• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା । ମାତ୍ର ଉପରକୁ ଉଠିବାର ଅଳ୍ପ କେତେ ସେକେଣ୍ତ ମଧ୍ୟରେ ଫାଟିଗଲା ।

ଟୋକିଓରେ ଥିବା ଷ୍ଟାର୍ଟଅପ୍ କମ୍ପାନୀ ସ୍ପେସ୍ ୱାନ ରକେଟ ଉତକ୍ଷେପଣରେ ପ୍ରଥମ ଘରୋଇ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିଥିଲା । ତେବେ କମ୍ପାନୀର ଏହି ଆଶାରେ ପାଣି ପଡ଼ିଯାଇଛି । ଉପଗ୍ରହକୁ କକ୍ଷପଥରେ ସ୍ଥାନିତ କରିବାର ଲକ୍ଷ୍ୟ ନେଇ ରକେଟ ଛାଡ଼ିଥିଲା । ତେବେ ଏହା ବିଫଳ ହୋଇଛି । ଉଠୁ ଉଠୁ ହିଁ ଫାଟି ଯାଇଛି ରକେଟ ।

ଅଧିକ ପଢ଼ନ୍ତୁ: ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ; ଜଣେ ଜୀବନ୍ତ ଦଗ୍ଧ, ଜଳିଗଲା କାର୍ ସହ କୋଠା

ରକେଟର ଉଚ୍ଚତା ପ୍ରାୟ ୧୮ ମିଟର । ପଶ୍ଚିମ ଜାପାନର ୱାକାୟାମାରୁ ଏହା ଉତକ୍ଷେପଣ କରାଯାଉଥିଲା । କମ୍ପାନୀର ନିଜସ୍ୱ ଲଞ୍ଚପ୍ୟାଡରୁ ଏକ ଛୋଟ ଉପଗ୍ରହ ନେଇ ଏହାକୁ କକ୍ଷପଥରେ ସ୍ଥାନିତ କରିଥାଆନ୍ତା । ଏହା ସହ ବେସାମରିକ ଭାବେ ରକେଟ ପଠାଇବାର ପ୍ରଥମ ଷ୍ଟାର୍ଟଅଫ୍ କମ୍ପାନୀ ହୋଇଥାଆନ୍ତା ସ୍ପେସ୍ ୱାନ୍ ।

ମାତ୍ର ଉତକ୍ଷେପଣର କିଛି ସେକେଣ୍ଡ ମଧ୍ୟରେ ହିଁ ରକେଟରେ ନିଆଁ ଲାଗିଯାଇଥିଲା । ଫଳରେ ପ୍ରଚଣ୍ତ ବିସ୍ଫୋରଣରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏନେଇ ସ୍ପେସ୍ ୱାନ ଏକ ବିବୃତ୍ତି ଜାରି କରିଛି । ପ୍ରଥମେ ଉତକ୍ଷେପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା, ପରେ କିନ୍ତୁ ଏହାକୁ ବନ୍ଦ କରିବାକୁ କୁହାଯାଇଥିଲା । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବିବୃତ୍ତିରେ କୁହାଯାଇଛି ।

ଉତକ୍ଷେପଣର ପ୍ରାୟ ୫୧ ମିନିଟ ପରେ କାୟରୋସ ରକେଟଟି ଉପଗ୍ରହକୁ କକ୍ଷପଥରେ ରଖିବ ବୋଲି ଆଶା କରାଯାଉଥିଲା । ଗତ ଜୁଲାଇରେ ମଧ୍ୟ ଅନ୍ୟ ଏକ ଜାପାନୀ ରକେଟ୍, ପରୀକ୍ଷଣର ପ୍ରାୟ ୫୦ ସେକେଣ୍ଡ ଭିତରେ ବିସ୍ଫୋରଣ ହୋଇଥିଲା ।