/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712994472.jpg)
Iran-Israel War
ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ । ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଘନଘଟା ବଢ଼ିବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ହମଲା କରିପାରେ ଇରାନ । ଇରାନ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି । ଇସ୍ରାଏଲ ଏବେ ହମାସ ସହ ଗାଜାରେ ଯୁଦ୍ଧ କରୁଛି। ଏପରି ସ୍ଥିତିରେ ଇରାନ ଯଦି ଇସ୍ରାଏଲ ଉପରେ ହମଲା କରେ, ତା ହେଲେ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି । ଆକ୍ରମଣ ହେଲେ ଆମେରିକା ଇସ୍ରାଏଲକୁ ସମର୍ଥନ କରିବ । ଏଥିପାଇଁ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି ।
ସେପଟେ ଇରାନରେ ଇସ୍ରାଏଲ ବିରୋଧୀ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ଲାଗିଛି । ଲୋକମାନେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ପତାକା ପୋଡ଼ିଛନ୍ତି। ଏପ୍ରିଲ ୧ରେ ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇସ୍ରାଏଲ ଓ ଇରାନ ନ ଯିବାକୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)