Advertisment

Baijayant Panda led delegation reached Saudi Arabia: ସାଉଦି ଆରବରେ ପାକିସ୍ତାନର ମୁଖା ଖୋଲିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସାଉଦି ଆରବରେ ପହଞ୍ଚିଛି। କୁଏତ ଗସ୍ତ ସାରି ସାଉଦି ଆରବ ଗସ୍ତ କରିଛନ୍ତି। ସାରା ବିଶ୍ବ ସାମନାରେ ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି।

ଅଦ୍ୟତନ ହୋଇଛି
Baijayanta Panda

Baijayanta Panda

Advertisment

ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଓ ଭାରତର ଅପରେସନ ସିନ୍ଦୂରର ସଫଳତା ନେଇ ସାରା ବିଶ୍ବକୁ ଅବଗତ କରିବାକୁ ବିଭିନ୍ନ ଦେଶ ଗସ୍ତରେ ଯାଇଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ଗୋଟିଏ ଟିମ୍ ଗତକାଲି ସାଉଦି ଆରବରେ ପହଞ୍ଚିଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ସାଉଦି ଆରବରେ ଏହି ଟିମ୍ ପହଞ୍ଚିଥିବା ନେଇ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

କୁଏତ ଗସ୍ତ ସାରି ଗତକାଲି ସାଉଦି ଆରବରେ ପହଞ୍ଚିଛି ଏହି ଟିମ୍। ଏହା ପୂର୍ବରୁ ଏହି ଟିମ୍ କୁଏତ ସରକାରଙ୍କ ସହ ଆଲୋଚନା କରି ପାକିସ୍ତାନ ବିପକ୍ଷରେ ଦୃଢ଼ ତଥ୍ୟ ରଖିଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଆମେରିକା ଏବଂ ଅନ୍ୟ ଉପସାଗରୀୟ ରାଷ୍ଟ୍ରଠାରୁ ମିଳିଥିବା ସହାୟତା ରାଶିର ପାକିସ୍ତାନ ଅପବ୍ୟବହାର କରୁଥିବା କହିଛି ଭାରତ। ପାକିସ୍ତାନ ଦେଶର ବିକାଶରେ ଅର୍ଥ ବିନିଯୋଗ ନକରି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ତେଣୁ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ର ଗ୍ରେ ଲିଷ୍ଟରେ ରଖିବାକୁ ଦାବି କରିଥିଲେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ।

ସେପଟେ ଡିଏମକେ ସାଂସଦ କାନିମୋଇଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସ୍ଲୋଭାନିଆ ଗସ୍ତ କରି ରାଷ୍ଟ୍ରପତି ମାର୍କୋ ଲୋଟ୍ରିଙ୍କୁ ଭେଟିଥିଲେ। ସେହିଭଳି ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଅନ୍ୟ ଏକ ଟିମ୍ ସିଙ୍ଗାପୁର ଯାଇ ସେଠାକାର ବୈଦେଶିକ ମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଅଧିକ ପଢନ୍ତୁ: ବିଶ୍ୱ ସାମ୍ନାରେ ଖୋଲୁଛି ପାକିସ୍ତାନର ଅସଲ ମୁଖା: କୁଏତରେ ପହଞ୍ଚିଲେ ବୈଜୟନ୍ତଙ୍କ ଟିମ୍

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ମେ ୭ ତାରିଖରେ ‘ଅପରେସନ ସିନ୍ଦୂର’ ଅଧିନରେ ଆକ୍ରମଣ କରି ପାକ ଓ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା। ପାକିସ୍ତାନ ଏହାର ପ୍ରତି ଜବାବରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହାଫଳରେ ଉଭୟ ପକ୍ଷରୁ ଡ୍ରୋନ ଓ ମିଜାଇଲ ମାଡ ହୋଇଥିଲା ଏବଂ ମେ ୧୦ ତାରିଖରେ ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଅସ୍ତ୍ରବିରତି ହୋଇଥିଲା।

Advertisment

ତେବେ ସାରା ବିଶ୍ୱକୁ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜଣାଇବା ଓ ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିବା ସହିତ ପାକିସ୍ତାନର ଅପପ୍ରଚାରକୁ ରୋକିବା ଉଦ୍ଦେଶ୍ୟରେ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଦେଶ ଗସ୍ତରେ ଅଛନ୍ତି। ଏହି ସାତ ଜଣିଆ ଟିମ୍ ସାଉଦି ଆରବ, କୁଏତ, ବାହାରିନ, ଆଲଜେରିଆ, ୟୁକେ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ, ଡେନମାର୍କ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ଜାପାନ, ସିଙ୍ଗାପୁର, ୟୁଏଇ, ଲାଇବେରିଆ, କଙ୍ଗୋ, ସିଏରା ସିଓନି, ୟୁଏସ, ପାନାମା, ଗୁଏନା, ବ୍ରାଜିଲ, କଲମ୍ବିଆ, ସ୍ପେନ, ଗ୍ରୀସ, ସ୍ଲୋଭେନିଆ, ଲାଟଭିଆ, ଋଷିଆ, ଇଜିପ୍ଟ, କତାର, ଇଥିଓପିଆ ଏବଂ ସାଉଥ ଆଫ୍ରିକା ଗସ୍ତରେ ଅଛନ୍ତି।

ଅଧିକ ପଢନ୍ତୁ: ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିଲେ; ପାକ୍‌ର ମୁଖା ଖୋଲିଲେ

Saudi Arabia Kendrapara MP Baijayant Panda Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ