Advertisment

ଥମିବାର ନାଁ ନେଉନି ଇସ୍ରାଏଲ-ହିଜବୁଲ୍ଲା ବିବାଦ, ବାଲେଷ୍ଟିକ୍ ମିଶାଇଲ୍ ମାଡ଼ କଲା ଇସ୍ରାଏଲ

ଇସ୍ରାଏଲ ଏବଂ ଲେବାନନ ମଧ୍ୟ ବିବାଦ ଆଜିର ନୁହେଁ । ଉଭୟଙ୍କ ଭିତରେ ଛକାପଞ୍ଝା ଗତ ୪୦ ବର୍ଷ ହେଲା ଲାଗି ରହିଛି । ୧୯୮୦ ମସିହାରେ ଇସ୍ରାଏଲ ଲେବାନନରେ ଆକ୍ରମଣ କରିଥିଲା ।

author-image
Santosh Kumar Sahoo
Israel-Hezbollah

Israel-Hezbollah

କେବେ ଥମିବ ଯୁଦ୍ଧ, କେବେ ଫେରିବ ଶାନ୍ତି ? ଥମିବାର ନାଁ ନେଉନି ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି । ଆଜି ସ୍ଥିତି ଅଧିକ ବିଗିଡ଼ିଛି, ତେଲ-ଅବୀବରେ ଥିବା ମାସୁଦ୍ ହେଡକ୍ବାଟରରେ ବାଲେଷ୍ଟିକ୍ ମିଶାଇଲ୍ ମାଡ଼ କରିଛି ଇସ୍ରାଏଲ । ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ବିବାଦ ଭିତରେ ଏହା ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି । ଯେଉଁଥିରେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Advertisment

ପ୍ରଥମ ଥର ପାଇଁ ଇସ୍ରାଏଲ୍ ବାଲେଷ୍ଟିକ୍ ମିଶାଇଲ୍ ପ୍ରୟୋଗ କରିଛି । ହିଜବୁଲ୍ଲା ଆତଙ୍କୀ ସଂଗଠନ ଉପରେ ଇସ୍ରାଏଲର ୟେ ସବୁଠୁ ବଡ଼ ଆକ୍ରମଣ । ଗତକାଲି ବି ଶହ ଶହ ରକେଟ ମାଡ଼ରେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ଥିଲେ । ଲେବାନନରେ ଖୋଜି ଖୋଜି ହିଜବୁଲ୍ଲାର ଆଡ୍ଡା ଉପରେ ହମଲା କରାଯାଇଛି ।

ତେବେ ଇସ୍ରାଏଲ ଏବଂ ଲେବାନନ ମଧ୍ୟ ବିବାଦ ଆଜିର ନୁହେଁ । ଉଭୟଙ୍କ ଭିତରେ ଛକାପଞ୍ଝା ଗତ ୪୦ ବର୍ଷ ହେଲା ଲାଗି ରହିଛି । ୧୯୮୦ ମସିହାରେ ଇସ୍ରାଏଲ ଲେବାନନରେ ଆକ୍ରମଣ କରିଥିଲା । ପାଲେଷ୍ଟାଇନ ଲିବରେସନ ଅରଗାନାଇଜେସନକୁ ମୂଳପୋଛ କରିବା ଇସ୍ରାଏଲର ଏହି ଅପରେସନ ସଫଳ ହୋଇଥିଲା । ଏହାପରେ ପରେ ୧୯୮୨ରେ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆଜି ପର୍ଯ୍ୟନ୍ତ ଜାରି ରହିଛି । ହିଜବୁଲ୍ଲା ସମର୍ଥନରେ ଏକ ଆତଙ୍କୀ ସଂଗଠନ ଇସ୍ରାଏଲର ଇଣ୍ଟରନାଲ ଇଣ୍ଟେଲିଜେନ୍ସ ସର୍ଭିସର ହେଡକ୍ବାର୍ଟରରେ ଜୋରଦାର ହମଲା କରିଥିଲେ ।

Advertisment

ଆତ୍ମଘାତି ବିସ୍ଫୋରଣରେ ସେତେବେଳେ ୯୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଇରାନ ସମର୍ଥନରେ ହିଜବୁଲ୍ଲା ସଂଗଠନ ଧିରେ ଧିରେ ଇସ୍ରାଏଲର ଏକ ନମ୍ବର ଶତ୍ରୁ ଭାବେ ଉଭା ହୋଇଥିଲା। ବଦଲା ନେବାକୁ ଯାଇ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ମଧ୍ୟ ଅନେକ ଅପରେସନ କରିବା ସହ ଇରାନ ଏବଂ ହିଜବୁଲ୍ଲାର ଅନେକ ଆତଙ୍କୀଙ୍କୁ ନିପାତ କରିଛି। ୨୦୧୦ରେ ଆମେରିକାର ସହାୟତାର ଇସ୍ରାଏଲ ଇରାନ ଉପରେ ସାଇବର ଆଟାକ କରିଥିଲା । ଗତ ଜୁଲାଇରେ ହିଜବୁଲ୍ଲାର ଜଣେ ଟପ୍ ଲିଡରଙ୍କୁ ମଧ୍ୟ ନିପାତ କରିଛି ଇସ୍ରାଏଲ । ଗତ ସପ୍ତାହରେ ହିଜବୁଲ୍ଲା ଆତଙ୍କୀ ବ୍ୟବହାର କରୁଥିବା ପେଜର ଏବଂ ୱାକିଟକି ବିସ୍ଫୋରଣ ଘଟଣା ପଛରେ ଇସ୍ରାଏଲର ହାତଥିବା କୁହାଯାଉଛି।

Attack Israel
Advertisment
Advertisment