/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748519044.jpg)
Saifullah Kasuri
ଯଦିଓ 'ଅପରେସନ ସିନ୍ଦୂର'ରେ ପାକିସ୍ତାନସ୍ଥିତ ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ କରି ଭାରତ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି ବୋଲି କୁହାଯାଉଛି, ତଥାପି ଏହି ପ୍ରତିଶୋଧ ଏ ଯାଏଁ ପୂରା ହୋଇନି । ସେଦିନ ପହଲଗାମ୍ରେ ରକ୍ତର ନଦୀ ବୁହାଇଥିବା ୩ ଆତଙ୍କୀ ନା ଧରାପଡିଛନ୍ତି, ନା ଏହି ହାମ୍ଲାର ମାଷ୍ଟରମାଇଣ୍ଡ ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀର କିଛି କ୍ଷତି ହୋଇଛି । ଏବେ ବି ପାକିସ୍ତାନରେ ବେଶ୍ ଆରାମରେ ବୁଲାବୁଲି କରିବା ସହ ଭାରତ ବିରୋଧରେ ଖୁଲମ୍ଖୁଲା ବିଷ ଓଗାଉଛି ସୈଫୁଲ୍ଲା, ଯାହାର ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି ।
ବୁଧବାର ପାକିସ୍ତାନର ପଞ୍ଜାବରେ ସୈଫୁଲ୍ଲା କସୁରୀକୁ ସର୍ବସାଧାରଣରେ ଦେଖାଯାଇଥିଲା । କାଲି ସୈଫୁଲ୍ଲା ଏକ ରାଜନୈତିକ ରାଲିରେ ପହଞ୍ଚିଥିଲା ଯେଉଁଠି ପାକିସ୍ତାନୀ ନେତା ଏବଂ ଅନ୍ୟାନ୍ୟ କୁଖ୍ୟାତ ଆତଙ୍କବାଦୀମାନେ ଉପସ୍ଥିତ ରହିଥିଲେ । ଏହି ରାଲିରେ ହିଂସା ଉଦ୍ରେକକାରୀ ଭାଷଣ ଦିଆଯିବା ସହ ଭାରତ ବିରୋଧୀ ନାରା ଲଗାଯାଇଥିଲା ।
ଅଧିକ ପଢନ୍ତୁ: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...
ପାକିସ୍ତାନର ପରମାଣୁ ନିରୀକ୍ଷଣର ବର୍ଷ ପୂର୍ତ୍ତି ଅବସରରେ 'ପାକିସ୍ତାନ ମରକାଜି ମୁସଲିମ ଲିଗ୍' (PMML) ପଞ୍ଜାବ ପ୍ରଦେଶର କସୁରଠାରେ ଏହି ରାଲି ଆୟୋଜନ କରିଥିଲା । ଏହି ରାଲି ଏକପ୍ରକାର ଆତଙ୍କୀ ମେଳିଥିଲା, ଯେଉଁଥିରେ ଭାରତ ବିରୋଧରେ ବିଷୋଦଗାର୍ କରାଯାଇଥିଲା । ଏଠାରେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ହାଫିଜ ସଇଦର ପୁଅ ତଲହା ସଇଦକୁ ବି ଦେଖିବାକୁ ମିଳିଥିଲା ।
ରାଲିରେ ସୈଫୁଲ୍ଲା କସୁରୀ କହିଥିଲା, ମୋତେ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଦୋଷ ଦିଆଯାଉଛି । ଏବେ ମୋ ନାଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛି । ଆହୁରି ମଧ୍ୟ ଘୋଷଣା କରିଥିଲା ଯେ, ସେ ବହାୱଲପୁର ଆଲ୍ଲାହାବାଦରେ 'ମୁଦାସିର ସହିଦ' ନାଁରେ ଏକ ସେଣ୍ଟର, ସଡ଼କ ଓ ହସ୍ପିଟାଲ ନିର୍ମାଣ କରିବ ।
ଗୁଇନ୍ଦା ସୂତ୍ର ମୁତବାକ, ମୁଦାସିର ଅହମ୍ମଦ ପହଲଗାମ୍ ନରସଂହାର ପରେ ଭାରତର ଜବାବୀ ଅପରେସନ ସିନ୍ଦୂରରେ ମରିଥିବା ହାଇପ୍ରୋଫାଇଲ ଟେରର୍ ଅପରେଟିଭ ମଧ୍ୟରୁ ଜଣେ । ସେହିପରି ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କୀ ଲିଷ୍ଟର ୩୨ତମ ସ୍ଥାନରେ ଥିବା ତଲହା ସିଇଦ ମଧ୍ୟ ରାଲିରେ ଜିହାଦୀ ନାରା ଲଗାଇଥିଲା ଏବଂ ହିଂସାତ୍ମକ ଭାଷଣ ଦେଇଥିଲା । ତେବେ ପଞ୍ଜାବରେ ଏହି ରାଜନୈତିକ ରାଲିର ଚିତ୍ର ପୁଣିଥରେ ପାକିସ୍ତାନର ଆତଙ୍କୀ ଚେହେରାକୁ ପଦାରେ ପକାଇଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)