• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନର୍ଗେସ୍‌ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷୀୟା ମହିଳା ନର୍ଗେସ ମହମ୍ମଦି । ନର୍ଗେସ ମହମ୍ମଦି ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି । ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।

 

ଏହା ପୂର୍ବରୁ ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଚଳିତବର୍ଷ ଫିଜିକ୍ସ ପାଇଁ ନୋବେଲ ପୁରସ୍କାର ପାଇବେ ୩ ଜଣ ବୈଜ୍ଞାନିକ । ସେମାନେ ହେଲେ ପିଅରେ ଏଗୋଷ୍ଟିନି, ଫେରେଙ୍କ୍ କ୍ରଜ୍ ଏବଂ ଏନି ଏଲ୍ ହୁଇଲିୟର । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ । ଏକ ପରମାଣୁରେ ଇଲେକ୍ଟ୍ରୋନ ଏତେ ଦ୍ରୁତ ଗତିରେ ବୁଲୁଥାଏ ଯେ, ତାକୁ ମାପିବା ପାଇଁ ପ୍ରତି ଆଟୋସେକେଣ୍ଡରେ ଥରେ ଲେଖାଏଁ ଜଳୁଥିବା ଆଲୋକରଶ୍ମି ଆବଶ୍ୟକ ହୁଏ ।

OTV is now on Whatsapp

Join and get latest news update delivered to you via whatsapp

Join Now