• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ପ୍ରତିବାଦର ସ୍ୱର

ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲ ଟିଭି ରେନ୍‌ର ସମସ୍ତ କର୍ମଚାରୀ ସାମୂହିକ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଏଭଳି ପ୍ରତିବାଦ କରିଛନ୍ତି ।

ଯେ କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ଏଥିସହ ଚ୍ୟାନେଲର ପ୍ରସାରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଟିଭି ରେନରେ ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣ ସମ୍ପର୍କିତ ଖବର ପ୍ରସାରଣ ପରେ ଏହା ଉପରେ କଟକଣା ଲଗାଯାଇଥିଲା । ଏହାର ପ୍ରତିବାଦ କରି ଚ୍ୟାନେର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

 ସୂଚନା ଅନୁସାରେ ଫେବୃଆରୀ ୨୪ରୁ ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବର୍ତ୍ତମାନ ସ୍ଥିତିରେ କେହି କାହାରିକୁ ଛାଡିବାକୁ ନାରାଜ୍‌ । ଅହରହ ଗୁଳି-ମିଜାଇଲ ମାଡ ଚାଲିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ ହଜାର ଋଷ ସୈନ୍ୟଙ୍କୁ ୟୁକ୍ରେନ ସୈନ୍ୟ ନିହତ କରିଥିବା ନେଇ ସୂଚନା ମିଳିଛି ।

ସେପଟେ ଋଷର ମଧ୍ୟ କମ୍‌ କ୍ଷତି ହୋଇନି । ଋଷ୍‌ର ୩୦ ଫାଇଟର୍ ଜେଟ୍, ୩୧ଟି ହେଲିକପ୍ଟର, ୨୧୭ ଟ୍ୟାଙ୍କ ଆଉ ୯ଶହ AFV କୁ ଧ୍ୱଂସ କରିସାରିଲାଣି ୟୁକ୍ରେନ ସୈନ୍ୟ । କେବଳ ସେତିକି ନୁହେଁ, ୪୨ଟି MLRS, ୧୧ଟି ଆଣ୍ଟି ଏୟାର ଡିଫେନ୍ସ, ୩୭୪ ଅଟୋ ମୋବାଇଲ ଟେକନିକସ୍‌ ବି, ଧ୍ୱଂସ କରିଥିବା ଜେଲେନସ୍କିଙ୍କ ଦାବି କରିଛି । ୨ ଥର ଉଭୟ ଦେଶ ମଧ୍ୟରେ ଆଲୋଚନା ହେଲାଣି କିନ୍ତୁ ସମାଧାନର କୌଣସି ରାସ୍ତା ଫିଟୁନି