Advertisment

Mike Waltz: ବର୍ତ୍ତିପାରିବନି ଚୀନ; ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ମାଇକ୍ ୱାଲ୍ଟଜ

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।

ଅଦ୍ୟତନ ହୋଇଛି
Donald Trump's National Security Adviser Mike Waltz

Trump's National Security Adviser

Advertisment

ଆମେରିକାରେ ଚାଲିବ ଟ୍ରମ୍ପ ସରକାର। ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି। ୱାଲ୍ଟ ଜଣେ ଅବସରପ୍ରାପ୍ତ ଆମେରିକୀୟ ସେନା ଗ୍ରୀନ୍ ବେରେଟ୍ ଯିଏକି ଚୀନ୍‌ର ଜଣେ ପ୍ରମୁଖ ସମାଲୋଚକ ଭାବେ ଜଣାଶୁଣା।

Advertisment

ମାଇକ୍ ୱାଲ୍ଟ ନ୍ୟାସନାଲ ଗାର୍ଡରେ କର୍ଣ୍ଣେଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ଚୀନ୍‌ର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଏହି ଅଞ୍ଚଳରେ ସମ୍ଭାବ୍ୟ ବିବାଦ ପାଇଁ ଆମେରିକା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ ସର୍ବଦା ଜୋର ଦେଇଛନ୍ତି। ଟ୍ରମ୍ପ ପ୍ରଶାସନର ସୁରକ୍ଷା ନୀତିକୁ ଏକ ନୂତନ ଦିଗ ଦେବାରେ ୱାଲ୍ଟଜଙ୍କ ଅଭିଜ୍ଞତା ଏବଂ ପାରଦର୍ଶିତା ନିଶ୍ଚିତ ଭାବରେ ସହାୟକ ହୋଇପାରେ।

ଅଧିକ ପଢ଼ନ୍ତୁ: Trump-Putin Ukraine Phone Call: କ’ଣ ପୁଟିନ୍‌ଙ୍କୁ ଫୋନ୍‌ କରି ଏପରି କହିଛନ୍ତି ଟ୍ରମ୍ପ ?

Advertisment

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏକ ଗୁରୁତ୍ୱପୂର୍ଣ୍ଣ ପଦ ଯାହାକି ରାଷ୍ଟ୍ରପତିଙ୍କୁ ସିଧାସଳଖ ପରାମର୍ଶ ଦେଇଥାଏ । ଏହି ପଦବୀ ସିନେଟ୍ ନିଶ୍ଚିତକରଣ ଆବଶ୍ୟକ କରେ ନାହିଁ, ତେଣୁ ଏହା ରାଷ୍ଟ୍ରପତିଙ୍କ ପସନ୍ଦ ଦ୍ୱାରା ସିଧାସଳଖ ପୂରଣ ହୋଇପାରିବ। ଏହି ପଦବୀରେ ଥିବାବେଳେ ୱାଲ୍ଟଜଙ୍କୁ ପ୍ରମୁଖ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ସରକାରୀ ଏଜେନ୍ସି ସହ ସମନ୍ୱୟ ରକ୍ଷା କରିବାର ଦାୟିତ୍ୱ ନିର୍ବାହ କରିବେ। ଟ୍ରମ୍ପ ତାଙ୍କ ରଣନୀତିକୁ ଅଧିକ ଶକ୍ତିଶାଳୀ ଏବଂ ଗତିଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାପଡୁଛି।

୨୦୨୧ ମସିହାରେ ଆଫଗାନିସ୍ତାନରୁ ସୈନ୍ୟବାହିନୀ ପ୍ରତ୍ୟାହାର ନେଇ ବାଇଡେନ ପ୍ରଶାସନକୁ ସମାଲୋଚନା କରିବା ସହ ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ସର୍ବସାଧାରଣରେ ପ୍ରଶଂସା କରିଥିଲେ। ୱାଶିଂଟନର ରାଜନୈତିକ ସର୍କଲରେ ୱାଲ୍ଟଙ୍କର ଏକ ବଳିଷ୍ଠ ଇତିହାସ ରହିଛି । ସେ ପ୍ରତିରକ୍ଷା ସଚିବ ଡୋନାଲ୍ଡ ରାମସଫେଲ୍ଡ ଏବଂ ରୋବର୍ଟ ଗେଟ୍ସଙ୍କ ପାଇଁ ପ୍ରତିରକ୍ଷା ନୀତିର ନିର୍ଦ୍ଦେଶକ ଥିଲେ । ୨୦୧୮ରେ କଂଗ୍ରେସକୁ ନିର୍ବାଚିତ ହୋଇଥିଲେ। ସେ ସାମରିକ ସାମଗ୍ରୀର ତଦାରଖ କରୁଥିବା ହାଉସ୍ ଆର୍ମଡ୍ ସର୍ଭିସ୍ ସବ କମିଟିର ଚେୟାରମ୍ୟାନ୍ ଏବଂ ଇଣ୍ଟେଲିଜେନ୍ସ ସିଲେକ୍ଟ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Advertisment

ମାଇକ ୱାଲ୍ଟଜଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ ହେବାପରେ ଏହା ସ୍ପଷ୍ଟ ଯେ ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ଚୀନକୁ ନେଇ ନିଜର ନୀତିକୁ କଡାକଡି କରିବାକୁ ଯାଉଛି। ଆମେରିକା ଚୀନ୍ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୱାଲ୍ଟଜ୍ ସହିତ ଏହି ଦିଗରେ ଅଧିକ ଚାପ ପକାଇବାର ସମ୍ଭାବନା ଅଛି । ଚୀନ୍ ପ୍ରତି ୱାଲ୍ଟଜଙ୍କ ସମାଲୋଚନା ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଆହୁରି ଦୃଢ କରିପାରେ ଏବଂ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ବିଜୟ ପରେ ଏଲନ ମସ୍କଙ୍କ ଟ୍ରାନ୍ସଝିଅ ଦେଲେ ବଡ଼ ବୟାନ, କହିଲେ...

China Donald Trump US Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ