/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729187313.jpg)
Hamas Leader
ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ହମାସ୍ ମୁଖ୍ୟ ୟାହିୟା ସିନୱାରର ନିହତ ! ଏନେଇ ଆଶଙ୍କା କରିଛି ଆଇଡିଏଫ୍ ତଥା ଇସ୍ରାଏଲ୍ ସେନା। ଆଇଡିଏଫର କହିବା କଥା, ଗାଜାରେ ଏହି ଅପରେସନ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତା’ମଧ୍ୟରେ ୟାହିୟା ସିନୱାର ଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ସେଭଳି କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିବା ବେଳେ ଆଇଡିଏଫ୍ ତଦନ୍ତ କରୁଥିବା କହିଛି।
Advertisment
ଇସ୍ରାଏଲ୍ ସେନା ୟାହିୟା ସିନୱାର ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଇସ୍ରାଏଲର ସକ୍ରିୟ ଥିବା ସୁରକ୍ଷା ବାହିନୀ ସତର୍କତାର ସହ ଏହି ଅଞ୍ଚଳରେ ଅଭିଯାନ ଜାରି ରଖିଛନ୍ତି। ପୂର୍ବରୁ ଇସ୍ରାଏଲ ସେନା ଇରାନରେ ହମାସର ପୂର୍ବତନ ମୁଖ୍ୟ ଇସମାଇଲ ହାନିଆକୁ ବି ହତ୍ୟା କରାଯାଇଥିଲା। ସିନୱାର୍ ହେଉଛି, ୨୦୨୩ ଅକଟୋବର ୭ ଇସ୍ରାଏଲ୍ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)