• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯିଏ କି ସବୁବେଳେ ନିଜର ଅଜବ ନିୟମ କାନୁନ ପାଇଁ ଚର୍ଚ୍ଚାରେ ରହିଥାଏ । ଏବେ ଆପଣ ପ୍ରାୟ ଜାଣିସାରିବେଣି ଆମେ କେଉଁ ଦେଶ କଥା କହୁଛୁ । ଆଜ୍ଞା ହଁ ଯାହା ଭାବୁଛନ୍ତି ତାହା ସତ କଥା । ଏହି ଦେଶରେ ଏମିତି ଏକ ନିୟମ ରହିଛି ଯେ, ଲୋକମାନେ ନିଜ ଇଚ୍ଛାରେ ଟିଭି ମଧ୍ୟ ଦେଖିପାରିବେ ନାହିଁ । ଅର୍ଥାତ ନିଜ ଇଚ୍ଛାରେ ଦୁନିଆ ବିଷୟରେ ଜାଣିପାରିବେ ନାହିଁ, କିମ୍ବା ନିଜ ଇଚ୍ଛାରେ ଚ୍ୟାନେଲ ବଦଳାଇପାରିବେ ନାହିଁ ।  ଏହି ଦେଶରେ ମୋଟ ୩ ରୁ ୪ଟି ଚ୍ୟାନେଲ ରହିଛି । ଆଉ ସେହି ସବୁ ଚ୍ୟାନେଲରେ ବାହାର ଦେଶର କୌଣସି ଖବର ପ୍ରସାରଣ କରାଯାଇନଥାଏ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦେଶରେ ପ୍ରାୟ ୧% ରୁ କମ୍‌ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି ।

ଆଜ୍ଞା ହଁ ଆପଣ ଯାହା ଭାବୁଥିଲେ ତାହା ସତ । ଏହି ଦେଶର ନାଁ ହେଉଛି ନର୍ଥ କୋରିଆ ବା ଉତ୍ତର କୋରିଆ । ଯେଉଁ ଦେଶର ଶାସକ ହେଉଛନ୍ତି ତାନାସାହି କିମ୍‌ ଜୋଙ୍ଗ ଉନ୍‌ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦେଶରେ କେହି  ବି ଲୋକ ଦେଶ ବାହାରର ନ୍ୟୁଜ ଚ୍ୟାନେଲ ଦେଖିପାରିବେ ନାହିଁ । ଏହି କାରଣରୁ, ଏଠାକାର ଲୋକମାନେ ଦୁନିଆ ବିଷୟରେ ଅଧିକ ଜାଣନ୍ତି ନାହିଁ ।

ଉତ୍ତର କୋରିଆର ଗଣମାଧ୍ୟମ ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ଏଠାକାର ଗଣମାଧ୍ୟମ ସରକାରଙ୍କ ବିରୋଧରେ କିଛି କହି ପାରିବ ନାହିଁ । ଏଠାକାର ଗଣମାଧ୍ୟମ, କୌଣସି ବି ଖବର ସରକାରଙ୍କ ବିନା ଅନୁମତିରେ ପ୍ରସାରଣ କରିନଥାଏ । କେବଳ ସରକାର ଯାହା ଚାହିଁବେ ତାହା ଟିଭିରେ ଦେଖାଯିବ । ଏଠାରେ ମାତ୍ର ୩ରୁ ୪ଟି ଚ୍ୟାନେଲ ରହିଛି । ଏହି ୩ -୪ଟି ଚ୍ୟାନେଲରେ କେବଳ ଉତ୍ତର କୋରିଆ ସରକାର ଓ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଗୁଣଗାନ କରାଯାଇଥାଏ । ଏମିତି ରେଡିଓରେ ମଧ୍ୟ ଠିକ୍‌ ସେହିଭଳି କାର୍ଯ୍ୟକ୍ରମ ଶୁଣିବାକୁ ମିଳିଥାଏ, ଯେଉଁଥିରେ କେବଳ ସରକାରଙ୍କ ଗୁଣଗାନ କରାଯାଏ ।

ବାହାର ଚ୍ୟାନେଲ ଦେଖିଲେ ଦଣ୍ଡ ମିଳିଥାଏ

ଉତ୍ତର କୋରିଆରେ ଯଦି କେହି ବିଦେଶୀ ଚ୍ୟାନେଲ ଦେଖିବା କିମ୍ବା ଶୁଣିବାରେ ଧରାପଡ଼ନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ଯେଉଁ ରେଡିଓ ଚ୍ୟାନେଲ ଗୁଡ଼ିକ ସରକାରଙ୍କ କଥା ନମାନନ୍ତି ସେଗୁଡ଼ିକୁ ବନ୍ଦ କରି ଦିଆଯାଏ । 

ସେଠାରେ ଥିବା ଚ୍ୟାନେଲଗୁଡିକକୁ ଉତ୍ତର କୋରିଆର ଖରାପ ଅର୍ଥନୀତି ଏବଂ ଦୁର୍ଭିକ୍ଷ ବିଷୟରେ ଖବର ପ୍ରସାରଣ ପାଇଁ ବାରଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ଏଠାରେ ଲୋକଙ୍କ ପାଇଁ ଗୋଟିଏ ଆଶା ହେଉଛି, ଚୀନ୍ ସୀମାରେ ରହିଥିବା କିଛି ଗାଁ । କାରଣ ଏଠାରେ ଦକ୍ଷିଣ କୋରିଆର କିଛି ଟିଭି ଚ୍ୟାନେଲ ଦେଖିବାକୁ ମିଳିଥାଏ । ଏମିତିକି ଏଠାରେ ଚଳଚ୍ଚିତ୍ର ମଧ୍ୟ ପ୍ରସାରିତ କରାଯାଏ ।

ଉତ୍ତର କୋରିଆରେ ସମୁଦାୟ ଜନସଂଖ୍ୟାର ମାତ୍ର ୦.୧ ପ୍ରତିଶତ ଲୋକ ଇଣ୍ଟରନେଟ୍‌ର ବ୍ୟବହାର କରନ୍ତି । ଏହି ଦେଶରେ କୌଣସି ନ୍ୟୁଜ୍ ପୋର୍ଟାଲ୍ ନାହିଁ । ଚାଇନାର ୱେବସାଇଟ୍ ଉରିମିଞ୍ଜିକ୍କିରି ଉତ୍ତର କୋରିଆ ସୂତ୍ରରୁ ଏହା ବିଷୟରେ ଖବର ପ୍ରକାଶ କରିଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାକାର ଲୋକମାନେ ଫୋନରେ ସୁଦ୍ଧା ବିଦେଶୀଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now