Advertisment

ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ: ଇମ୍ରାନ୍‌

ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।

author-image
Chandan Shishu
Imran Khan Nominates Former Chief Justice Of Pakistan As Caretaker PM

Imran Khan

ଅନାସ୍ଥା ଭୋଟ୍ ପୂର୍ବରୁ ପାକିସ୍ତାନବାସୀଙ୍କୁ ଇମ୍ରାନ ଖାନ୍‌ଙ୍କ ସମ୍ବୋଧନ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସେ ସମ୍ପୂର୍ଣ୍ଣ ନିରାଶ ବୋଲି କହିଛନ୍ତି ଇମ୍ରାନ୍। ସେ କହିଛନ୍ତି, ଯେ ସାଂସଦମାନଙ୍କୁ ଖୋଲାଖୋଲି କିଣାଯାଉଛି ଯାହା ପାକିସ୍ତାନର ଭବିଷ୍ୟତ ପାଇଁ ଆଦୌ ଭଲ ନୁହେଁ ପାକିସ୍ତାନ କେଉଁ ଆଡ଼କୁ ଯାଉଛି, ଯୁବବର୍ଗଙ୍କୁ ଦେଖିବାକୁ ହେବ ବିଦେଶୀ ରାଷ୍ଟ୍ର ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉଠାଇବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଦେଶବାସୀ ସ୍ବର ଉଠାନ୍ତୁ ବୋଲି କହିଛନ୍ତି ଇମ୍ରାନ୍।

Advertisment

ଆମେରିକା ବିରୋଧରେ ବର୍ଷି ଇମ୍ରାନ କିହଛନ୍ତି, ତାଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ପାକ୍ ରାଷ୍ଟ୍ରଦୂତଙ୍କୁ ଧମକାଇଥିଲା। ଆମେରିକାର ଏଭଳି ଧମକ ୨୨ କୋଟି ଦେଶବାସୀଙ୍କ ପାଇଁ ଅପମାନ। ତାଙ୍କୁ ଶାସନ ଗାଦିରୁ ହଟାଇବାକୁ ୪ ମାସ ତଳୁ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି ଇମ୍ରାନ। ସେପଟେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଭାରତର ଖୁବ୍ ପ୍ରଶଂସା କରିଛନ୍ତି ପାକ୍ ପ୍ରଧାନମନ୍ତ୍ର୍ରୀ।

ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ ଏହି କେହି ଆଖି ଦେଖାଇ ପାରିବେ ନାହିଁ। ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି କି କୌଣସି ବିଦେଶୀ ରାଷ୍ଟ୍ର ଭାରତକୁ ପ୍ରଶ୍ନ କରିପାରିବେ ନାହିଁ ଇମ୍ରାନ କହିଛନ୍ତି। ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ, ତେଣୁ ରବିବାର ଜନତା ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ବିରୋଧ କରନ୍ତୁ ଏବଂ ସେ ସାଧାରଣ ଲୋକଙ୍କ ସହ ମିଳିତ ଭାବେ ସଂଘର୍ଷ କରିବେ ବୋଲି ଇମ୍ରାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Advertisment

ସେପଟେ ନ୍ୟାସନାଲ ଆସେମ୍ବଲିରେ ଆସନ୍ତାକାଲି ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନ ସରକାରର ପତନ ହେବା ସୁନିଶ୍ଚିତ। କାରଣ ୧୭୨ ମ୍ୟାଜିକ୍ ନମ୍ବର ପାଇଁ ୧୫୫ ସଦସ୍ୟ ବିଶିଷ୍ଟ ଇମ୍ରାନଙ୍କ ତେହିରିକ ଇ ଇନସାଫ୍ ପାର୍ଟିରୁ ମଧ୍ୟ ବହୁ ସାଂସଦ ଅନସ୍ଥା ଭୋଟ୍ ବେଳେ ଅନୁପସ୍ଥିତ ରହିବା ଅନୁମାନ କରାଯାଉଛି।

Pakistan Crisis Pak PM
Advertisment
Advertisment