/odishatv-khabar/media/post_attachments/uploadimage/library/16_9/16_9_0/Wedding_1750993893.jpg)
Wedding
ଆସିଲେଣି ଅତିଥି। ଜମିଲାଣି ଭିଭିଆଇପିଙ୍କ ଭିଡ। ଧାଡିକି ଧାଡି ହୋଇ ଠିଆ ହେଲାଣି ପ୍ରାଇଭେଟ୍ ଜେଟ୍। ବଡ଼ ବଡ଼ ଲଗ୍ଜୁରୀ ହୋଟେଲ ବି ହୋଇଗଲାଣି ଫୁଲ୍। ଏପଟେ ସେଜଇ ହେଲଣି ମଣ୍ଡପ। ସରିଲାଣି ସବୁ ପ୍ରସ୍ତୁତି। ହେବ ଲାଭିସ୍ ବାହାଘର। ପୁଣି ହାତକୁ ଦି ହାତ ହେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଗାର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ଙ୍କୁ ସହ ଆମାଜନ ସଇଓଙ୍କ ପଡ଼ିବ ହାତଗଣ୍ଠି।
ଇଟାଲିର ସୁନ୍ଦର ସହ ଭେନିସ୍ ହେବ ବିଶ୍ୱର ସବୁଠାରୁ ଗ୍ରାଣ୍ଡ ୱେଣ୍ଡିଂ। ୬୧ ବର୍ଷୀୟ ଜେଫ୍ ବେଜୋସ୍ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ ଆଉ ଦିନକ ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ପୂର୍ବରୁ ଉଭୟ ବିବାହିତ। ଛାଡପତ୍ର ପରେ ଏହା ଏମାନଙ୍କ ଦ୍ୱିତୀୟ ବିବାହ। ଏହି ମେଗା ଇଭେଣ୍ଟରେ ଯୋଗଦେବେ ବିଶ୍ୱର ସବୁଠାରୁ ନାମୀଦାମୀ ବ୍ୟକ୍ତି। ବଡ଼ ବଡ଼ ବିଜନେସ୍ ଟାଇକୁନ୍ଙ୍କ ଠାରୁ ଆରମ୍ଭ କରି ରାଜନୀତି, ହଲିଉଡ୍ ଏବଂ ଅର୍ଥ ଜଗତର ୨୦୦-୨୫୦ ଜଣ ଭିଆଇପି।
ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ
ଭେନିସ୍ର ପୂର୍ବ କାଷ୍ଟେଲୋ ଜିଲ୍ଲାରେ ଥିବା ଆର୍ସେନାଲରେ ହେବ ଏହି ବିବାହ। ଏହା ୧୪ ଶତାବ୍ଦୀର ଏକ ବିଶାଳ କମ୍ପ୍ଲେକ୍ସ। ଯାହାର ଚାରିପାଖ ପାଣି ଏବଂ ସୁଦୃଢ଼ ​​କାନ୍ଥ ଦ୍ୱାରା ଘେରି ରହିଛି। ଏଠାକୁ ସ୍ଥଳପଥରେ ପହଞ୍ଚିବା ଅସମ୍ଭବ। ଅତିଥିମାନଙ୍କୁ ନେବା ଆଣିବା କରିବା ପାଇଁ ୯୦ଟି ଘରୋଇ ଜେଟ୍ ଭେନିସ୍, ଟ୍ରେଭିସୋ ଏବଂ ଭେରୋନା ବିମାନବନ୍ଦରରେ ଅବତରଣ କରିବ। ଏଥିସହ ସହରର କେନାଲ ଦେଇ ଅତିଥିମାନଙ୍କୁ ଆର୍ସେନାଲ୍କୁ ନେବା ପାଇଁ ୩୦ଟି ଜଳ ଟ୍ୟାକ୍ସି ବୁକ୍ ହୋଇଛି। ଆକଳନ କରାଯାଉଛି ଯେ ଜେଫ୍ ବେଜୋସ୍ ଏହି ଗ୍ରାଣ୍ଡ ୱେଣ୍ଡିଂରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଅତିଥି ତାଲିକାରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍, ଜାରେଡ୍ କୁଶନର, ଲିଓନାର୍ଡୋ ଡିକାପ୍ରିୟୋ, କିମ୍ କାର୍ଦାସିଆନ୍, କେଟି ପେରି, ଡାଏନ୍ ଭନ୍ ଫର୍ଷ୍ଟେନବର୍ଗ ଏବଂ ଏଲନ୍ ମସ୍କଙ୍କ ଭଳି ନାଁ ରହିଛି। ସମସ୍ତ ଅତିଥି ଗୁରୁବାରଠାରୁ ଭେନିସ୍ରେ ପହଞ୍ଚିବା ଆରମ୍ଭ କରିଦେଲାଣି। ଶନିବାର ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ପାର୍ଟିରେ ଏମାନେ ଯୋଗଦେବେ। ବିଶେଷ କଥା ହେଉଛି ଏସବୁ ଅତିଥି ୨୦୨୩ ମସିହାରେ ବେଜୋସ୍ ଏବଂ ସାଞ୍ଚେଜ୍ଙ୍କ ନିର୍ବନ୍ଧ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ। ସେହି ପାର୍ଟି ଆମାଲ୍ଫି କୂଳ ନିକଟବର୍ତ୍ତୀ ପୋସିଟାନୋରେ ଆୟୋଜିତ ହୋଇଥିଲା।
ସେପଟେ ଏହି ବଡ଼ ଇଭେଣ୍ଟ ଭେନିସ୍ର ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଲୋକମାନେ ଏହାକୁ ସେମାନଙ୍କ ଶାନ୍ତ ସହରକୁ 'ଧନୀମାନଙ୍କ ପାଇଁ ଏକ ବ୍ୟକ୍ତିଗତ ପାର୍କ'ରେ ପରିଣତ କରିବାର ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ନେ ସ୍ପେସ୍ ଫର ବୋଜେସ୍ ଅଭିଯାନ ଆରମ୍ଭ କରି ବିରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)