Advertisment

କ୍ଷମତା ଲୋଭ ପାଇଁ ସୁଦାନ ସଂଘର୍ଷ ! ଦେଶକୁ ହାତମୁଠାରେ ରଖିବାକୁ ମୁହାଁମୁହିଁ ୨ ଜେନେରାଲ୍

ଗୋଟିଏ ପଟେ ସେନାଧ୍ୟକ୍ଷ ଅବଦେଲ ଫତହ ବୁରହାନ୍(Abdel Fattah Burhan ) ଆରପଟେ RSF ମୁଖ୍ୟ ମହମ୍ମଦ ହମଦାନ୍ ଡଗାଲୋ (Mohamed Hamdan Dagalo) ।

author-image
Prangyan Parimita
ଅଦ୍ୟତନ ହୋଇଛି
Why Is There War In Sudan

sudan unrest

ସୁଦାନ ଅଶାନ୍ତ ହେବା ପଛର କାରଣ କଣ ? କେମିତି ୨ ଜଣ ଜେନେରାଲ୍ ବା ସେନାମୁଖ୍ୟଙ୍କ କ୍ଷମତା ଲାଳସା ପୁଣି ଅସ୍ଥିରତା ସୃଷ୍ଟି କରିଛି ଏହି ଆଫ୍ରିକୀୟ ଦେଶରେ ? ଏହା ଜାଣିବାକୁ ହେଲେ ଆମକୁ ୪ ବର୍ଷ ତଳକୁ ଯିବାକୁ ପଡ଼ିବ । ୨୦୧୯ରେ ଯେଉଁ ୨ ଜଣ ଜେନେରାଲ୍ ହାତରେ ହାତ ମିଶାଇ ତତ୍କାଳୀନ ଏକଛତ୍ରବାଦୀ ଶାସକକୁ ଗାଦିଚ୍ୟୁତ କରିଥିଲେ, ଆଜି ସେମାନେ ଆଜି ପରସ୍ପରର ଶତ୍ରୁ ପାଲଟିଛନ୍ତି ।

Advertisment

ଆଫ୍ରିକୀୟ ଦେଶ ସୁଦାନର ରାଜଧାନୀ ଖାରତୁମରେ ଗତ ଶନିବାର ଆରମ୍ଭ ହୋଇଥିବା ଗୃହଯୁଦ୍ଧ ସ୍ଥିତି ଥମିବାର ନାଁ ଧରୁନି । ସେନା ଓ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ ବା RSF ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଅସମାହିତ ରହିଛି । ଘନଘନ ରକେଟ୍ ମାଡ଼, ଏୟାରଷ୍ଟ୍ରାଇକ୍, ବୋମାବର୍ଷଣ ଜାରି ରହିଛି । କେତେବେଳେ ସେନା ଶିବିର ଉପରେ RSF ଆକାଶମାର୍ଗରୁ ଆକ୍ରମଣ କରୁଛି, ତ ଆଉ କେତେବେଳେ ସେନାର ଆକ୍ରମଣର ଶିକାର ହେଉଛି RSF କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳ । ଜନବସତି ଅଞ୍ଚଳ ସଡ଼କରେ ଘନଘନ ଟ୍ୟାଙ୍କ୍, ଟ୍ରକ୍ ଉପରେ ମେସିନ୍ ଗନ୍ ଏବଂ ଯୁଦ୍ଧାସ୍ତ୍ର ପଇଁତରା ମାରୁଛି ।

ଅଧିକ ପଢ଼ନ୍ତୁ: ଅଶାନ୍ତ ସୁଦାନ, ଚାରିଆଡ଼େ ଗୋଳାବାରୁଦର ଆତଙ୍କ, ୨୦୦ରୁ ଅଧିକ ଜୀବନ ଗଲାଣି

Advertisment

ତେବେ କ୍ଷମତା ଲୋଭ ଏବେ ସୁଦାନ ସଂଘର୍ଷର କାରଣ ସାଜିଛି । ସେନାଧ୍ୟକ୍ଷ ଅବଦେଲ-ଫତହ-ବୁରହାନ୍ ଭର୍ସେସ୍‌ RSF ମୁଖ୍ୟ ମହମ୍ମଦ ହମଦାନ୍ ଡଗାଲୋ । ୩ ଦଶନ୍ଧି ଧରି କ୍ଷମତାରେ ଥିବା ସୁଦାନର ଏକଛତ୍ରବାଦୀ ରାଷ୍ଟ୍ରପତି ଓମାର୍ ଅଲ୍-ବସିରକୁ ମିଳିତ ଭାବେ ଗାଦିଚ୍ୟୁତ କରିଥିଲେ ସେନାଧ୍ୟକ୍ଷମାନେ । ତେବେ ଜନସାଧାରଣଙ୍କ ଆନ୍ଦୋଳନ ନଥମିବାରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେନା ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା ।

ଅନ୍ତରଣୀ ପ୍ରଧାନମନ୍ତ୍ରୀ ଭାବେ ଅବଦଲ୍ଲା ହାମଡୋକଙ୍କୁ ନିଯୁକ୍ତ କରାଯାଇଥିଲା । ତେବେ ଏଭଳି ସ୍ଥିତି ବେଶିଦିନ ତିଷ୍ଠିଲାନି । ୨୦୨୧ ଅକ୍ଟୋବରରେ ହମଡୋକଙ୍କୁ ମଧ୍ୟ ଗାଦିରୁ ତଡ଼ିଦେଇ ଦେଶର ସୁପ୍ରିମ ଲିଡର୍ ବନିଲେ ସେନାଧ୍ୟକ୍ଷ ଜେନେରାଲ୍ ବୁରହାନ୍ । ଦେଶର ଉପରାଷ୍ଟ୍ରପତି ହେଲେ କ୍ରୁର ଅର୍ଦ୍ଧସାମରିକ ବାହିନୀ RSFର ମୁଖ୍ୟ ଜେନେରାଲ୍ ଡଗାଲୋ ।

ଜୁଲାଇ ୨୦୨୩ରେ ନିର୍ବାଚନ ହେବାଯାଏଁ ସେମାନେ କ୍ଷମତାରେ ରହିବେ ବୋଲି ଘୋଷଣା କଲେ । ତେବେ କ୍ଷମତା ହାତକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ଆହୁରି ବଢ଼ିଥିଲା ଗାଦି ମାଡ଼ି ବସିବାର ଲୋଭ । RSFର ୧ ଲକ୍ଷ ଯବାନ ଥିବାରୁ ନିଜକୁ କମ୍ ଶକ୍ତିଶାଳୀ ଭାବୁଥିଲେ ଡଗାଲୋ । ଅନ୍ୟପକ୍ଷରେ ବୁରହାନ୍ ବି ନିଜକୁ ଅସୁରକ୍ଷିତ ମଣୁଥିଲେ । ତେଣୁ ବାଟରୁ କଣ୍ଟାକୁ ହଟାଇବା ପାଇଁ ୨ ବର୍ଷ ଭିତରେ RSFକୁ ସେନାରେ ମିଶାଇବା ପାଇଁ ବୁରହାନ ନିର୍ଦ୍ଦେଶ ଦେଲେ । ହେଲେ ଡଗାଲୋ ଏହି ଅବଧିକୁ ୧୦ ବର୍ଷକୁ ବଢ଼ାଇଦେବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଲା ।...

 ଗତ କିଛି ସପ୍ତାହ ଧରି ସାରା ଦେଶରେ RSF ଯବାନଙ୍କୁ ମୁତୟନ କରାଯିବାରୁ, ନିଜକୁ ଅସୁରକ୍ଷିତ ମଣିବା ସହିତ ସେନାକୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେନେରାଲ୍ ବୁରହାନ୍ । ଗତ ଶନିବାର ଠାରୁ ଏହି ସଂଘର୍ଷ ଅତି ଭୟଙ୍କର ରୂପ ଧାରଣ କରିଛି । ଉଭୟ ପକ୍ଷକୁ ବୈଦେଶିକ ସହାୟତା ମଧ୍ୟ ମିଳୁଥିବା ଚର୍ଚ୍ଚା ହେଉଛି । ତେବେ ଅନ୍ତର୍ଜାତୀୟ ଚାପ ପରେ ଉଭୟ ଜେନେରାଲ୍ ସୁଦାନରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ରାଜନୈତିକ ସଂଗଠନ ସହିତ ବୁଝାମଣା ପାଇଁ ରାଜି ହୋଇଥିବା କୁହାଯାଉଛି ।

ସେନାବଳ କାହା ହାତରେ ରହିବ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଜେନେରାଲ୍ । ତେଣେ ଜାତିସଂଘ, ଆମେରିକା, ୟୁରୋପୀୟ ସଂଘ, ଆରବ ଲିଗ୍ ଏବଂ ଆଫ୍ରିକୀୟ ସଂଘ ପକ୍ଷରୁ ଉଭୟ ପକ୍ଷଙ୍କୁ ଯୁଦ୍ଧରୁ କ୍ଷାନ୍ତ ହେବାକୁ ଅପିଲ୍ କରାଯାଇଛି ।...

Sudan
Advertisment
Advertisment