Advertisment

Alcohol Drinking: ଡିଭୋର୍ସର ମାସକ ପରେ ମରିଗଲା ସ୍ୱାମୀ, ପିଉଥିଲା ଖାଲି ମଦ…

ସ୍ତ୍ରୀଙ୍କଠାରୁ ଡିଭୋର୍ସ ପରେ ଗଭୀର ମାନସିକ ଅବସାଦରେ ଥିଲେ। ଖାଦ୍ୟ ଖାଇବା ଛାଡ଼ି ଦେଇଥିଲେ । କେବଳ ବିଅର ପିଇ ରହୁଥିଲେ । ତାଙ୍କ ପୁଅ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଖୁଆଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଥାୱୀସାକ କିଛି ଖାଦ୍ୟ ଗ୍ରହଣ କରୁନଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Alcohol

Alcohol

ଜଣେ ବ୍ୟକ୍ତି ଡିଭୋର୍ସ ପରେ ଡିପ୍ରେସନକୁ ଚାଲିଗଲେ । ଖାଦ୍ୟ ଗ୍ରହଣ କଲେନି । ୨୪ ଘଣ୍ଟା ଘରେ ରହି ଖାଲି ବିଅର୍ ପିଇଲେ । ତା ପରେ ଆରପାରିକୁ ଚାଲିଗଲେ । ଏହି ଘଟଣା ଘଟିଛି ଥାଇଲାଣ୍ଡର ରାୟଙ୍ଗ ପ୍ରଦେଶର ବାନ ଚାଙ୍ଗ ଜିଲ୍ଲାରେ ।

Advertisment

ଏକ ଦୁଃଖଦ ଘଟଣାରେ ଜଣେ ୪୪ ବର୍ଷୀୟ ବ୍ୟକ୍ତି ଥାୱୀସାକ ନାମୱଙ୍ଗସା ଡିଭୋର୍ସ ପରେ ମାସାଧିକ କାଳ ଖାଲି ବିଅର ପିଇ ପିଇ ମୃତ୍ୟୁବରଣ କରିଛନ୍ତି। ତାଙ୍କର ୧୬ ବର୍ଷୀୟ ପୁଅ ତାଙ୍କ ବେଡରୁମକୁ ଯିବାବେଳେ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ । ସେ ତୁରନ୍ତ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ । ସିଆମ ରାୟଙ୍ଗ ଫାଉଣ୍ଡେସନର ରେସକ୍ୟୁ ଟିମ୍ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଥାୱୀସାକଙ୍କର ମୃତ୍ୟୁ ହୋଇଥିଲା।

ଥାୱୀସାକ ନାମୱଙ୍ଗସା ତାଙ୍କ ସ୍ତ୍ରୀଙ୍କଠାରୁ ଡିଭୋର୍ସ ପରେ ଗଭୀର ମାନସିକ ଅବସାଦରେ ଥିଲେ। ଖାଦ୍ୟ ଖାଇବା ଛାଡ଼ି ଦେଇଥିଲେ । ଖାଦ୍ୟ ଆଦୌ ଖାଉନଥିଲେ । କେବଳ ବିଅର ପିଇ ରହୁଥିଲେ ।

Advertisment

ତାଙ୍କ ପୁଅ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଖୁଆଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଥାୱୀସାକ କିଛି ଖାଦ୍ୟ ଗ୍ରହଣ କରୁନଥିଲେ।

ଘଟଣା ଦିନ ଥାୱୀସାକଙ୍କ ପୁଅ ସ୍କୁଲରୁ ଫେରିବା ପରେ ତାଙ୍କୁ ବେଡରୁମରେ ଅଚେତ ଅବସ୍ଥାରେ ଦେଖିଥିଲେ। ସେ ତୁରନ୍ତ ରେସକ୍ୟୁ ଟିମକୁ ଡାକିଥିଲେ, କିନ୍ତୁ ପାରାମେଡିକମାନେ ପହଞ୍ଚିବା ପୂର୍ବରୁ ଥାୱୀସାକଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ ବେଡରୁମରୁ ୧୦୦ରୁ ଅଧିକ ଖାଲି ବିଅର ବୋତଲ ଜବତ କରାଯାଇଛି ।

ଥାୱୀସାକଙ୍କର ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଅଟୋପ୍ସି ପରେ ସବୁ ସ୍ପଷ୍ଟ ହେବ । ପୋଲିସ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଅତ୍ୟଧିକ ମଦ୍ୟପାନ ଏବଂ ଖାଦ୍ୟର ଅଭାବ ଏହାର ମୁଖ୍ୟ କାରଣ ହୋଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମାସାଧିକ କାଳ ଖାଲି ବିଅର ପିଇବା ଦ୍ୱାରା ଗୁରୁତର ପୁଷ୍ଟିହୀନତା ହୋଇଥାଏ, ଯେଉଁଥିରେ ଭିଟାମିନ ସି ଏବଂ ପ୍ରୋଟିନର ଅଭାବ ଯୋଗୁଁ ସ୍କର୍ଭି ଏବଂ ମାଂସପେଶୀ ନଷ୍ଟ ଭଳି ରୋଗ ହୋଇପାରେ। ମଦ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । 

ଅଧିକ ପଢ଼ନ୍ତୁ: ବାଂଲାଦେଶରେ ମହିଳାମାନଙ୍କୁ ଏହି ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ, ଆରମ୍ଭ ହେଲା ବିବାଦ

Divorce Alcohol Thailand
Advertisment
Advertisment