/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727619834.jpg)
Hezbollah attacks
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ । ହମାସ ବିରୋଧରେ ଗାଜାରେ ଇସ୍ରାଏଲ୍ ସେନାର ଅପରେସନ ଜାରି ରହିଛି । ଆଉ ଅପରେସନ ବେଳେ ସାମ୍ନାକୁ ଆସିଛି ହମାସ ଆତଙ୍କୀ ବ୍ୟବହାର କରୁଥିବା ସୁଡଙ୍ଗର ଦୃଶ୍ୟ ।
ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆଇଡିଏଫ୍ ସୁଡଙ୍ଗ ଭିତରର ଦୃଶ୍ୟକୁ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛି । ମାଟି ତଳେ ଏହି ସୁଡ଼ଙ୍ଗ ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ସେଣ୍ଟ୍ରାଲ୍ ଗାଜାରେ ଜନବସତି ଏବଂ ରେସିଡେନ୍ସିଆଲ୍ ବିଲଡିଂ ନିକଟରେ ହିଁ ଏହି ସୁଡ଼ଙ୍ଗ ଦେଖିବାକୁ ମିଳିଛି ।
ଇସ୍ରାଏଲ୍ ଡିଫେନ୍ସ ଫୋର୍ସର ସୈନିକ ସୁଡ଼ଙ୍ଗ ଭିତରେ ପଶି ଏହାର ଦୃଶ୍ୟ ଦେଖାଇଛନ୍ତି । ଇସ୍ରାଏଲ ସହ ଯୁଦ୍ଧ ଲଢିବା ବେଳେ ମାଟି ତଳେ ଥିବା ଏହି ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ ହମାସ ଆତଙ୍କୀ । ଆଉ ମାଟି ତଳେ ଏହି ସୁଡ଼ଙ୍ଗ ଭିତରେ ଅନେକ ରୁମ୍ ଏବଂ ଅନେକ ସାମଗ୍ରୀ ମଧ୍ୟ ଠାବ କରିଛି ଆଇଡିଏଫ୍ ।
ଗତ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ୍ ଉପରେ ଆକ୍ରମଣ କରି ଅନେକ ନାଗରିକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ଅପହରଣ କରି ନେଇଥିଲେ ହମାସ ଆତଙ୍କୀ । ଏହା ପରେ ଇସ୍ରାଏଲ ପକ୍ଷରୁ ହମାସ ବିରୋଧରେ ଜାରି ରହିଛି ଲଢ଼େଇ । ନିଜର ନାଗରିକମାନଙ୍କୁ ହମାସ କବଳରୁ ମୁକୁଳାଇବା ଲାଗି ଇସ୍ରାଏଲ୍ ଉଦ୍ୟମ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)