Advertisment

Indian Woman Appeals: ‘ମୁଁ ଭାରତୀୟ ଦୂତାବାସକୁ ଅନୁରୋଧ କରୁଛି, ଦୟାକରି ମତେ ରକ୍ଷା କର...’

ନେପାଳରେ Gen Z ର ବିରୋଧ ଭୟଙ୍କର ହେଉଥିବା ବେଳେ ଜଣେ ଭାରତୀୟ ମହିଳା ସେଠାରେ ଫସି ରହିଛନ୍ତି ଆଉ ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ଭାରତ ସରକାରଙ୍କ ଠାରୁ ସାହାଯ୍ୟ ଲୋଡିଛନ୍ତି। ମହିଳା ଜଣଙ୍କ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ୍ କରି ଏମିତି ଗୁହାରି କହିଛନ୍ତି, ଯାହା ଖୁବ ସ୍ପର୍ଶକାତର।

author-image
Manasranjan Mohanty
nepal

nepal

“ମୋ ନାଁ ଉପାସନା ଗିଲ୍। ଆମକୁ ସାହାଯ୍ୟ କରିବାକୁ ମୁଁ ଭାରତୀୟ ଦୂତାବାସକୁ ଅନୁରୋଧ କରୁଛି। ଯିଏ ବି ଆମକୁ ଯାହାଯ୍ୟ କରି ପାରିବେ, ଦୟାକରି କରନ୍ତୁ। ମୁଁ ନେପାଳର ପୋଖରାରେ ଫସିରହିଛି। ମୁଁ ଏଠାକୁ ଏକ ଭଲିବଲ୍ ଲିଗ୍ ହୋଷ୍ଟ୍ କରିବାକୁ ଆସିଥିଲି। ମୁଁ ଯେଉଁ ହୋଟେଲରେ ରହୁଥିଲି ତାହା ପୂରା ଜଳିଯାଇଛି। ମୋର ସବୁ ଜିନିଷପତ୍ର ଭିତରେ ଥିଲା। ଯେତେବେଳେ ମୁଁ ସ୍ପା’ରେ ଥିଲି, ଲୋକମାନେ ବଡ଼ ବଡ଼ ବାଡ଼ି ଧରି ମୋ ପଛରେ ଗୋଡଉଥିଲେ। ମୁଁ କୌଣସି ପ୍ରକାରେ ମୋ ଜୀବନ ବଞ୍ଚାଇ ଖସି ପଳାଇବାରେ ସଫଳ ହେଲି। ପରିସ୍ଥିତି ବହୁତ ଖରାପ, ପର୍ଯ୍ୟଟକଙ୍କୁ ମଧ୍ୟ ଛଡ଼ାଯାଉ ନାହିଁ।”

Advertisment

ନେପାଳରେ Gen Z ର ବିରୋଧ ଭୟଙ୍କର ହେଉଥିବା ବେଳେ ଜଣେ ଭାରତୀୟ ମହିଳା ସେଠାରେ ଫସି ରହିଛନ୍ତି ଆଉ ସରକାରଙ୍କୁ ଏମିତି ଅନୁରୋଧ କରିଛନ୍ତି। ଏମିତି କହି ସେ ଭାରତ ସରକାରଙ୍କ ଠାରୁ ସାହାଯ୍ୟ ଲୋଡିଛନ୍ତି। ମହିଳା ଜଣଙ୍କ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ୍ କରି ଏମିତି ଗୁହାରି କହିଛନ୍ତି, ଯାହା ଖୁବ ସ୍ପର୍ଶକାତର।

ଅଧିକ ପଢନ୍ତୁ: କାହିଁକି ମେଟା ବିରୁଦ୍ଧରେ ମାମଲା ରୁଜୁ କଲେ ମାର୍କ ଜୁକରବର୍ଗ!

ତେବେ ନେପାଳରେ ଛାତ୍ର-ଯୁବକନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସୋସିଆଲ ମିଡିଆ ଉପରେ ଲାଗିଥିବା ବ୍ୟାନ ବିରୋଧରେ ଥିଲା। କିନ୍ତୁ ଏହା ଖୁବ ଶୀଘ୍ର ଦୁର୍ନୀତି ଏବଂ ସରକାରଙ୍କ ପ୍ରତି କ୍ରୋଧର ପ୍ରତୀକ ପାଲଟିଗଲା। ଆନ୍ଦୋଳନକାରୀମାନେ ସଂସଦ ଭବନ, ଅନେକ ସରକାରୀ କୋଠା ଏବଂ ନେତାମାନଙ୍କ ଘରେ ନିଆଁ ଲଗାଇବାକୁ ବି ପଛାଇଲେ ନାହିଁ।

Advertisment

ନିକଟରେ ଘଟିଥିବା ହିଂସାରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଚାପ ଯୋଗୁଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ଏବଂ ପରେ ସୋସିଆଲ ମିଡିଆ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଯାଇଛି।

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ

ଏହାରି ଭିତରେ, କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ସ୍ଥିର ନ ହେବା ପର୍ଯ୍ୟନ୍ତ ନେପାଳ ଯାତ୍ରା ସ୍ଥଗିତ ରଖିବାକୁ ଭାରତୀୟ ନାଗରିକମାନଙ୍କୁ ଏକ ପରାମର୍ଶ ଜାରିକରିଛି। କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ସହାୟତାର ଆବଶ୍ୟକତା ପାଇଁ ଭାରତୀୟ ଦୂତାବାସ ଲୋକଙ୍କ ପାଇଁ ଦୁଇଟି ଜରୁରୀକାଳୀନ ଯୋଗାଯୋଗ ନମ୍ବର ମଧ୍ୟ ପ୍ରଦାନ କରିଛି। ଏହା ହେଉଛି 977 - 980 860 2881, , 977 - 981 032 6134।"

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

Nepal
Advertisment
Related Articles
Advertisment