• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ଜୋରଦାର ବିସ୍ଫୋରଣ । ଜାପାନର ବାକାୟାମ୍‌ରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା । ସେହି କାର୍ଯ୍ୟକ୍ରମରେ ଖୋଦ୍ ଜାପାନ୍‌ର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଯୋଗଦେଇଥିଲେ । ସେ ଭାଷଣ ଦେବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ସୌଭାଗ୍ୟବଶତଃ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇଥିବା ସୂଚନା ନାହିଁ । ତାଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ତେବେ ବିସ୍ଫୋରଣ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଳରେ ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ସ୍ମୋକ୍‌ ବମ୍‌ ଯୋଗେ ବିସ୍ଫୋରଣ ଘଟାଯାଇଥିବା ଅନୁମାନ କରାଯାଉଛି । କାରଣ ବିସ୍ଫୋରଣ ସ୍ଥଳ ସମ୍ପୂର୍ଣ୍ଣ ଧୁଆଁମୟ ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲୁରହିଛି । ଏହି ସ୍କୋକ ବମ୍‌ ବିସ୍ଫୋରଣର ମୂଳ ଉଦ୍ଦେଶ୍ୟ କ’ଣ ? ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍‌ ସୂଚନା ନାହିଁ । 

ସୂଚନାଯୋଗ୍ୟ, ୮ ଜୁଳାଇ ୨୦୨୨ରେ ଜାପାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଞ୍ଜୋଆବେଙ୍କୁ ହତ୍ୟା କରାଯାଇଥିଲା । ଜଣେ ଦୁର୍ବୃତ୍ତ ତାଙ୍କୁ ଅତି ନିକଟରୁ ଗୁଳି ମାରି ହତ୍ୟା କରିଥିଲା ।

ତେବେ ସ୍ମୋକ ବମ୍‌ ବିସ୍ଫୋରଣ ଓ ପରେ ଘଟଣାସ୍ଥଳରେ କିଭଳି ପରିସ୍ଥିତି ଥିଲା, ସେନେଇ ସୋସିଆଲ ମିଡିଆ ରେ ଅନେକ ଭିଡିଓ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ପୋଲିସ କର୍ମୀ ଜଣେ ବ୍ୟକ୍ତିଙ୍କୁ ତଳେ ପକାଇ ମାଡ଼ି ବସିଛନ୍ତି । ସେହି ବ୍ୟକ୍ତି ସ୍ମୋକ ବମ୍‌ ବିସ୍ଫୋରଣ କରିଥିବା ଅନୁମାନ କରାଯାଉଛି ।