Advertisment

Rose Day: ଗୋଟିଏ ଗୋଲାପର ଦାମ୍‌ ୧୩୦ କୋଟି, ଏତିକି ଦିନ ରହିବ ସତେଜ...

ଏହାକୁ ଜୁଲିଏଟ୍‌ ରୋଜ୍‌ କୁହାଯାଏ। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rose Day 2024

Juliet Roses

ଆଜି ହେଉଛି ଫେବ୍ରୁଆରୀ ୭। ଆଜିଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍‌ ସପ୍ତାହ। ଏହି ସପ୍ତାହରେ ଗୋଲାପ ଫୁଲର ଚାହିଦା ଅଧିକ ଥାଏ। ଲୋକମାନେ ନିଜର ପ୍ରେମକୁ ପ୍ରକାଶ କରିବାକୁ ଗୋଲାପର ସାହାଯ୍ୟ ନେବେ। କେହି କେହି ଗୋଲାପ ମାଧ୍ୟମରେ ପ୍ରେମ ନିବେଦନ କରିବେ ତା କେହି ଅନ୍ୟର ମୁହଁର ହସ ଆଣିବା ପାଇଁ ଗୋଲାପ ଫୁଲ ଦେବେ। କିନ୍ତୁ ଆପଣ କେବେ ଏମିତି ଗୋଲାପ ଫୁଲ ବିଷୟରେ ଶୁଣିଛନ୍ତି, ଯାହାର ମୂଲ୍ୟ ୧୩୦ କୋଟି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସାଧାରଣତଃ ଫୁଲ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଶୁଖିଯାଏ, କିନ୍ତୁ ଏହି ଗୋଲାପ ଫୁଲ ୩ ବର୍ଷ ପର୍ଯ୍ୟନ୍ତ ଶୁଖିନଥାଏ, ସତେଜ ରହିଥାଏ ।

Advertisment

ଏହାକୁ ଜୁଲିଏଟ୍‌ ରୋଜ୍‌ କୁହାଯାଏ। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଫୁଲ। ଏହି ଫୁଲର ମୂଲ୍ୟ ୯୦ କୋଟି ପର୍ଯ୍ୟନ୍ତ ରହିଛି। ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସିବ କି କାହିଁକି ଏହି ଫୁଲର ମୂଲ୍ୟ ଏତେ ଅଧିକ। ତେବେ ଏହି ଜୁଲିଏଟ୍‌ ରୋଜ୍‌ ବିଷୟରେ ପ୍ରଥମ ଥର ପାଇଁ ୨୦୦୬ରେ ବିଶ୍ୱ ଜାଣିବାକୁ ପାଇଥିଲା। ପ୍ରସିଦ୍ଧ ଗୋଲାପ ପ୍ରଜନକ ଡେଭିଡ ଅଷ୍ଟିନ ଏହି ଗୋଲାପ ଫୁଲକୁ ପ୍ରଥମେ ସାମ୍ନାକୁ ଆଣିଥିଲେ। ଅନେକ ଗୋଲାପ ଫୁଲକୁ ମିଶ୍ରଣ କରି ଜୁଲିଏଟ୍‌ ଗୋଲାପ ଫୁଲ କରିଥିଲେ ଡେଭିଡ୍‌।

ପୋଲନ୍ ନେସନ୍‌ର ରିପୋର୍ଟ ଅନୁଯାୟୀ, ଏହି ପ୍ରକାରର ଗୋଲାପର ନାଁ ‘Apricot-hued hybrid’ ରଖାଯାଇଛି। ତେବେ ଏହି ଫୁଲ ହେବା ପାଇଁ ୧୫ ବର୍ଷ ଓ ପ୍ରାୟ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୦୬ରେ ଡେଭିଡ୍‌ ଏହି ଗୋଲାପକୁ ପ୍ରାୟ ୯୦ କୋଟି ଟଙ୍କାରେ ବିକ୍ରି କରିଥିଲେ। ତେବେ ବର୍ତ୍ତମାନ ଏହି ଫୁଲର ମୂଲ୍ୟ ପ୍ରାୟ ୧୩୦ କୋଟି ହେବ ବୋଲି କୁହାଯାଉଛି। ଡେଭିଡ୍‌ ଅଷ୍ଟିନ୍‌ଙ୍କ ୱେବସାଇଟ୍‌ରେ ଏହି ଗୋଲାପ ଫୁଲ ବିଷୟରେ ସବିଶେଷ ତଥ୍ୟ ରହିଛି।

Advertisment
Valentine's Day Rose Day
Advertisment
Advertisment