• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୁଆଡ଼େ ଦେଖିବ ସିଆଡ଼େ ବରଫ । ନାଏଗ୍ରା ଜଳ ପ୍ରପାତର ଅଧାଅଧି ଅଞ୍ଚଳ ଏବେ ବରଫାବୃତ । ଏମିତିକି ନଦୀ-ଝରଣା ସହ ସ୍ଥଳଭାଗ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବରଫରେ ଢାଙ୍କି ହୋଇ ରହିଛି । ନଦୀ-ଝରଣା ସ୍ଥଳଭାଗ କିଛି ବି ଚିହ୍ନି ହେଉନି । ଚାରିଆଡ଼େ ବରଫର ଚାଦର । ଏହି ଥଣ୍ଡା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ଗତ ୫୦ ବର୍ଷ ମଧ୍ୟରେ ଏଭଳି ଥଣ୍ଡା କେବେ ବି ଦେଖାଯାଇନଥିଲା ।

କହିବାକୁ ଗଲେ ପୁରା ବୁଫାଲୋ ସହର ଏବଂ ନ୍ୟୁୟର୍କ ସହର ଏକ ପ୍ରକାର ବରଫରେ ଆଚ୍ଛାଦିତ ହୋଇ ରହିଛି । ଗାଡ଼ି ମଟର ଘର ବାହାର ସବୁଠି ଖାଲି ବରଫ । ପାଖାପାଖି ୧୦୦ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଜଣାପଡ଼ିଛି । ତେବେ ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସମ୍ପୂର୍ଣ୍ଣ ନଦୀ ଜଳ ବରଫ ପାଲଟିବା ଅସମ୍ଭବ ।

 

ତେବେ ଏହି ନାଏଗ୍ରା ଜଳ ପ୍ରପାତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି । ବୁଫାଲୋ ସହରଠାରୁ ୪୦ କିଲୋମିଟର ଦୂରରେ ଏହା ରହିଛି । ଝରଣାଟି ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ, ଏମିତିକି ଏଠାରେ ମାଇନସ୍‌ ଡିଗ୍ରୀ ତାପମାତ୍ରା ଥିଲେ ମଧ୍ୟ ପର୍ଯ୍ୟଟକ ସେଠାକୁ ଆକର୍ଷିତ ହୋଇ ଯାଉଛନ୍ତି ଏବଂ ସେଠାରେ ଫଟୋ ଉଠାଇ ଖୁସି ମନାଉଛନ୍ତି । ତେବେ ଏହି ସ୍ଥାନରେ ପହଞ୍ଚିଥିବା ଜଣେ ପର୍ଯ୍ୟଟକ କହିଛନ୍ତି, ବର୍ତ୍ତମାନ ଏଭଳି ସ୍ଥିତି ରହିଛି ଯେ, ନାଏଗ୍ରା ପ୍ରପାତରେ ଚାଲି କରି ଯାଇ ହେବ । କାରଣ ଏଥିରେ ଏକ ପତଳା ବରଫ ଚାଦର ଆଚ୍ଛାଦିତ ହୋଇ ରହିଛି ।

ଅଧିକ ପଢ଼ନ୍ତୁ: ବମ୍ ସାଇକ୍ଲୋନରେ ଆମେରିକାରେ ଭୟଙ୍କର ସ୍ଥିତି : ୬୦ ମୃତ, ୧୫ ହଜାରରୁ ଅଧିକ ବିମାନ ବାତିଲ୍

 

ଅନ୍ୟପଟେ ଏତେ ମାତ୍ରାରେ ବରଫ ଝଡ଼ ହୋଇଛି ଯେ, ଚାରିଆଡ଼େ ୪୩ ଇଞ୍ଚି ମୋଟେଇର ବରଫ ରହିଛି । ବରଫ ଝଡ଼ କାରଣରୁ ଲକ୍ଷାଧିକ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ଘରୁ ବାହାରି ପାରୁ ନାହାନ୍ତି । ଏମିତିକି ସେମାନଙ୍କ ଘରେ ବଜୁଳି ସଂଯୋଗ ମଧ୍ୟ ନାହିଁ । ଜଣେ ମହିଳା କାର ଭିତରେ ଥିବା ବେଳେ ବରଫ ଝଡ଼ ହୋଇଥିଲା । ଆଉ ସେହି କାର ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯାହାକି ସମସ୍ତେ ପ୍ରାୟ ଦେଖିଥିବେ ।