Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ କିମ୍‌ ଜଙ୍ଗ୍-ଉନ୍‌ ?

ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍-ଉନ୍‌।

author-image
Santosh Kumar Sahoo
Kim Jong Un

Kim Jong Un

ବର୍ତ୍ତମାନ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ-ଉନ୍ ଦୁନିଆର ସବୁଠାରୁ ନିଷ୍ଠୁର ଶାସକ ଭାବରେ ପରିଗଣିତ। ସେ ତାଙ୍କ କଠୋର ନିଷ୍ପତ୍ତି ଓ ନିର୍ଦ୍ଦୟ ଗୁଣ ପାଇଁ ସାରା ବିଶ୍ୱରେ ପରିଚିତ। ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍-ଉନ୍‌।

Advertisment

ମିଡିଆ ରିପୋର୍ଟସ ଅନୁସାରେ ଉତ୍ତର କୋରିଆରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ପାଉଛି। ଯାହାକୁ ନେଇ ଚିନ୍ତିତ ଅଛନ୍ତି କିମ୍‌ ଜଙ୍ଗ୍-ଉନ୍‌। ତେଣୁ ଉତ୍ତର କୋରିଆର ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଛନ୍ତି। ତେବେ ମହିଳାମାନଙ୍କ ଏହି ବିଷୟରେ ସମ୍ବୋଧନ କରିବା ସମୟରେ କାନ୍ଦୁଥିବାର ଦେଖାଯାଇଥିଲା। ଯେଉଁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି।

Advertisment

କିମ୍‌ ଜଙ୍ଗ୍-ଉନ୍‌ କହିଛନ୍ତି ଯେ ଜନ୍ମ ହାରରେ ହ୍ରାସକୁ ବନ୍ଦ କରିବା ଏବଂ ପିଲାମାନଙ୍କର ଭଲ ଯତ୍ନ ନେବା ଜରୁରୀ ଅଟେ । ଆମେ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ଉଚିତ୍। ଦେଶର ମହିଳାମାନେ ଏକତ୍ର ପାରିବାରିକ ସମସ୍ୟାର ସମାଧାନ କରିବା ଉଚିତ୍। ଉତ୍ତର କୋରିଆର ସର୍ବୋଚ୍ଚ ନେତାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆରେ ଜନ୍ମ ହାର ୧.୮କୁ ହ୍ରାସ ପାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ବହୁତ କମ୍ ଅଟେ। ଉତ୍ତର କୋରିଆ ଏକମାତ୍ର ଦେଶ ନୁହେଁ ଯେଉଁଠି ଜନ୍ମହାରରେ ହ୍ରାସ ଘଟିଛି। ଏହାର ପଡୋଶୀ ଦକ୍ଷିଣ କୋରିଆ ଓ ଜାପାନରେ ମଧ୍ୟ ଜନ୍ମହାର ଗତବର୍ଷ ଅପେକ୍ଷା ହ୍ରାସ ପାଇଛି।

ଏହି ବର୍ଷ ଉତ୍ତର କୋରିଆରେ ତିନି କିମ୍ବା ଅଧିକ ପିଲା ଥିବା ପରିବାର ପାଇଁ ଏକ ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ଅଧିକ ସନ୍ତାନ ଥିବା ପରିବାର ମାଗଣା ଘର, ଖାଦ୍ୟ, ଘରୋଇ ଜିନିଷ ଏବଂ ଶିକ୍ଷା ସହିତ ଔଷଧ ପାଇବେ ।

North Korean Leader Kim Jong-un North Korea
Advertisment
Advertisment