Advertisment

Modi In Japan: ଭାରତକୁ ଜାପାନରୁ ଆସିବ ବିପୁଳ ପୁଞ୍ଜି

୨ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଜାପାନ ପ୍ରଧାନମନ୍ତ୍ରୀ ଇସିବାଙ୍କ ସହ ହୋଇଛି ଦ୍ବିପାକ୍ଷିକ ଆଲୋଚନା।

author-image
Chinmayee Sahoo
ଅଦ୍ୟତନ ହୋଇଛି
Japan

Japan

ଆଗକୁ ଭାରତରେ ଖୁବ୍ ଉଡ଼ିବ ଜାପାନ ପୁଞ୍ଜି। ୧୦ ବର୍ଷ ଭିତରେ ୧୦ ଟ୍ରିଲିୟନ ୟେନ୍ ବା ୬୮ ବିଲିୟନ୍ ଡଲାରର ପୁଞ୍ଜି ନିବେଶ କରିବ ଜାପାନ। ଟୋକିଓ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ପିଏମ୍ ଇସିବାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ମୋଦି ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଟୋକିଓରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବାଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦିପାକ୍ଷିକ ସଂପର୍କ ପ୍ରସଙ୍ଗର ସମୀକ୍ଷା କରିଛନ୍ତି ମୋଦି।

Advertisment

ଏଥି ସହ ଭାରତ-ଜାପାନ ସଂପର୍କ ସୁଦୃଢ଼ କରିବା ଦିଗରେ ସହମତି ପ୍ରକାଶ କରିଛନ୍ତି ଉଭୟ ଶୀର୍ଷନେତା। ଏହି ଅବସରରେ ନିବେଶ, ପରିବେଶ, ସ୍ବାସ୍ଥ୍ୟ, ଇନୋଭେସନ୍, ଟେକନୋଲୋଜି ଆଦି କ୍ଷେତ୍ରରେ ଆଲୋଚନା ସହ ଅର୍ଥନୈତିକ ସୁରକ୍ଷା ସହଭାଗିତା, ଡିଜିଟାଲ୍ ପାର୍ଟନରସିପ୍, ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ, ସିକ୍ୟୁରିଟି ଓ ସ୍ପେଶ୍ ପ୍ରସଙ୍ଗରେ ବି ଆଲୋଚନା କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ।

ସମ୍ମିଳନୀର ଦ୍ବିତୀୟ ଦିନରେ ମୋଦି ଜାପାନର ଶିଳ୍ପପତି ଓ ରାଜନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସେ ଜାପାନର ସେମି କଣ୍ଡକ୍ଟର ଭିତ୍ତିଭୂମି ଦେଖିବା ଲାଗି ହାଇସ୍ପିଡ୍ ଟ୍ରେନରେ ସେଣ୍ଡାଇ ସହର ବୁଲିଯିବାର କାର୍ଯ୍ୟକ୍ରମ ରହିଛି। ଜାପାନ ଗସ୍ତ ସାରି ପରେ ଆସନ୍ତାକାଲି ମୋଦି ଚୀନ୍ ଯାଇ ସାଂଘାଇ କୋପରେସନ୍ ଅର୍ଗାନାଇଜେସନର ବାର୍ଷିକ ବୈଠକରେ ମଧ୍ୟ ଯୋଗଦେବେ।

Advertisment

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଥିବା ବେଳେ ଜାପାନରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଗତକାଲିଠାରୁ ସେ ଏହି ବିଦେଶ ଗସ୍ତରେ ଅଛନ୍ତି। ଜାପାନରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ଅଧିକ ପଢନ୍ତୁ: ଜାପାନର ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା

Prime Minister Narendra Modi India Japan
Advertisment
Advertisment