Advertisment

ରେଷ୍ଟୁରାଣ୍ଟରୁ ଡିସ୍‌କାଉଣ୍ଟରେ ଖାଇବା ଅର୍ଡର କଲେ ବାଇଡେନ; ଭିଡିଓ ଭାଇରାଲ

ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍‌କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?

author-image
Minati Mishra
ଅଦ୍ୟତନ ହୋଇଛି
Joe Baiden

Joe Baiden

ମେକ୍ସିକାନ ଖାଦ୍ୟ ଅଧିକାଂଶ ଲୋକଙ୍କର ପସନ୍ଦ। ବିଶେଷକରି ମେକ୍ସିକୋର ଟାକୋସ, ବୁରିଟସ, କୁସାଡିଲାସ୍‌ ପରି ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟରେ ଭିଡ ଲାଗିଥାଏ। ଆମେରିକାର ରାଷ୍ଟ୍ରପତି ହେଲେ ମଧ୍ୟ ଜୋ ବାଇଡେନ ବି ଏପରି ଖାଦ୍ୟ ଲାଳସାକୁ ରୋକି ପାରନ୍ତି ନାହିଁ। ଲସ ଆଞ୍ଜଲ୍ସର ଏକ ମେକ୍ସିକାନ ରେଷ୍ଟୁରାଣ୍ଟ ଟାକୋସ ୧୯୮୯ ନିକଟରେ ଦିନେ ଅଟକି ଯାଇଥିଲା ବାଇଡେନଙ୍କ ଗାଡି। ସାଧାରଣ ଗ୍ରାହକଙ୍କ ପରି ସେ ବି ଚିକେନ କୁସାଡିଲାସ୍‌ ମଗେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ସେଠାରେ ଡିସ୍‌କାଉଣ୍ଟ ମଧ୍ୟ ନେଉଛନ୍ତି। ଏହାର ଏକ ଭିଡିଓ ନିଜେ ବାଇଡେନ ତାଙ୍କ ଅ‍ଫିସିଆଲ ଟୁଇଟର ହାଣ୍ଡେଲ୍‌ରେ ସେୟାର କରିଛନ୍ତି। ଭିଡିଓରେ ତାଙ୍କର ଷ୍ଟାଇଲ ୟୁଜର୍ସଙ୍କ ମନକୁ କିଣି ନେଇଛି।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ରେଷ୍ଟୁରାଣ୍ଟରେ ବାଇଡେନ କ୍ୟାସିଅରଙ୍କୁ ହସି ହସି ଅଭିବାଦନ କରୁଛନ୍ତି ଏବଂ ତାଙ୍କୁ ବାସ୍‌ଙ୍କ ପାଇଁ ଏକ ଖାଇବା ଅର୍ଡର ପ୍ରସ୍ତୁତ କରିବା ପାଇଁ କହୁଛନ୍ତି। କରେନ ବାସ ଏବେ ଲସ୍‌ ଏଞ୍ଜେଲ୍‌ସ ମୟର ପଦ ପାଇଁ ପ୍ରତିଯୋଗିତା କରୁଛନ୍ତି। ଏହାପରେ ଦେଖିବାକୁ ମିଳିଛି, କ୍ୟାସିଅର ତାଙ୍କୁ ପୂରା ବିଲ୍‌ ଉପରେ କିଛି କହୁଛନ୍ତି। ସେ କହିଛନ୍ତି, ବାଇଡେନଙ୍କୁ ସାଧାରଣ ସେବା ପାଇଁ ୫୦% ରହିତି ପାଇବେ । ତାଙ୍କର ବିଲ୍‌ ୧୬.୪୫ ଆମେରୀକିୟ ଡଲାର ହୋଇଥିବାବେଳେ ସେ କିନ୍ତୁ ୬୦ ଆମେରିକୀୟ ଡଲାର ଦେଉଛନ୍ତ । ଏହା ପରେ ହସି ହସି କ୍ୟାସିୟରଙ୍କୁ ପରବର୍ତ୍ତୀ ଅର୍ଡର ମାଗଣା ଦେବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଭିଡ଼ିଓଟି ବେଶ୍‌ ଭାଇରାଲ ହୋଇଛି ଏବଂ ଏହାକୁ ଏକ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ହଜାର ହଜାର ସୁନ୍ଦର ସୁନ୍ଦର ମତାମତ ଦେଇଛନ୍ତି ଭିୟୁର୍ସ। ଏତେ ସୁନ୍ଦର ମତାମତ ପ୍ରମାଣ କରୁଛି ।ଦେଶରେ ବାଇଡେନଙ୍କ ଲୋକପ୍ରିୟତା କେତେ ।

Resturant Joe Biden US President Joe Biden
Advertisment
Advertisment