• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି । କେବଳ ନିଜ ଦୁନିଆରେ ନିଜେ ବାଦ୍‌ଶାହା ଏହି ସଂପ୍ରଦାୟର ଲୋକେ । ଏହି ଜନଜାତିକୁ କୋରୋବାଇ ବୋଲି କୁହାଯାଏ । ଇଣ୍ତୋନେସିଆର ପାପୁଆ ଅଞ୍ଚଳରେ ରୁହନ୍ତି ଏମାନେ ।

ଆମ ଭାଷାରେ କହିବାକୁ ଗଲେ ଇଏ ଏକ ପ୍ରକାରର ଆଦିବାସୀ ସମ୍ପ୍ରଦାୟ । ନିଜର ରୀତିନୀତି ନିଜର ପରମ୍ପରାକୁ ଏମାନେ ଜାବୁଡ଼ିଧରି ରହିଥା’ନ୍ତି । କୋରୋବାଇ ସମ୍ପ୍ରଦାୟର ଲୋକମାନେ ମାଟିରେ ଘର କରି ରୁହନ୍ତି ନାହିଁ । ଗଛ ଉପରେ ଘର ତିଆରି କରନ୍ତି । ସେଇଠି ରୁହନ୍ତି । ଏମାନେ ନରଭକ୍ଷୀ, ଅର୍ଥାତ୍‌ ମଣିଷ ମାଂସ ଭକ୍ଷଣ କରନ୍ତି ।

ଦେଖିବାକୁ ଏହି ଜନଜାତିର ଲୋକ ଯେମିତି କଠୋର । ପ୍ରକୃତରେ ସେମାନେ ସେତିକି ହୃଦୟ ହୀନ ମଧ୍ୟ । କୋରୋବାଇ ଜନଜାତିର ଲୋକମାନେ କୌଣସି ବ୍ୟକ୍ତିଙ୍କୁ ସନ୍ଦେହ କରିବା ମାତ୍ରେ ସେମାନଙ୍କୁ ହତ୍ୟା କରିଥା’ନ୍ତି । ବିଶେଷ କରି ଯେଉଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ଲାଗି ରହେ ତାଙ୍କୁ ହତ୍ୟା କରି ତା’ର ମାଂସ ଖାଇଥା’ନ୍ତି ।

ଖାଲି ଏତିକି ନୁହେଁ, ଗୁଣିଗାରେଡି ଓ ତନ୍ତ୍ର ମନ୍ତ୍ରକୁ ନେଇ ସନ୍ଦେହ ହେଲେ ସେହି ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ହତ୍ୟା କରନ୍ତି ଏମାନେ । ପରେ ତା’ର ମାଂସକୁ ଅତି ଆନନ୍ଦର ସହ ଖାଇଥା’ନ୍ତି । ସବୁଠାରୁ ବଡ଼ କଥା ହେଉଛି କୋରୋବାଇ ସମ୍ପ୍ରଦାୟର କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ କିମ୍ବା ଭୋଜିଭାତ ଆୟୋଜନ ହେଲେ ସେଥିରେ ଏମାନେ ପଶୁ ମାଂସ ସହ ମଣିଷ ମାଂସ ମଧ୍ୟ ଆଇଟମ୍‌ରେ ରଖିଥାଆନ୍ତି ।

ସବୁବେଳେ ନିଜର ପାରମ୍ପରିକ ରୀତିନୀତି ସହ ଏମାନେ ବଞ୍ଚିବାକୁ ପସନ୍ଦ କରିଥା’ନ୍ତି । କେହି ଯଦି ଏମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରେ ଏମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ତା’ର ପ୍ରତି ଜବାବ ଦେଇଥାନ୍ତି । ପଶୁ-ପକ୍ଷୀଙ୍କୁ ଶିକାର କରିବା ପାଇଁ ଏମାନଙ୍କ ମୁଖ୍ୟ ଅସ୍ତ୍ର ହେଉଛି ଧନୁ ତୀର । ଆଉ ଶତ୍ରୁ ସହ ମଧ୍ୟ କଡ଼ା ମୁକାବିଲା କରିବାକୁ ଏହି ଧନୁତୀରର ସାହାଯ୍ୟ ନେଇଥା’ନ୍ତି ଏମାନେ ।

OTV is now on Whatsapp

Join and get latest news update delivered to you via whatsapp

Join Now