Advertisment

Israel-Hezbollah Ceasefire: ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ! ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ୍‌ର ସମର୍ଥନ

ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।

ଅଦ୍ୟତନ ହୋଇଛି
Israel-Hezbollah Ceasefire Deal

Israel-Hezbollah Ceasefire Deal

Advertisment

ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ଲାଗିଲା ଅସ୍ତ୍ରବିରତି ବିରାମ । ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ ଅନୁମୋଦନ କରିଛି । ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି। ଆସନ୍ତା ୬୦ ଦିନ ମଧ୍ୟରେ ଲେବାନନ୍ ସେନା ଏବଂ ସୁରକ୍ଷା ବାହିନୀ ଦକ୍ଷିଣ ଲେବାନନରେ ନିୟୋଜିତ ହେବେ ଏବଂ ହିଜବୁଲ୍ଲା ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳକୁ ନିୟନ୍ତ୍ରଣ କରିବେ ।

Advertisment

ସୀମାର ଉଭୟ ପାର୍ଶ୍ୱରେ ସାଧାରଣ ନାଗରିକ ନିଜ ଘରକୁ ଫେରିବା ପାଇଁ ଇସ୍ରାଏଲ ଆସନ୍ତା ୬୦ ଦିନରେ ନିଜର ସୈନ୍ୟ ପ୍ରତ୍ୟାହାର କରିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବୁ ହେଲେ ଏଥିରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ ଜବରଦସ୍ତ ଜବାବ ଦେବୁ। ଆମେରିକା ରାଷ୍ଟ୍ରପତି ସୋସିଆଲ ମିଡିଆ ଏକ୍ସର ଏହାକୁ ଗୁଡ୍ ନ୍ୟୁଜ ବୋଲି ଲେଖିଛନ୍ତି ।

ଅସ୍ତ୍ରବିରତି ଉଲ୍ଲଂଘନ ହେବାର ଆଶଙ୍କା ମଧ୍ୟରେ ଇସ୍ରାଏଲର ଯୁଦ୍ଧ ବିମାନ ମଙ୍ଗଳବାର ଲେବାନାନର ରାଜଧାନୀ ବେରୁଟର ଅନେକ ସ୍ଥାନକୁ ଟାର୍ଗେଟ କରି ବୋମାମାଡ଼ କରିଛି। ଇସ୍ରାଏଲ କ୍ୟାବିନେଟ ବୈଠକ ପୂର୍ବରୁ ଏହି ଆକ୍ରମଣ କରାଯାଇଥିଲା। ଆମେରିକାର ମଧ୍ୟସ୍ଥତା ମାଧ୍ୟମରେ ଏକ ସମାଧାନ ପାଇଁ ଉଦ୍ୟମ କରାଯାଇଛି।

Advertisment

ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ ତଥା ଲେବାନାନର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ହବିବ ଚୁକ୍ତିନାମା ହେବାର ସମ୍ଭାବନା ପ୍ରକାଶ କରିଛନ୍ତି। ଏହା ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ବିବାଦର ସମାପ୍ତି ପାଇଁ ବାଟ ଖୋଲିପାରେ। ତେବେ ଅସ୍ତ୍ରବିରତି ଉଲ୍ଲଂଘନ ସତ୍ତ୍ୱେ ତାଙ୍କ ସଂଗଠନ ସକ୍ରିୟ ରହିବ ବୋଲି ହିଜବୁଲ୍ଲାର ବରିଷ୍ଠ ଅଧିକାରୀ ତଥା ସାଂସଦ ହାସନ ଫଡଲାଲ୍ଲା କହିଛନ୍ତି। ୟୁରୋପୀୟ ୟୁନିଅନ (EU) ବୈଦେଶିକ ନୀତି ମୁଖ୍ୟ ଜୋସେଫ୍ ବୋରେଲ ଇସ୍ରାଏଲକୁ ଅସ୍ତ୍ରବିରତି ଚୁକ୍ତି ଗ୍ରହଣ କରିବାକୁ ନିବେଦନ କରିଥିଲେ।

ଅଧିକ ପଢ଼ନ୍ତୁ: Iraq's Census Held In Over 30 Years: ତିନି ଦଶନ୍ଧି ପରେ ହେଲା ଜନଗଣନା; ଜାଣନ୍ତୁ କେତେ ରହିଛି ଇରାକର ଜନସଂଖ୍ୟା

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ବିବାଦ ଶେଷ କରିବାକୁ ଇସ୍ରାଏଲ ଏବଂ ଲେବାନନ ପ୍ରସ୍ତାବରେ ସହମତ ହୋଇଛନ୍ତି। ହିଜବୁଲା କିମ୍ବା ଅନ୍ୟ କେହି ଏହି ଚୁକ୍ତି ଭଙ୍ଗ କଲେ ଇସ୍ରାଏଲ ଆତ୍ମରକ୍ଷା ଅଧିକାରକୁ ବଜାୟ ରଖିଛି । ଉଭୟ ପାଇଁ ସେମାନେ ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ତେବେ ଆକ୍ରମଣ ଯୋଗୁଁ ଗତ ବର୍ଷ ଲେବାନନରେ ପ୍ରାୟ ୩୮୦୦ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୬୦୦୦ ଜଣ ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: Celebration by Beggars: ଭିକ ମାଗି ଚଳୁଥିଲେ, ଭୋଜିରେ ଖର୍ଚ୍ଚ କଲେ ୩୮ ଲକ୍ଷ

Israeli PM Benjamin Netanyahu Joe Biden Israel Lebanon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ