Advertisment

PM Modi:ଏମିତି କହିଦେଲେ ମୋଦି, ଆଶ୍ଚର୍ଯ୍ୟ ହୋଇଗଲେ ବାଚସ୍ପତି ଓ ସାଂସଦ

ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ଆଲୋଚନା ଓ ବିତର୍କକୁ ପ୍ରାଧାନ୍ୟ ଦିଅନ୍ତି । ଏହା ହିଁ ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏହା ଆମ ପାଇଁ କେବଳ ଲୋକତାନ୍ତ୍ରିକ ବ୍ୟବସ୍ଥା ନୁହେଁ, ସଂସ୍କାର ମଧ୍ୟ । ଏହା ମାନବିକ ଅଧିକାର ଓ ମର୍ଯ୍ୟାଦାକୁ ସବୁଠୁ ଆଗରେ ରଖେ । ଏହା ହିଁ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Narendra Modi

Narendra Modi

ସମସ୍ତଙ୍କୁ ଚକିତ କରିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରର ମହତ୍ତ୍ୱ ବିଷୟରେ ଘାନା ପାର୍ଲିଆମେଣ୍ଟରେ ଦେଲେ ଅଭିଭାଷଣ । ଆଶ୍ଚର୍ଯ୍ୟ ହୋଇ ବାଚସ୍ପତି ଓ ସାଂସଦମାନେ ଚାହିଁଲେ ମୋଦିଙ୍କ ମୁହଁକୁ ।

Advertisment

ମୋଦି କହିଲେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଭାରତରେ ରହିଛନ୍ତି ପ୍ରାୟ ୨୫୦୦ ରାଜନୈତିକ ଦଳ । ସମସ୍ତେ ନିଜ ନିଜ ବିଚାରଧାରା ନେଇ ସ୍ୱାଧୀନ ଭାବେ ମତବ୍ୟକ୍ତ କରନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ ପ୍ରତିକ୍ରିୟା ପ୍ରକାଶ କରନ୍ତି ।

ଘାନା ସଂସଦରେ ଉଦବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ଆଲୋଚନା ଓ ବିତର୍କକୁ ପ୍ରାଧାନ୍ୟ ଦିଅନ୍ତି । ଏହା ହିଁ ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏହା ଆମ ପାଇଁ କେବଳ ଲୋକତାନ୍ତ୍ରିକ ବ୍ୟବସ୍ଥା ନୁହେଁ, ସଂସ୍କାର ମଧ୍ୟ । ଏହା ମାନବିକ ଅଧିକାର ଓ ମର୍ଯ୍ୟାଦାକୁ ସବୁଠୁ ଆଗରେ ରଖେ । ଏହା ହିଁ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ । 

Advertisment

ବିଭିନ୍ନତା ଭିତରେ ଏକତା ହେଉଛି ଗଣତନ୍ତ୍ରର ଶକ୍ତି । ୨୦ଟି ରାଜନୈତିର ଦଳ ବିଭିନ୍ନ ଦେଶରେ ଶାସନ କ୍ଷମତାରେ ଅଛନ୍ତି । ୨୨ଟି ସରକାରୀ ଭାଷା ଓ ହଜାରରୁ ଅଧିକ କଥିତ ଭାଷା ରହିଛି । ଭାରତକୁ ଆସୁଥିବା ଲୋକଙ୍କୁ ବା ଅତିଥିଙ୍କୁ ଭାରତୀୟମାନେ ଖୋଲା ହୃଦୟରେ ସ୍ୱାଗତ କରନ୍ତି । ତେଣୁ ସେମାନେ ଯୁଆଡେ ଗଲେ, ଲୋକଙ୍କ ସହ ସହଜରେ ମିଶିଯାଆନ୍ତି ବୋଲି ଘାନା ସଂସଦରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗଣତନ୍ତ୍ର ଉପରେ ଏହି ଅଭିଭାଷଣ ସାଂସଦମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୋଦି ଇଂରାଜୀରେ ତାଙ୍କ ଅଭିଭାଷଣ ରଖିଥିଲେ ।

ଅଧିକ ପଢ଼ନ୍ତୁ: 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି 

PM Modi India Prime Minister Narendra Modi
Advertisment
Advertisment