ଦୋଷ ଲଦିବାର ଭଳି ଲଜ୍ଜା ଜନକ ମନ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଆମେ ସବୁବେଳେ ଶାନ୍ତିକୁ ସମର୍ଥନ କରୁ। ଇସଲାମ ଆମକୁ ଶାନ୍ତି ଶିଖାଏ। ସେ ଦାବି କରିଥିଲେ ଯେ ପାକିସ୍ତାନ ସବୁବେଳେ ଭାରତ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଆସିଛି। କ୍ରୀଡା କୂଟନୀତି ସମ୍ପର୍କ ରଖିବା ମଧ୍ୟ ଭଲ ହେଲେ ଭାରତ ଏହା ମଧ୍ୟ ଚାହିୁଁ ନାହିଁ। ପାକିସ୍ତାନରେ ଖେଳିବାକୁ ଭାରତୀୟ କ୍ରିକେଟ ଦଳକୁ ପଠାଉ ନାହାନ୍ତି।   

Advertisment

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Pakistan Nuclear Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ