• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତର କୋରିଆର କିମ୍ ଜଙ୍ଗ ଉନ୍‌ଙ୍କ ଶାସନ ସବୁବେଳେ ଚର୍ଚ୍ଚାରେ ରହିଆସିଛି । କିମ୍‌ଙ୍କ ଏକଛତ୍ରବାଦୀ ଶାସନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି କିମ୍‌ ତାଙ୍କ ଏକଛାତ୍ରବାଦୀ ଶାସନରେ ଦେଶର ଅନେକ ଲୋକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ନଜିର ରହିଛି ।

ହେଲେ ବର୍ତ୍ତମାନ ତାଙ୍କ ଶାସନ ସମୟରେ ନଜରକୁ ଆସିଛି ଆଉ ଏକ ନିୟମ । ତାହା ସେତିକି କଠୋର ହୋଇନଥିଲେ ମଧ୍ୟ ତଥାପି ତାଙ୍କର ଆଉ ଏକ ମନମୁଖି ଶାସନକୁ ଦର୍ଶାଉଛି।

କିଛି ଦିନ ପୂର୍ବେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍‌ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍‌ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ସେହି କାର୍ଯ୍ୟକ୍ରମରେ କିମ୍‌ ଜଙ୍ଗ ଉନ୍‌ ଦେଶର ଲୋକଙ୍କ ପାଇଁ ଏକ ନୂଆ ନିୟମ ଆଦେଶ ଦେଇଥିଲେ । ଯେଉଁ ମହିଳାମାନେ ନିଜ ନାଁ କିମ୍ବା ନିଜ ଝିଅର ନାଁ କିମ୍‌ଙ୍କ ଝିଅ ସହ ସମାନ ରଖିଥିବେ ସେମାନଙ୍କ ନାଁ ପରିବର୍ତ୍ତନ କରିବାକୁ କହିଥିଲେ କିମ୍‌ ଜଙ୍ଗ ଉନ୍‌ । ସେ ତାଙ୍କ ଝିଅଙ୍କୁ ‘ଜୁ ଏ’ ନାଁରେ ଡାକନ୍ତି । ‘ଜୁ ଏ’ ଙ୍କ ବୟସ ୯ରୁ ୧୦ ବର୍ଷ ମଧ୍ୟରେ ହେବ ।

କିମ୍‌ ଜଙ୍ଗ ଉନ୍‌ଙ୍କ ଏହି ଆଦେଶ ପରେ ଦେଶରେ ‘ଜୁ ଏ’ ନାଁରେ ରହୁଥିବା ସମସ୍ତ ମହିଳା ଓ ଝିଅଙ୍କ ନାମ ପରିବର୍ତ୍ତନ କରିବାକୁ ସୁରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

ପୂର୍ବରୁ ଅନେକ ଥର ଏପରି ଅଦ୍ଭୁତ ନୀତି ପ୍ରଣୟନ କରି କିମ୍‌ ଜଙ୍ଗ ଉନ୍‌ ଚର୍ଚ୍ଚାରେ ରହିଛନ୍ତି । ନିଜର ଏକଛତ୍ରବାଦୀ ଶାସନରେ ଦେଶବାସୀଙ୍କୁ ଶାସନ କରିଛନ୍ତି ।