Advertisment

ଆତଙ୍କବାଦୀ ହାଫିଜ୍ ସଇଦ୍‌କୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ

ଏପଟେ ଇମ୍ରାନଙ୍କ ଆସନ ଟଳମଳ ସେପଟେ ହାଫିଜ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନାନା ଚର୍ଚ୍ଚା

author-image
Chandan Shishu
Lashkar-e-Taiba chief Hafiz Saeed

Lashkar-e-Taiba chief Hafiz Saeed

୨୬/୧୧ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ହାଫିଜ୍ ସଇଦ୍‌କୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ। ପାକିସ୍ତାନ ଲାହୋର ସ୍ଥିତ ଆତଙ୍କବାଦ ନିରୋଧୀ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଆଜି ୨ଟି ମାମଲାର ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ତାସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ସହିତ ହାଫିଜ୍‌ର ସମସ୍ତ ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆତଙ୍କବାଦ ସହ ଅନେକ ଆକ୍ରମଣ ଘଟଣା ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ପାକିସ୍ତାନର ସିଆଇଡି ହାଫିଜ୍ ସଇଦ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଏହାପୂର୍ବରୁ ଅବଶ୍ୟ ସ୍ୱତନ୍ତ୍ର ଆତଙ୍କବାଦୀ ନିରୋଧୀ କୋର୍ଟ ହାଫିଜକୁ ଅନେକ ମାମଲାରେ ଦଣ୍ଡିତ କରିଥିଲେ ବି କିଛି ମାମଲାରେ ଉଚ୍ଚ ନ୍ୟାୟାଳୟରୁ ସୁରକ୍ଷା ପାଇଯାଇଛି। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଟଳମଳ ହେଉଥିବାବେଳେ ହାଫିଜ୍ ସଇଦ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ନାନା ଚର୍ଚ୍ଚା ହେଉଛି। 

Advertisment
Hafiz Saeed Court Order
Advertisment
Advertisment