Advertisment

ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ; ଜଣେ ଜୀବନ୍ତ ଦଗ୍ଧ, ଜଳିଗଲା କାର୍ ସହ କୋଠା

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
China restaurant blast kills one

Blast In China

ଉତ୍ତର ଚୀନର ହେୱାଇ ପ୍ରଦେଶରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅନେକ ଅଟ୍ଟାଳିକା ଜଳି ନଷ୍ଟ ହୋଇଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଚୀନର ସରକାରୀ ବ୍ରଡକାଷ୍ଟର୍ ସିସିଟିଭିର ସୂଚନା ଅନୁଯାୟୀ, ପୁରୁଣା ଆବାସିକ ଅଞ୍ଚଳର ତଳ ମହଲା ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସିସିଟିଭିର ରିପୋର୍ଟ ଅନୁଯାୟୀ, ଚୀନର ରାଜଧାନୀ ବେଜିଂଠାରୁ ୫୦କିଲୋମିଟର ଦୂରରେ ଥିବା ସାନହେ ସହରର ଜିଆୱାଙ୍ଗଜେହୁଆଙ୍ଗ ଗାଁର ଏକ ଆବାସିକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଆଜି ସକାଳ ପ୍ରାୟ ୭ଟା ୫୫ରେ ହଠାତ୍ ଭୟଙ୍କର ଶବ୍ଦ ହୋଇଥିଲା। ଏହାପରେ ହଠାତ୍ ନିଆଁ ଲାଗିଯାଇଥିଲା। ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଏକ ଅନଲାଇନ୍ ଫୁଟେଜରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ରାସ୍ତାରେ ଧୂଆଁ ଓ ନିଆଁ ଲାଗିଥିଲା ଦେଖାଯାଇଛି।

ଅଧିକ ପଢ଼ନ୍ତୁ:୨୩ ବର୍ଷରେ ପ୍ରଥମ ଥର ‘ତେଜସ୍’ ବିମାନ ଦୁର୍ଘଟଣାଗ୍ରସ୍ତ, କ୍ରାସ୍‌ ପୂର୍ବରୁ ବାହାରି ଆସିଲେ ପାଇଲଟ୍‌

Advertisment

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି। ସରକାରୀ ଗଣମାଧ୍ୟମ କହିଛି ଯେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ସ୍ଥାନୀୟ ଲାଙ୍ଗଫଙ୍ଗ ଅଗ୍ନିଶମ ବିଭାଗ କହିଛି ଯେ ୩୬ଟି ଜରୁରୀକାଳୀନ ଗାଡି ଏବଂ ୧୫୪ଜଣ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।

ନିକଟସ୍ଥ ଏକ ଦୋକାନରେ କାମ କରୁଥିବା ଜଣେ ବ୍ୟବସାୟୀ ଜିମୁ ନ୍ୟୁଜକୁ କହିଛନ୍ତି ଯେ ବିସ୍ଫୋରଣ ବେଳେ ସେ ଦୋକାନରେ ଥିଲେ। ଶବ୍ଦ ଶୁଣି ସେ ଦୋକାନରୁ ଦୌଡ଼ିଯାଇ ଦେଖିଲେ ଯେ ନିଆଁ ଲାଗିବା ଫଳରେ କୋଠାଟି ଜଳୁଛିଏବଂ ସମ୍ପୂର୍ଣ୍ଣ କୋଠାଟି ନଷ୍ଟ ହୋଇଯାଇଛି।

ଗତ କିଛି ମାସ ହେବ ଚୀନରେ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ଯାହା ପ୍ରାୟତଃ ସରକାରୀ ଅବହେଳା ଯୋଗୁଁ ହୋଇଥାଏ। ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ରୋକିବା ପାଇଁ ଅଧିକ ଉଦ୍ୟମ କରିବାକୁ କହିଛନ୍ତି। ଚଳିତ ବର୍ଷ ଜାନୁୟାରୀ ମାସରେ କେନ୍ଦ୍ରୀୟ ସହରର ସିନ୍ଧୁରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡରେ ଦଶହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ସମ୍ବାଦ ଏଜେନ୍ସି ଜିନହୁଆ ରିପୋର୍ଟ ଅନୁଯାୟୀ ଦୋକାନର ବେସମେଣ୍ଟରେ ଶ୍ରମିକମାନେ ନିଆଁ ଲଗାଇ ଦେଇଥିଲେ।

LPG Gas Blast
Advertisment
Advertisment