Advertisment

India exposes Pakistan's support for terrorism at UN: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

ଜାତିସଂଘର ସୁରକ୍ଷା ପରିଷଦରେ ‘ସାମରିକ ସଂଘର୍ଷରେ ସାଧାରଣ ନାଗରିକଙ୍କ ସୁରକ୍ଷା’କୁ ନେଇ ଚାଲୁଥିବା ବିତର୍କରେ ପାକିସ୍ତାନର ଭାଗିଦାରୀତାକୁ ଟାର୍ଗେଟ କରିଛି ଭାରତ । ଭାରତକୁ ପ୍ରତିନିଧିତ୍ୱ କରି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପୁରୀ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ସମର୍ଥନ କରି ଯେଉଁ ସାଧାରଣ ନାଗରିକଙ୍କ ସୁରକ୍ଷା ବିଷୟରେ କହୁଛି, ତାହା ଅନ୍ତଜାର୍ତୀୟ ସମୁଦାୟ ପ୍ରତି ଅସମ୍ମାନ ବୋଲି କହିଛନ୍ତି ।

ଅଦ୍ୟତନ ହୋଇଛି
India slams Pakistan

India slams Pakistan

Advertisment

ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଭାରତ । ଜାତିସଂଘରେ ପାକିସ୍ତାନର ଅସଲ ମୁଖା ଖୋଲିଛି ଭାରତ । ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ପାକିସ୍ତାନର ଭାଗିଦାରୀତାକୁ କଡା ସମାଲୋଚନା କରିଛି ଭାରତ । ଆତଙ୍କବାଦୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନଥିବା ରାଷ୍ଟ୍ର ନାଗରିକଙ୍କ ସୁରକ୍ଷା ବିଷୟରେ କହିବାର ଅଧିକାର ନାହିଁ ବୋଲି ଜାତିସଂଘରେ କହିଛନ୍ତି ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପୁରୀ । ‘ସାମରିକ ସଂଘର୍ଷରେ ସାଧାରଣ ନାଗରିକଙ୍କ ସୁରକ୍ଷା’କୁ ନେଇ ଚାଲୁଥିବା ବିତର୍କରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ ଆମ୍ବାସଡର ହରିଶ ପୁରୀ । 

Advertisment

ଏହି ବିତର୍କ ସମ୍ମିଳନୀରେ ଭାଗ ନେଇଥିବା ପାକିସ୍ତାନକୁ କଡା ସମାଲୋଚନା କରି ହରିଶ କହିଛନ୍ତି, ‘‘ଭାରତ ବହୁ ବର୍ଷ ଧରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେଉଛି । ନିକଟରେ ପାକିସ୍ତାନ ସେନା ଭାରତର ସୀମାନ୍ତବର୍ତ୍ତୀ ଗାଁ ଗୁଡିକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଯେଉଁଥିରେ ୨୦ରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ଏପରିକି ଧାର୍ମିକସ୍ଥଳୀ ଉପରକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା । ଏଥିରେ ବହୁ ମନ୍ଦିର ଓ ଗୁରୁଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଏଭଳି ରାଷ୍ଟ୍ର ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗ ନେବା ଅନ୍ତଜାର୍ତୀୟ ସମୁଦାୟ ପ୍ରତି ଅସମ୍ମାନ ।’’

ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

‘‘ମୁମ୍ବାଇରେ ୨୬/୧୧ ଆକ୍ରମଣଠାରୁ ଆରମ୍ଭ କରି ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁଠି ନୀରିହ ଲୋକଙ୍କ ହତ୍ୟା ହୋଇଛି । ପାକିସ୍ତାନ ଆତଙ୍କବାଦର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ସାଧାରଣ ନାଗରିକ । ଏହି ଆକ୍ରମଣ ଆମ ସମୃଦ୍ଧି, ପ୍ରଗତି ଓ ଧୈର୍ଯ୍ୟ ଉପରେ ହେଉଛି । ଆମେ ନିକଟରେ ଦେଖିଛୁ, ଅପରେସନ ସିନ୍ଦୂରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ପାକିସ୍ତାନର ବରିଷ୍ଠ ସରକାରୀ ଅଧିକାରୀ, ପୋଲିସ ଓ ମିଲିଟାରୀ ଫୋର୍ସ । ଯେଉଁ ରାଷ୍ଟ୍ର ଆତଙ୍କବାଦ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନାହିଁ, ତା’ର ଲୋକଙ୍କ ସୁରକ୍ଷାକୁ ନେଇ କହିବାର କୌଣସି ଅଧିକାର ନାହିଁ’’ ବୋଲି ହରିଶ ପୁରୀ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପଛରେ ପଡ଼ିଲା ଚୀନ୍‌ ! ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ

India Pakistan Pakistan Sponsors Terrorism United Nations Security Council Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ