• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଜିପ୍ଟରେ ମିଳିଲା ସୁନା ଜିଭ ଥିବା ମମି । ମୃତଦେହକୁ ସଂରକ୍ଷଣ କରାଯାଉଥିବା ମମି ଭିତରୁ ସୁନାର ଜିଭ ମିଳିଛି । ଇଜିପ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ୨୫ଶହ ବର୍ଷ ତଳର ଏଭଳି ସୁନାର ଜିଭ ଠାବ ହୋଇଛି । ମମି ଭିତରେ ଥିବା ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ସୁନାର ଜିଭ ଗୁଡିକ ସୁରକ୍ଷିତ ରହିଛି । ଏହି ଜିଭ ଗୁଡିକ ଖ୍ରୀଷ୍ଟପୂର୍ବ ୩୦୦ରୁ ୬୪୦ ପୂର୍ବରୁ ବୋଲି ପ୍ରମାଣ ମିଳୁଛି ।

ଇଜିପ୍ଟରେ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ମମି ଭିତରେ ରଖାଯାଇ ରାସାୟନିକ ପ୍ରଲେପ ଦିଆଯାଇଥାଏ । ଖନନ ବେଳେ ମୃତଦେହକୁ ରଖିବା ପାଇଁ ବ୍ୟବହାର ହୋଇଥିବା କଫିନ, କଣ୍ଟା  ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଠାବ ହୋଇଛି । ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ ଅଧିକ ଗବେଷଣା ଚାଲିଛି ।

ଅଧିକ ପଢ଼ନ୍ତୁ: ୧୬୩ ବର୍ଷର ଏହି ବୌଦ୍ଧ ଭିକ୍ଷୁଙ୍କ ଭିଡିଓ ଖୁବ୍ ଭାଇରାଲ୍, ଲୋକେ କହୁଛନ୍ତି ଜୀଅନ୍ତା ମମି !