Donald Trump
ବଢିଲା ଟ୍ରମ୍ପ-ମସ୍କ ଫାଟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଅତି ଘନିଷ୍ଠ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ଟିକସ ଓ ଖର୍ଚ୍ଚ ସମ୍ବନ୍ଧିତ ବିଲକୁ ଏଲନ୍ ମସ୍କଙ୍କ ସମାଲୋଚନାକୁ ନେଇ ଖୋଲାଖୋଲି ମସ୍କଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ।
ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରୁ କାହିଁକି ଇସ୍ତଫା ଦେଲେ ଏଲନ୍ ମସ୍କ; ଜଣା ପଡ଼ିଲା କାରଣ
ଟ୍ରମ୍ପ କହିଛନ୍ତି, ମସ୍କଙ୍କୁ ପୂର୍ବରୁ ଟିକସ ଓ ଖର୍ଚ୍ଚ ବିଲ୍ ବାବଦରେ ସବୁକିଛି ଜଣାଥିଲା । ସେତେବେଳେ ତାଙ୍କୁ କୌଣସି ଅସୁବିଧା ହେଉନଥିଲା । ହେଲେ ଇଭି କ୍ରୟ ମାଣ୍ଡେଟ୍ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲକୁ ନେଇ ଅସୁବିଧା ହୋଇଗଲା । ମସ୍କ ଚାହୁଁଛନ୍ତି ଆମେ ଆମେ କୋଟି କୋଟି ଟଙ୍କା ସବସିଡିରେ ଦେଉ। ମସ୍କ ମୋତେ ନିରାଶ କରିଛନ୍ତି ଏବଂ ଆଗକୁ ତାଙ୍କ ସହ ମୋର ସମ୍ପର୍କ ପୂର୍ବଭଳି ରହିବ କି ନାହିଁ ତାହା ଜଣାନାହିଁ ବୋଲି କହିଛନ୍ତି ଟ୍ରମ୍ପ ।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଅଭିଯୋଗର ଜବାବ ରଖି ସୋସିଆଲ ମିଡିଆ ଏକ୍ସରେ ମସ୍କ କହିଛନ୍ତି, ମୁଁ ନଥିଲେ ଟ୍ରମ୍ପ ନିର୍ବାଚନ ଜିତିପାରିନଥାନ୍ତେ । ଏଣୁ ଟ୍ରମ୍ପ ମୋ ପ୍ରତି କୃତଜ୍ଞ ରହିବା କଥା । ବିଲରେ ବହୁ ଅଦରକାରୀ ଖର୍ଚ୍ଚ ଯୋଡ଼ାଯାଇଛି । ଯାହାକୁ ହଟାଯିବା ଆବଶ୍ୟକ ରହିଥିଲା । ଟ୍ରମ୍ପଙ୍କ DOGEର ନେତୃତ୍ବ ନେଇ ମସ୍କ ଗତମାସରେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749180256.jpg)