• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନସଂଖ୍ୟାରେ ଚୀନ୍‌କୁ ଟପିଲା ଭାରତ । ଆମ ଦେଶ ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳତ ଦେଶ (world’s most populous nation) । ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁସାରେ ଭାରତ ଚୀନ୍ ତୁଳନାରେ ୧.୪୨୮ ବିଲିୟନ୍‌ ଲୋକଙ୍କ ସହିତ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି । ୟୁନାଇଟେଡ ନେସନସ ପପୁଲେସନ ଫଣ୍ଡ (ୟୁଏନ୍‌ଏଫ୍‌ପିଏ)ର ରିପୋର୍ଟ ଅନୁସାରେ ଚୀନ୍‌ ଜନସଂଖ୍ୟା ୧.୪୨୫ ବିଲିୟନ୍‌ ଥିବା ବେଳେ ଭାରତର ଜନସଂଖ୍ୟା ୧.୪୨୮ ବିଲିୟନରେ ପହଞ୍ଚିଛି ।

ରିପୋର୍ଟରେ ଦର୍ଶାଯାଇଛି, ଭାରତର ୨୫ ପ୍ରତିଶତ ଜନସଂଖ୍ୟା ୦ ରୁ ୧୪ ବର୍ଷ ମଧ୍ୟରେ । ଏହା ବ୍ୟତୀତ ୧୮ ପ୍ରତିଶତ ୧୦ ରୁ ୧୯ ବର୍ଷ ବୟସ ବର୍ଗରେ ଅଛନ୍ତି । ୧୦ ରୁ ୨୪ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ହେଉଛି ୨୬ ପ୍ରତିଶତ । ସେହିପରି ୧୫ ରୁ ୬୪ ବର୍ଷ ମଧ୍ୟରେ ଲୋକଙ୍କ ସଂଖ୍ୟା ୬୮ ପ୍ରତିଶତ ଏବଂ ୭ ପ୍ରତିଶତ ଲୋକ ୬୫ ବର୍ଷରୁ ଅଧିକ ବୟସ ବର୍ଗର ।

ଅନ୍ୟପଟେ ଚୀନ୍ ଜନସଂଖ୍ୟାର ୧୭ ପ୍ରତିଶତ ୦ ରୁ ୧୪ ବର୍ଷ ମଧ୍ୟରେ, ୧୨ ପ୍ରତିଶତ ୧୦ ରୁ ୧୯, ୧୮ ପ୍ରତିଶତ ୧୦ ରୁ ୨୪ , ୬୯ ପ୍ରତିଶତ ୧୫ ରୁ ୬୪ ବର୍ଷ ଏବଂ ୧୪ ପ୍ରତିଶତ ୬୫ରୁ ଅଧିକ ବୟସ ବର୍ଗର ।

ଭାରତ ସର୍ବାଧିକ ଜନସଂଖ୍ୟା ଥିବା ରାଷ୍ଟ୍ରରେ ପରିଗଣିତ ହେବା ପରେ ନିଯୁକ୍ତି କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ତଥାପି ଭାରତର ଅଧାରୁ ଅଧିକ ଜନସଂଖ୍ୟା ୩୦ ବର୍ଷରୁ କମ ବୟସର ହୋଇଥିବାରୁ ଆଗାମୀ ବର୍ଷମାନଙ୍କରେ ଦେଶ, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବ ବୋଲି କୁହାଯାଉଛି ।