Advertisment

ସନ୍ତୁଳି ହେଉଛି ସୁଦାନ : ଚାରିଆଡ଼େ ଆତଙ୍କ, ଗଲାଣି ୪ଶହରୁ ଅଧିକ ଜୀବନ

ଚିନ୍ତାର କଥା ଯେ- ସୁଦାନରେ ଫସିଛନ୍ତି ୪ହଜାର ଭାରତୀୟ

author-image
Prangyan Parimita
ଅଦ୍ୟତନ ହୋଇଛି
Sudan Conflict 2023

Sudan crisis

ୟୁକ୍ରେନ ଏବେବି ଯୁଦ୍ଧର ଘନଘଟା ଦେଇ ଗତି କରୁଥିବା ବେଳେ, ଭାରତ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଲା ସୁଦାନ ଗୃହଯୁଦ୍ଧ ସ୍ଥିତି । କାରଣ ସେଠି ଫସି ରହିଛନ୍ତି ପ୍ରାୟ ୪ ହଜାର ଭାରତୀୟ । ବିଜୁଳି ନାହିଁ, ପାଣି ନାହିଁ, ଖାଦ୍ୟାଭାବ ବି ଦେଖାଦେଲାଣି । ଏପଟେ ଚିନ୍ତାରେ ପ୍ରବାସୀଙ୍କ ପରିବାରଲୋକେ । ଏଭଳି ସ୍ଥିତିରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ବିଭିନ୍ନ ପଡ଼ୋଶୀ ଦେଶଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବା ବେଳେ, ଆଜି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

କ୍ଷମତା ଲାଳସାରେ ସେନା ଓ ଅର୍ଦ୍ଧସାମରିକ ବାହିନୀ RSF ମଧ୍ୟରେ ଚାଲିଛି ସଂଘର୍ଷ । ସୁଦାନରେ ଗୃହଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ଏଥିରେ ୪୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏପଟେ ସୁଦାନରେ ଫସି ରହିଛନ୍ତି ୪ହଜାରରୁ ଅଧିକ ପ୍ରବାସୀ ଭାରତୀୟ । କେରଳର ଜଣେ ବ୍ୟକ୍ତିଙ୍କର ଜୀବନ ବି ଯାଇଛି । ଏଭଳି ସ୍ଥିତିରେ ଭାରତକ ବୈଦେଶିକ ମନ୍ତ୍ରାଳୟ ତୀକ୍ଷ୍ଣ ନଜର ରଖିଛି ସୁଦାନ ସ୍ଥିତି ଉପରେ । ଗତକାଲି ଉଚ୍ଚସ୍ତରୀୟ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ନୌସେନା ଓ ବାୟୁସେନା ମୁଖ୍ୟ, ବୈଦେଶିକ ସଚିବ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା, ନିରାପତ୍ତା, ଜରୁରୀ ସ୍ଥିତିରେ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ: କ୍ଷମତା ଲୋଭ ପାଇଁ ସୁଦାନ ସଂଘର୍ଷ ! ଦେଶକୁ ହାତମୁଠାରେ ରଖିବାକୁ ମୁହାଁମୁହିଁ ୨ ଜେନେରାଲ୍

Advertisment

ତେବେ ଆବଶ୍ୟକ ପଡ଼ିଲେ ଭାରତୀୟଙ୍କୁ ସୁଦାନରୁ ସୁରକ୍ଷିତ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣେ ସାଉଦିଆରବ, ୟୁଏଇ ଓ ଇଜିପ୍ଟର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଏଥିସହ ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟି କୂଟନୈତିକ ଆଲୋଚନା ଦ୍ୱାରା ଯଥାଶୀଘ୍ର ଯୁଦ୍ଧ ବିରତି ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଜୟଶଙ୍କର।...

ସେପଟେ ସୁଦାନରେ ଆତଙ୍କିତ ପ୍ରବାସୀ ଭାରତୀୟ, ଏପଟେ ଦେଶରେ ସେମାନଙ୍କ ପରିବାର ଆଖିରୁ ହଜିଯାଇଛି ନିଦି । ବିଶେଷତଃ କେରଳ ଓ କର୍ଣ୍ଣାଟକରୁ ଅଧିକ ଲୋକ ସୁଦାନରେ ଫସିଥିବା ଚର୍ଚ୍ଚା ହେଉଛି । ଯୁଦ୍ଧ ଓ ଗୁଳିଗୋଳା ବର୍ଷା ଯୋଗୁଁ ପାଣି ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଲୋକଙ୍କ ପାଇଁ ପିଇବା ପାଣି ନାହିଁ । ଖାଦ୍ୟ ଓ ଔଷଧ ବି ଅଭାବ ଦେଖାଦେଲାଣି । କର୍ଣ୍ଣାଟକର ଏକ ଆଦିବାସୀ ପକ୍ଷୀଧରାଳି ସମୁଦାୟ 'ହକ୍କିପକ୍କି'ର ବହୁ ସଂଖ୍ୟକ ଲୋକ ସୁଦାନରେ ଫସିଛନ୍ତି । ତେବେ ସେମାନଙ୍କ ସହିତ କେନ୍ଦ୍ର ସରକାର ଯୋଗାଯୋଗରେ ଥିବା କହିଛି ନୂଆଦିଲ୍ଲୀ । ସେମାନଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ବି ଖୋଲାଯାଇଛି ।...

ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେହି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଯାଇଛି । ସେମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ ଏବଂ ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅପିଲ୍ କରିଛି ଦୂତାବାସ । ଶାନ୍ତ ରହିବାକୁ ଏବଂ ବାଲକୋନି କିମ୍ବା ଛାତକୁ ନଯିବାକୁ ଚେତାଇ ଦିଆଯାଇଛି । ସୁଦାନରେ ସ୍ଥିରତା ଫେରୁନଥିବା ଦେଖି, ଔଷଧ, ପାଣି, ଟଙ୍କା, ପାସପୋର୍ଟ ଆଦି ପାଖରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ସୁଦାନ ଯିବାକୁ ଥିବା ଭାରତୀୟମାନଙ୍କୁ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ କୁହାଯାଇଛି।...

ପ୍ରାୟ ସପ୍ତାହେ ଧରି ଚାଲିଥିବା ସଂଘର୍ଷରେ ୪୧୩ ଲୋକଙ୍କ ଜୀବନ ଯାଇଥିବା ବେଳେ, ସାଢ଼େ ୩ ହଜାର ଆହତ ହେଲେଣି । ତେବେ ଇଦୁଲ ଫିତର ଉପଲକ୍ଷେ ଶୁକ୍ରବାର ଠାରୁ ୭୨ ଘଣ୍ଟିଆ ଯୁଦ୍ଧ ବିରତି ଘୋଷଣା କରିଛି RSF

Sudan
Advertisment
Advertisment