• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଙ୍ଗଳବାର ହଠାତ୍ ସୋସିଆଲ ମିଡିଆରେ ବାରାଣାସୀ ଟ୍ରେଣ୍ଡ କରିବାକୁ ଲାଗିଲା । ତେଣୁ ଲୋକମାନେ ବାରାଣାସୀକୁ ଖୋଜିବା ଆରମ୍ଭ କଲେ । କିନ୍ତୁ ଲୋକମାନେ ଯେଉଁ ବାରାଣାସୀକୁ ଖୋଜୁଥିଲେ ତାହା ପ୍ରକୃତରେ ବାରାଣାସୀ ଜିଲ୍ଲା ନଥିଲା । ତାହା ଇଂଲଣ୍ଡର ବର୍ମିଂହାମରେ ଥିବା ଏକ ଭାରତୀୟ ରେସ୍ତୋରାଂ 'ବାରାଣାସୀ ରେସ୍ତୋରାଂ' ଥିଲା । ସେହି ରେସ୍ତୋରାଂରେ ହଲିଉଡ୍‌ ଷ୍ଟାର ଜନି ଡେପ୍‌ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଉଡ଼ାଇବା ପରେ, ତାହା ଏବେ ଚର୍ଚ୍ଚାକୁ ଆସିଛି ।

ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍‌ଙ୍କ ସପକ୍ଷରେ ଯିବା ପରେ ସେ ଏହି ଭାରତୀୟ ରେସ୍ତୋରାଂରେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଏହାର ନାଁ 'ବାରାଣସୀ' । ଏହି ଗୋଟିଏ ରାତିର ଉତ୍ସବରେ ପ୍ରାୟ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଜନି ଡେପ୍‌ । ଏହି ଆୟୋଜନର କିଛି ଫଟୋ ମଧ୍ୟ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି । ବାରଣାସୀ ରେସ୍ତୋରାଂର ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଆଉ ରେସ୍ତୋରାଂର ଚାହିଦା ମଧ୍ୟ ଖୁବ୍‌ ବୃଦ୍ଧି ପାଇଛି ।

ହଲିଉଡ ଅଭିନେତା ଜନି ଡେପ ତାଙ୍କ ପୂର୍ବତନ ପତ୍ନୀ ଏମ୍ବର ହର୍ଡଙ୍କ ବିରୋଧରେ ମାନହାନି ମକଦ୍ଦମା ଜିତିଥିଲେ । ଏହି ବିଜୟର ଖୁସି ପାଇଁ ରବିବାର ଇଂଲଣ୍ଡର ବର୍ମିଂହାମସ୍ଥିତ ଭାରତୀୟ ରେସ୍ତୋରାଂ 'ବାରାଣସୀ'ରେ ସାଙ୍ଗମାନଙ୍କ ସହ ରାତ୍ରୀ ଭୋଜନ କରିବା ସହିତ ଏକ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ । ଏହି ଆୟୋଜନ ପାଇଁ ସେ ୬୨ ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଛନ୍ତି । ତେଣୁ କେବଳ ପାର୍ଟିର ଫଟୋ ନୁହେଁ, ଏହି ରେସ୍ତୋରାଂକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି ।

ବାରାଣାସୀ ରେସ୍ତୋରାଂରେ ଡିନର ପାର୍ଟି ପାଇଁ ଜନିଙ୍କ ସହ ଅନ୍ୟ ୨୦ ଜଣ ସାଙ୍ଗ ଯୋଗ ଦେଇଥିଲେ । ଜନୀ ଡେପ୍‌ ସମ୍ପୂର୍ଣ୍ଣ ରେସ୍ତୋରାଂକୁ ବୁକ୍‌ କରିଥିଲେ । ଏହି ପାର୍ଟି ଚାଲିଥିବା ସମୟରେ ସାଧାରଣ ଲୋକଙ୍କ ପାଇଁ ରେସ୍ତୋରାଂ ବନ୍ଦ ରହିଥିଲା । ପାର୍ଟି ଚାଲିଥିବା ସମୟରେ ଜନି ଡେପ୍‌ ରେସ୍ତୋରାଂରେ କାମ କରୁଥିବା ସବୁ କର୍ମଚାରୀଙ୍କ ସହ ଖୁସି ମନାଇବା ସହ ଖୁବ୍‌ ଫଟୋ ମଧ୍ୟ ଉଠାଇଥିଲେ ଏବଂ ଉପଭୋଗ କରିଥିଲେ ।